ଜଟଣୀ କଂଗ୍ରେସରେ ଫାଟ, ମନ୍ମଥ ରାଉତରାୟଙ୍କୁ ହୋଇପାରେ କ୍ଷତି! ଫାଇଦାରେ ଅପରାଜିତା।
ବିଜେଡିକୁ ଅଡ଼ୁଆ ଜେଟଣୀର କଂଗ୍ରେସ କଳି। ଫାଇଦା ନେଇଯିବେ ଅପରାଜିତା ଷଡ଼ଙ୍ଗୀ। ମନ୍ମଥ ରାଉତରାୟ ପଡିବେ ବଳି।ଆଜ୍ଞା ହଁ ବନ୍ଧୁଗଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଆସୁଥିବା ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ କଂଗ୍ରେସ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। ଜଟଣୀ ଆସନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ କିଏ ହେବ ଏହାକୁ ନେବ ଏକାଧିକ ଗୋଷ୍ଠୀଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। ବିଶେଷ କରି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିର ମିଶିବା ଏବଂ ବିଜେଡି ଟିକେଟରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହେବା ପରେ ଜଟଣୀ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି।
ପ୍ରକୃତରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମନ୍ମଥଙ୍କୁ ବାପା ସୁର ରାଉତରାୟ ସମର୍ଥନ କରିବା ଏବଂ ସାନ ପୁଅକୁ ଜିତାଇବା ପାଇଁ ଭୋଟ ମାଗିବା ପରେ ହିଁ ଆରମ୍ଭ ହୋଇଛି ଅସଲ କଳି। ପ୍ରଥମେ ନିଜର ସୁରଙ୍କ ପୁତୁରା ବୋଲି କହିଥିବା ସଂଗ୍ରାମ ରାଉତରାୟ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ବା ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପହଁଚି ନିଜ ସମର୍ଥକଙ୍କ ସହ ହଙ୍ଗମା କରିବା ପରେ ସୁରଙ୍କ ବିରୋଧରେ ଗର୍ଜନ କରିଥିଲେ ଆଉ ଜଟଣୀରେ ବିଧାୟକ ପ୍ରାର୍ଥୀ ପାଇଁ କଂଗ୍ରେସ ଟିକେଟ ଦାବି କରିଥିଲେ।
ସେ କୁଆଡେ ସୁର ରାଉତରାୟଙ୍କୁ ନିର୍ବାଚନରେ ଜିତାଇବା ପାଇଁ ବହୁତ ପରିଶ୍ରମ କରିଥିଲେ କାରଣ ସୁର କୁଆଡେ ତାଙ୍କୁ କଥା ଦେଇଥିଲେ କି ତାଙ୍କ ପୁଅମାନେ ଚାକିରୀ କରୁଛନ୍ତି। ତେଣୁ ରାଜନୀତିକୁ ଆସିବେନି। ହେଲେ ଏବେ ନିଜ ପୁଅଙ୍କୁ ରାଜନୀତି ମୈଦାନକୁ ଆଣି ସୁର ତାଙ୍କୁ ଧୋକା ଦେଇଛନ୍ତି ବୋଲି କହିଥିଲେ ସଂଗ୍ରାମ। ଖାଲି ସେତିକି ନୁହେଁ ତାଙ୍କ ଛଡା ଆଉ କେହି କଂଗ୍ରେସ ଟିକେଟ ନେଇ ଜଟଣୀରେ ପହଁଚି ପାରିବେନି ବୋଲି ମଧ୍ୟ ଖୋଲା ଧମକ ଦେଇଥିଲେ ସଂଗ୍ରାମ ରାଉତରାୟ।
