“ଗାଲୁଆଙ୍କ ବାରବାଟୀ ଚାଷ ଆଉ ପୁତ୍ର ମୋହରେ ସୁର ପାଗଳ ହୋଇଯାଇଛନ୍ତି” : ସଂଗ୍ରାମ ରାଉତରାୟ ।

ବନ୍ଧୁଗଣ ବର୍ତମାନ ସମୟରେ ଥିବା ଖବର ମୁତାବକ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଜଟଣୀ ବିଧାୟକ ସୁର ରାଉତ ରାୟ । ଆଜି ଜଟଣୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ମଞ୍ଚ ଉପରେ ମଧ୍ୟ ଯୋଡି ଶଙ୍ଖ ନାରା ଦେଲେ ସୁର । ଅନ୍ୟପଟେ ପୁତ୍ରମୋହ ପାଇଁ ପୁତୁରାକୁ ଭୁଲିଗଲେ ସୁର ରାଉତରାୟ । ସମସ୍ତଙ୍କ ଆଗରେ କଥା ଦେଇଥିଲେ ହେଲେ ଏବେ ଟିକେଟ ପାଇଁ ମନା କରୁଛନ୍ତି ।

ତେବେ ବନ୍ଧୁଗଣ ସୁର ରାଉତରାୟଙ୍କ ପୁତୁରା ସଂଗ୍ରାମ ରାଉତରାୟ ନିକଟରେ ଗଣମାଧ୍ୟମ ସାମ୍ନାରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ କହିଛନ୍ତି ଯେ ଗାଲୁଆଙ୍କ ବାରବାଟୀ ଚାଷ । ଆପଣମାନେ ତୋ ସମସ୍ତେ ଜାଣିଛନ୍ତି ଯେ ୨୦୦୦ କୋଟି ଟଙ୍କାର କାମ ଏହି ୫ ବର୍ଷ ପିରିୟଡ଼ରେ ତାଙ୍କର ଜଟଣୀ ନିର୍ବାଚନ ମଣ୍ଡଳୀରେ ହେଇଛି ବୋଲି ସେ ବାରମ୍ବାର କହିଛନ୍ତି ବୋଲି । ୨୦୦୦ କୋଟି ଟଙ୍କାର କଉଠି କାମ ହୋଇଛି ଜଟଣୀର ନିର୍ବାଚନ ମଣ୍ଡଳୀବାସୀ ଜାଣିଥିବେ । ତାପରେ ଯେ ଏଇ ନିୟମ ପ୍ରମାଣ କରିବା ଲୋକଙ୍କୁ କଣ ନିୟମ ସେଠି କଲେ ।

ସୁର ତାଙ୍କ ଡାଇଲଗ ମାରିଲେ ନିୟମ କଲେ ତାପରେ ଆସିକି ମିଡ଼ିଆରେ ଆସିକି କହୁଛନ୍ତି ଶଙ୍ଖ ଫୁଙ୍କିବା କଥା କହିଲେ । ଗାଲୁଆଙ୍କ ତୋ ବାରବାଟୀ ଚାଷ । ଆହୁରି ମଧ୍ୟ ସଂଗ୍ରାମ ରାଉତରାୟ କହିଛନ୍ତି ଭଲ ପ୍ରହସନ ତୋ ଚାଲିଛି ବର୍ତ୍ତମାନ୍ ରାଜନୀତିକ । ଏଇ ଯେଉଁ ଘଡିସନ୍ଧି ମୁହୂର୍ତ୍ତରେ ପ୍ରଶାସନଙ୍କ । ସୁର ରାଉତରାୟଙ୍କ ତୋ ମୁଣ୍ଡ ଖରାପ୍ ହେଇଗଲାଣି ଜଟଣୀ ଲୋକ କଣ ଓଡ଼ିଶାଯାକ ଲୋକ ଦେଖୁଛନ୍ତି । ପୁତ୍ର ମୋହରେ ଏମିତି ଅନ୍ଧ ହୋଇଗଲେ ଆଉ ତାଙ୍କୁ ୬ଥର ବିଧାୟକ କରିଥିବା କର୍ମୀ ମାନଙ୍କୁ ଧୋକା ଦେଲେ

ତାପରେ ନିଜେ ବିଶ୍ୱାସ ଘାତକତା କରି ସେଠି ମନ୍ଦିରକୁ ଡାକିକରି ସେଠାରେ କହୁଛନ୍ତି ଯେ ବିଶ୍ୱାସ ପାଇଁ ଏଇସବୁ ଜିନିଷ ଚାଲିଛି । କଂଗ୍ରେସ୍ ପରିବାରକୁ ତୋ ନଷ୍ଟ କଲ ତେଣୁ ଲୋକଙ୍କ ଆଉ କଉ ବିଶ୍ୱାସ ରହିବ । ଜଣେ ଲୋକ ଦଳ ପାଇଁ କିଛି କରିବା ପାଇଁ ଚାହୁଁଥିଲେ ସ୍ଵାଧୀନ ଭାବରେ ଲଢ଼ି ଜିତି ପାରିବ । ସୁର ବାବୁ ନିଜକୁ ଅତି ସିଆଣିଆ ଭାବୁଛନ୍ତି କିନ୍ତୁ ଓଡ଼ିଶାବାସୀ ବୋକା ନୁହଁନ୍ତି l ଏମିତି କିଛି କହିଛନ୍ତି ସଂଗ୍ରାମ ରାଉତରାୟ ।

Leave a Reply

Your email address will not be published. Required fields are marked *