ସୁପରଷ୍ଟାର ଅନୁଭବଙ୍କୁ ପୁଣି ମିଳିଲାନି ଟିକେଟ, ବିଜେଡି ଛାଡି ବିଜେପିରେ ମିଶିବା ହେଲା କି ଫଳପ୍ରଦ?

ବିଜେଡିରୁ ବିଜେପିକୁ ଆସି ଠକି ହଲେ କି ଅନୁଭବ ମହାନ୍ତି। ନାଁ ମିଳିଲା ଟିକେଟ ନାଁ ମିଳିଲା ଦାୟିତ୍ୱ। ଦିନେ ଶଙ୍ଖକୁ ଛାଡି ପଦ୍ମ ଧରିଥିଲେ। ହେଲେ ଆଜି ପଦ୍ମ ଵାଲା ବି ତାଙ୍କୁ ଠକି ଦେଲେ ବୋଲି ଚର୍ଚା ହେଉଛି। ତେବେ ଆଜି ବିଜେପି ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ହେଲେ ଦୁଃଖର ବିଷୟ ସେଥିରେ ବି ନାହିଁ ଅନୁଭବ ମହାନ୍ତିଙ୍କ ନାଁ। ଏହାକୁ ନେଇ ସମର୍ଥକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାତ୍ର ବିଜେପିକୁ ଯେମିତି ଏସବୁରେ କିଛି ଫରକ ପଡୁନାହିଁ। ତେବେ ବିଗୁଇଲ ଫିଲ୍ମ ପ୍ରମୋସନ ବେଳେ ସାମ୍ବାଦିକ ଭାଇ ମାନଙ୍କୁ ରାଜଧାନୀର ମହାରଜା ହୋଲକୁ ଡାକି ଅନୁଭବ ଯେଉଁ ଦମ୍ଭ ଦେଖାଇ ଟିପଣି ଦେଇ କହିଥିଲେ ଯେ ସେ ଏ ଭିତରେ କୂଟ ରାଜନୈତିକ କଥା ଶିଖି ଗଲେଣି। ଆଉ ରାଜନୀତିରେ ତାର ବ୍ୟବହାର ସେ ନିଶ୍ଚୟ କରିବେ। କିନ୍ତୁ ସେଇଟା ଆଉ ତାଙ୍କର ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇବନି ତ। ସେଥିପାଇଁ ସେ କୂଟ ରାଜନୀତି ପଦ୍ମ ପୋଖରୀରେ କାମ ଦେଲାନି କି?

ଆଉ ସେପଟେ ବିଧାନସଭା ଆସନ ପାଇଁ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛି ବିଜେପି। ମିଷ୍ଟ୍ର ଆରମ୍ଭରେ ଆକାଶ ଦାସ ନାୟକ ଏବଂ ସିଦ୍ଧାନ୍ତଙ୍କ ପରି ଅଭିନେତାଙ୍କ ନାଁ ଥିବା ବେଳେ କିନ୍ତୁ ସେଥିରେ ନାହିଁ ଅନୁଭବ ମହାନ୍ତିଙ୍କ ନାମ। ତେବେ କେଉଁ ଆଶା ନେଇ ତାଙ୍କ ଦଳ ପାର୍ଟିରେ ସାମିଲ କରିଥିଲା। ନାଁ ଅନୁଭବ ନିଜେ ପଦ୍ମ ପୋଖରୀରେ ଗୋଡ଼ ଦେଇଥିଲେ ତାହା ଏବେବି ଅସ୍ପଷ୍ଟ। କେବଳ ପାର୍ଟିରେ ଷ୍ଟାର ପ୍ରଚାରକଙ୍କ ଅଭାବକୁ ପୂରଣ କରିବାକୁ ଦଳ ଆଉ ତାଙ୍କୁମୋହରା କରୁନାହିଁ ତ । ଯଦି ଏ ଚର୍ଚ୍ଚା ସତ ହୋଇଥାଏ ତେବେ କ’ଣ ହେବ ସୁପରଷ୍ଟାରଙ୍କ ରାଜନୈତିକ କ୍ୟାରିୟର ଭବିଷ୍ୟତ।

ପଦବୀର ଆଶା ସମସ୍ତଙ୍କର ଥାଏ। ଆଉ ସେଇ ଆଶା ପାଇଁ ନେତା ଦଳ ଡିଆଁ ଖାତାରେ ନାଁ ଲେଖନ୍ତି। ବିଜେଡିରୁ ବିଜେପିକୁ ଡେଇଁ ଥିବା ନେତାଙ୍କୁ ପ୍ରାଧାନ୍ୟ ଦେଇ ବିଜେପି ଦଳୀୟ ନେତାଙ୍କୁ ଅଣଦେଖା କରିଛି ବୋଲି ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଚର୍ଚ୍ଚା। ସେଥିପାଇଁ ସମୟ ସମୟ କର୍ନିଂ ଭିତରେ ବିକ୍ଷେପ ବି ମୁଣ୍ଡ ଟେକୁଛି। ସବୁକୁ ନଜର ଅନ୍ଦାଜ କରି ବିଜେପି ଦଳ ଡିଆଁଙ୍କ ଉପରେ ଭରସା କରି ପଗଡ଼ି ବାନ୍ଧିଛି।

ହେଲେ ଅନୁଭବ ପଦ୍ମ ଧରିଥିବା ସମୟରେ ବିଜେପିରେ ମିଶିଥିବା ସବୁ ଦଳ ଡିଆଁ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଟିକେଟ ଦେଇ ସାରିଲାଣି ବିଜେପି। ହେଲେ ଅନୁଭବ ମହାନ୍ତିଙ୍କ ପ୍ରତି ବିଜେପିର ଏମିତି ମନବୃତି କାହିଁକି?ତେବେ ଚର୍ଚ୍ଚା ହେଉଛି ସାଲେପୁର ଆସନ ପାଇଁ ବିଜେପି ଅନୁଭବକୁ ବାଛିଥିଲା ହେଲେ କିଛି ବାଦବିବାଦ ଯୋଗୁ ସେ କଥାରେ ବି ପୁନଛେଦ ଟାଣି ବାକୁ ବାଧ୍ୟ ହେଲା। କିଛି ଭିତରିଆ ମହଲରୁ ଶୁଣିବାକୁ ମିଳୁଛି। କୁଆଡେ ଦଳ ଅନୁଭବଙ୍କ ଉପରେ ଆସ୍ଥା ପ୍ରକଟ କରିପାରୁନାହିଁ। ଆଉ ଭରସା କରିପାରୁନାହିଁ ବୋଲି ଦଳ ଟିକେଟ ଦେବା କୁଂଥୁ କୁଂଥୁ ହେଉଛି।

ଆହୁରି ବି ଚର୍ଚ୍ଚା ହେଉଛି ଯେ ଅନୁଭବ କୁଆଡେ ପୁରା ଖପା ବିଜେପି ଉପରେଖାସ ସେଥିପାଇଁ ତ ଆଉ କେହି ବିଜେପି ସମିଳନୀରେ ପଡୁନାହିଁ ତାଙ୍କ ପାଦ। ତେବେ କଥା ଯାହା ବି ହେଉନା କାହିଁକି ଭାଇଯାନଙ୍କୁ ଦଳକୁ ଡାକିକି ଭଣ୍ଡେଇ ଦେଇ କିଛି ଭଲ କଲାନାହିଁ ବିଜେପି ବୋଲି ଅନୁଭବଙ୍କ ସମର୍ଥକମାନେ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top