ତେବେ ଏହାକୁ ନେଇ ସୁର ମଧ୍ୟ ତାଙ୍କୁ ଜବାବ ଦେଇଥିଲେ କି ପିମ୍ପୁଡି ହୋଇ ହାତୀ ଭଳି କଥା କହିବା ଉଚିତ ନୁହେଁ। ତେବେ ଏହା ପରେ ଜଟଣୀ କଂଗ୍ରେସର ଆଉ ଜଣେ ନେତା ଅଶୋକ ମଙ୍ଗରାଜ ସାମ୍ନାକୁ ଆସିଥିଲେ। ଆଉ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ନିଜକୁ କଂଗ୍ରେସର ଟିକେଟ ଦାବିଦାର ବୋଲି କହିଥିଲେ।
ସୁରଙ୍କ ବଡ଼ ପୁଅ ସିଦ୍ଧାନ୍ତ ରାଉତରାୟଙ୍କୁ ସମାଲଚନା କରିବା ସହ ଏଥର ଜଟଣୀ ମାଟିରେ ରାଉତରାୟ ପରିବାରକୁ କବର ଦିଆଯିବ ବୋଲି ଗର୍ଜିଥିଲେ।ତେବେ ଏଭଳି କହୁଥିଲେ ମଧ୍ୟ ସୁର ରାଉତରାୟ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ଦାବି କରିଥିଲେ ଅଶୋକ ମଙ୍ଗରାଜ। ଏଥିରୁ ସ୍ପଷ୍ଟ ଜଣାପଡୁଛି ସୁର ରାଉତରାୟଙ୍କ ରାଜନୈତିକ ଉତ୍ତରାଧିକାରୀ ହେବା ପାଇଁ ଜଟଣୀ କଂଗ୍ରେସରେ ଜୋରଦାର କଳି ଲାଗିଛି।
ତେବେ ଜଟଣୀ ବିଧାନସଭା ଆସନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଜଟଣୀ ନିର୍ବାଚନ ମଣ୍ଡଳୀର ଭୋଟ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ସବୁବେଳେ ନିର୍ଣ୍ଣାୟକ ହୋଇ ଆସିଛି। ଯେଉଁଥିପାଇଁ ଭୁବନେଶ୍ୱର ଲୋକସଭା ଆସନରୁ ଉଭୟ ବିଜେପି ଓ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ଏବଂ ଅପରାଜିତା ସଡ଼ଙ୍ଗୀଙ୍କ ଆଖି ଜଟଣୀ ବିଧାନସଭା ଆସନ ଉପରେ ରହିଛି। କାରଣ ୨ ଲକ୍ଷରୁ ଉର୍ଦ୍ଧ ଭୋଟର ଥିବା ଜଟଣୀ ନିର୍ବାଚନ ମଣ୍ଡଳୀରୁ ଅଧିକ ଭୋଟ ଯାହା ସପକ୍ଷରେ ଯିବ ସେ ହିଁ ବିଜୟୀ ହେବ ବୋଲି କୁହାଯାଉଛି। ତେବେ ଏ ସମ୍ପର୍କରେ ମନ୍ମଥ ରାଉତରାୟଙ୍କ କହିବା କଥା ହେଲା ଏଥର ଜଟଣୀରୁ ଅପରାଜିତାଙ୍କୁ ମିଳିବନି ଫାଇଦା।
ଗତଥର କେବଳ ଜଟଣୀ ବିଧାନସଭା ଆସନରୁ ଅପରାଜିତା ପାଇଥିଲେ ପାଖାପାଖି ୭୪,୦୦୦ ଭୋଟ। ହେଲେ ଏଥର ପ୍ରାୟ ସେଥିରୁ ୬୦,୦୦୦ଭୋଟ ମାଇନାଶ ହୋଇଯିବ ବୋଲି କହିଛନ୍ତି ମନ୍ମଥ। ଏଭଳି କହିବା ପଛରେ ସେ ଯାହା କାରଣ ଦର୍ଶାଇଛନ୍ତି ତାହା ହେଉଛି କି ଗତଥର ଅର୍ଥାତ ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଦେଇନଥିଲେ କଂଗ୍ରେସ। ଆଉ କଂଗ୍ରେସ ସହ ମେଣ୍ଟ କରିଥିବା ବାମଦଳ ପକ୍ଷରୁ ଜନାର୍ଦନ ପତି ସାଂସଦ ପ୍ରାର୍ଥୀ ହୋଇଥିଲେ। ଭୋଟରଙ୍କ ପାଖରେ ବିକଳ୍ପ ନଥିବାରୁ କଂଗ୍ରେସ ଭୋଟ ସବୁ ଅପରାଜିତାଙ୍କ ସପକ୍ଷରେ ଯାଇଥିଲା।
