ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ। ଏହି ସ୍କିମରେ ମାତ୍ର ୧୦ ହଜାର ନିବେଶ କରି ରିଟର୍ଣ୍ଣ ପାଇପାରିବେ ୭ଲକ୍ଷ।

ଜୁଲାଇ ସେପ୍ଟେମ୍ବର ତ୍ରୟମାସିକ ପାଇଁ ଖୁଦ୍ର ସଞ୍ଚୟ ଯୋଜନାରସୁଧ ହାରର ପରିବର୍ତ୍ତନ ଘୋଷଣା କରିବାକୁ ଅର୍ଥମନ୍ତ୍ରାଳୟ ଘୋଷଣା କରିଥିଲେ। ଆଉ ଏହି ପରିବର୍ତ୍ତନ ଅଧୀନରେ ୫ ବର୍ଷର ବାରମ୍ବାର ଜମା ଅଧିକ ଆକର୍ଷଣ ହୋଇଛି।।ସରକାର ଏହାର ସୁଧ ହାରକୁ ୩୦ ହଜାର ପଏଣ୍ଟ ବୃଦ୍ଧି କରିଛନ୍ତି।

ବର୍ତ୍ତମାନ ଏହି ଡାକଘର ଏହି ଜମା ଉପରେ ୬.୨ ପ୍ରତିଶତ ପରିବର୍ତେ ୬.୫ ପ୍ରତିଶତ ସୁଧ ମିଳିବ। ଏହା ବ୍ୟତୀତ ୧ ବର୍ଷ ୨ ବର୍ଷର ସମୟ ଜମା ଉପରେ ସୁଧହାର ମଧ୍ୟ ୧୦ ଆଧାର ପଏଣ୍ଟ ବୃଦ୍ଧି କରାଯିବ। ତେବେ ଏଭଳି ଯୋଜନା ଯାହା ମଧ୍ୟମ ଅବଧି ନିବେଶକ ମାନଙ୍କ ପାଇଁ ଉଦିଷ୍ଟ। ବାର୍ଷିକ ୬.୫ ପ୍ରତିଶତ ସୁଧ ଉପଲବ୍ଧ ରହିଛି। କିନ୍ତୁ ଗଣନା ତ୍ରୟମାସିକ ଯୋଜନା ଆଧାରରେ ବୃଦ୍ଧି କରାଯାଇଥାଏ। ଆଉ ଯାହା ପାଇଁ ସର୍ବନିମ୍ନ ରାଶି ହେଉଛି ୧୦୦ ଟଙ୍କା। ଏହାପରେ ଯେକୌଣସି ରାଶି ୧୦୦ଟଙ୍କା ହିସାବରେ ଜମା ମଧ୍ୟ ହୋଇପାରିବ।

କହିବାକୁ ଗଲେ ବ୍ୟାଙ୍କ ତୁଳନାରେ ଡାକଘରର ଜମା କେବଳ ୫ ବର୍ଷ ପାଇଁ ଆଉ ପରେ ଏହାକୁ ଆପଣ ଆହୁରି ୫ ବର୍ଷ ପାଇଁ ମଧ୍ୟ ବୃଦ୍ଧି କରିପାରିବେ। ତେବେ ସଂପ୍ରସାରଣ ସମୟରେ ଆପଣ କେବଳ ପୁରୁଣା ସୁଧହାରର ଲାଭ ପାଇପାରିବେ ବୋଲି କୁହାଯାଇଛି।ଡାକଘର ଆରଡ଼ି କାଳକୁଲେକ୍ଟର ହିସାବରେ ଜଣେ ନିବେଶକ ପ୍ରତିମାସରେ ୧୦ହଜାର ଟଙ୍କା ଜମା କରନ୍ତି ତେବେ ୫ ବର୍ଷ ପରେ ତାଙ୍କୁ ୭ ଲକ୍ଷ ୧୦ ହଜାର ମିଳିପାରିବ। ଆଉ ତାଙ୍କର ମୋଟ ଜମା ହୋଇଥିନା ପୁଞ୍ଜି ୬ ଲକ୍ଷ ଟଙ୍କା ଆଉ ସୁଧ ପିଛା ପ୍ରାୟ ୧ ଲକ୍ଷ ୧ହଜାର ଟଙ୍କା ହେବ।

Leave a Reply

Your email address will not be published. Required fields are marked *