ଆଜିଠୁ ବଦଳି ଯିବ ପାଗ । ଏହି ଜିଲ୍ଲାରେ ମାରିବ ପ୍ରବଳ ବିଜୁଳି । କାଳ ବୈଶାଖୀ ବର୍ଷା ରଚିବ ତାଣ୍ଡବ । ସତର୍କ ରୁହ… ।

ଆଜି କାଚିବ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ତାତିରୁ ମିଳିବ ଆଶ୍ୱସ୍ତି । ଅନ୍ଧାର ହୋଇ ମାଡ଼ି ଆସିବ କଳାହାଣ୍ଡିଆ ମେଘ । ତୁହାକୁ ତୁହା ଘଡ଼ଘଡ଼ି ସାଙ୍ଗକୁ ମାରିବ ବିଜୁଳି । କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ହଁ ଆଜ୍ଞା ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହରେ ଲୋକେ କଲବଲ ହେଉଥିବା ବେଳେ ବର୍ତ୍ତମାନ୍ ସେମାନଙ୍କୁ ଆଶ୍ୱସ୍ତି ମିଳିବ । କାରଣ କାଳ-ବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି, ପବନ କୁଆପଥର ସହ ବର୍ଷା ସମ୍ଭାବନା ରହିଛି । ଫଳରେ ଦିନର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଆଞ୍ଚଳିକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅପର ପକ୍ଷରେ ରାଜ୍ଯରେ କାଳ-ବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ କେତେକ ଜିଲ୍ଲାରେ ହିଟ୍ ୱେଭସ୍ ସ୍ଥିତି ଜାରି ରହିବ । ଏଥିପାଇଁ ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଆଜି ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ କିନ୍ତୁ ଆଜି ଠାରୁ ଓଡ଼ିଶାରେ ଦେଖାଦେବ କାଳ-ବୈଶାଖୀର ପ୍ରଭାବ । ଏହା ବିଶେଷ କରି ରାଜ୍ୟର ପଶ୍ଚମ ଓ ଦକ୍ଷିଣ ପଟେ ହେବାର ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ରାଜ୍ୟର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଏବଂ ଘଡଘଡି ଆଶଙ୍କା ଥିବାରୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ପରେ ରାଜ୍ୟରେ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିପାରିବ ବୋଲି ମଧ୍ୟ ପଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ବୌଦ୍ଧ, ଯାଜପୁର, ଢେଙ୍କାନାଳ ଓ ନୂଆପଡ଼ା ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାଣ୍ଡିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *