“ଯେଉଁମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ଼ୁଛନ୍ତି, ସେମାନେ ନିଶ୍ଚିତ ରୂପେ ଆପଣଙ୍କ ଟଙ୍କା ଖାଇବେ” : ବୋମ୍ୟକେଶ ।

ରାଜଧାନୀର ଘନ ଅନ୍ଧକାରରେ ବୁଲୁଛନ୍ତି ବ୍ୟୋମକେଶ ତ୍ରିପାଠୀ । ନିର୍ବାଚନ ପାଇଁ ଅନେକ ପ୍ରସ୍ତୁତି ତୋ ଚାଲିଛି କିନ୍ତୁ ସେ ଆଜି ବୁଲୁଛନ୍ତି ଏକା ଆଉ ତାଙ୍କ ସାଥୀ ସାଜିଛି ମାତ୍ର ଗୋଟେ ବୁଲେଟ । ସେ ତାଙ୍କ ବୁଲେଟରେ ବୁଲି ବୁଲି ଲୋକମାନଙ୍କୁ ଗୋଟାଏ ଗୋଟାଏ କାର୍ଡ ଦେଉଛନ୍ତି ଆଉ ସେଥିରେ ଲେଖା ଯାଇଛି ତାଙ୍କ ଜୀବନର କିଛି କାହାଣୀ । କିଏ ତାକୁ ପଢୁଛନ୍ତି ତୋ ଆଉ କିଏ ପଢ଼ୁ ନାହାନ୍ତି ।

କିନ୍ତୁ ଯେଉଁଠି ଆମେ ପାଲଟିସିଆନ୍ ମାନଙ୍କର ଅନେକ ଦଳ ଆମେ ଦେଖିଛନ୍ତି କି ଅନେକ ନେତା ମାନଙ୍କୁ ଦେଖିଛନ୍ତି ଯେଉଁଠି ଅନେକ ଅନେକ ଲୋକଙ୍କୁ ନେଇ ସେମାନେ ପାର୍ଟି ଅଫିସ୍ ଯାଉଛନ୍ତି ଆଉ ଯୋଗଦାନ କରୁଛନ୍ତି ସେଇଠି ଜଣେ ଲୋକ ବାସ ଗୋଟାଏ ବୁଲେଟ ଧରି ଝାଳ ନାଳରେ ବୁଡ଼ି କାମ କରୁଛନ୍ତି ଏବଂ ପ୍ରଚାର ପ୍ରସାର ନିଜର କରୁଛନ୍ତି । ତାଙ୍କ ବୁଲେଟରେ ଶୁଣାଯାଉଛି ନିର୍ବାଚନର ସ୍ୱର । ତେବେ ସେ ହେଉଛନ୍ତି ଆଇନଜୀବି ବ୍ୟୋମକେଶ ତ୍ରୀପାଠୀ । ନିକଟରେ ତାଙ୍କ ସହ ଏକ ସାକ୍ଷାତକାର ସମୟରେ ନିଜେ କାହିଁକି ନିଜର ବୁଲେଟ ଧରିକି ପ୍ରଚାର କରିବା ଆରମ୍ଭ କରିଲେ ବୋଲି ପଚରା ଯାଇଥିଲା ।

ଏହାର ଉତ୍ତରରେ ବ୍ୟୋମକେଶ ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସମସ୍ତେ ଗୋଟେ ପ୍ରକାରର ପ୍ରଚାର କରୁଛନ୍ତି ଯେଉଁମାନେ ନିର୍ବାଚନର ବିଜନେସବା ବେପାର କରନ୍ତି । ସେମାନେ କୋଟି କୋଟି ଟଙ୍କା ଇନଭେଷ୍ଟ କରୁଛନ୍ତି ନିର୍ବାଚନ ପରେ ପୁଣି କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଯେଉଁଟାକୁ କୁହାଯିବ ଗୁଆ ଧାନ ଥୁଆ । ପ୍ରକୃତରେ ନିର୍ବାଚନ ଏପରି ହେବା କଥା ନୁହେଁ । ନିର୍ବାଚନ ସ୍ୱଚ୍ଛ ଆଉ ନିର୍ମଳ ହେବା ଦରକାର ଲୋକମାନଙ୍କ ହୃଦୟରେ ଆପଣ ବସିବା ଦରକାର ।

ଯେଉଁ ଲୋକମାନେ ଆପଣଙ୍କୁ ଚୁଜ କରିବେ ଏବଂ ତାଙ୍କର ଦୁଃଖ ଦୁର୍ଦ୍ଦଶାର କଥାକୁ ନେଇ ବିଧାନସଭାରେ ଉସ୍ଥାପନ କରିବା ପାଇଁ ଏଇଟା ଏକ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବର୍ତମାନ ରାଜନୀତି ହେଉଛି ସବୁଠାରୁ ବ୍ୟୟ ବହୁଳ । ସେ ନିଜେ ଜଣେ ସେଲିବ୍ରିଟି ତେଣୁ ତାଙ୍କୁ ପ୍ରଚାର ପାଇଁ ଆଉ କଣ ସେଲିବ୍ରିଟି ଦରକାର ବୋଲି କହିଛନ୍ତି ବ୍ୟୋମକେଶ । ଶେଷରେ ଆହୁରି ମଧ୍ୟ ସେ କହିଛନ୍ତି ଯେଉଁମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ଼ୁଛନ୍ତି, ସେମାନେ ନିଶ୍ଚିତ ରୂପେ ଆପଣଙ୍କ ଟଙ୍କା ଖାଇବେ ।

Leave a Reply

Your email address will not be published. Required fields are marked *