ଏଥର କିନ୍ତୁ ସ୍ଥିତି ଭିନ୍ନ। ବାପା ସୁର ରାଉତରାୟଙ୍କ ସଙ୍ଗଠନ ଏବଂ ତାଙ୍କର ସମାଜସେବା ଯୋଗୁ ଜଟଣୀବାସୀ ତାଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି ମନ୍ମଥ ରାଉତରାୟ। ଆଉ ଏହାର ଜବାବ ଦେଇ ଅପରାଜିତା ପରୋକ୍ଷରେ କହିଛନ୍ତି ଯେ ଭୁବନେଶ୍ୱରର ସାଂସଦ ପାଇଁ ଜ୍ଞାନ ଅଭିଜ୍ଞତା ଓ ପରିପକ୍ୱତା ଦରକାର। ସମଝଦାର କୋ ଇସାରା କାଫି ହେ। ଅର୍ଥାତ ଅପରାଜିତ ଇସାରା ଦେଲେଯେ ତାଙ୍କ ପାଖରେ ଜ୍ଞାନ ଅଭିଜ୍ଞତା ଅଛି ତାହା ମନ୍ମଥଙ୍କ ପାଖରେ ନାହିଁ।
ତେବେ ଏସବୁ ଭିତରେ ଗତ ନିର୍ବାଚନ ଫଳାଫଳ ଉପରେ ଯଦି ନଜର ପକାଇବା ତେବେ ୨୦୧ରେ ଜଟଣୀରେ ବିଜେପି ପ୍ରାର୍ଥୀ ଅପରାଜିତାଙ୍କୁ ମିଳିଥିଲା ୭୩,୬୬୯ ଭୋଟ। ସେହିପରି ବିଜେଡି ପ୍ରାର୍ଥୀ ଅରୁଣ ପଟନାୟକଙ୍କୁ ମିଳିଥିଲା ୭୨,୮୪୮ ଭୋଟ। ହେଲେ କଂଗ୍ରେସ ସମର୍ଥିତ ସିପିଆଇଏମ ପ୍ରାର୍ଥୀ ଜନାର୍ଦନ ପତିଙ୍କୁ ଜେଟଣୀର ମିଳିଥିଲା ମାତ୍ର ୭, ୬୮୯ ଭୋଟ।
ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ୨୦୧୯ରେ କଂଗ୍ରେସ ଭୋଟ ବିଜେପି ସପକ୍ଷରେ ପଡିଥିଲା। ଯାହା ଫଳରେ ଅପରାଜିତା ବିଜୟୀ ହୋଇଥିଲେ। ହେଲେ ଏଥର କିନ୍ତୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ସାଂସଦ ପ୍ରାର୍ଥୀ ହୋଇଥିବାରୁ ଏହି ନିର୍ବାଚନ ମଣ୍ଡଳୀରୁ କେତେ ଭୋଟ ଅପରାଜିତାଙ୍କ ସପକ୍ଷରେ ଯିବ ତାହା କହି ହେଉନାହିଁ।
ଯଦିଓ ଜଟଣୀ ବିଧାନସଭା ଆସନରୁ ଅଧିକ ଭୋଟ ଏଥର ମନ୍ମଥ ରାଉତରାୟଙ୍କ ସପକ୍ଷରେ ପଡିବ ବୋଲି ପ୍ରଥମେ କୁହାଯାଉଥିଲା ଏବେ କିନ୍ତୁ ଆଉ ସେମିତି ହେବନାହିଁ ବୋଲି ସମୀକ୍ଷକ ମାନେ କହିଲେଣି। କାରଣ ସୁର ରାଉତରାୟଙ୍କ ପରିବାରରେ ତାଙ୍କ ବଡ଼ ପୁଅ ସିଧାର୍ଥ ରାଉତରାୟ ମଧ୍ୟ ନିଜ ଭାଇ ଏବଂ ବାପାଙ୍କୁ ସମର୍ଥନ କରୁନାହାନ୍ତି।
ଖାଲି ସେତିକି ନୁହେଁ ସୁର ରାଉତରାୟ ନିଜକୁ କଂଗ୍ରେସ ମ୍ୟାନ ବୋଲି କହୁଥିଲେ ବି ପୁଅ ମନ୍ମଥଙ୍କ ପାଇଁ ଭୋଟ ମାଗୁଥିବାରୁ ଜଟଣୀ କଂଗ୍ରେସରେ ଅନେକ କୋଷ୍ଠୀ ବିଭାଜନ ଦେଖିବାକୁ ମିଳିଲାଣି। ତେଣୁ ଜଟଣୀ ଆଉ ସୁରଙ୍କ ଅଗତିଆରରେ ନାହିଁ ଆଉ ତାଙ୍କ କଥାରେ ଜଗଣି ବାସୀ ଭୋଟ ଦେବେନାହିଁ ବୋଲି କୁହାଯାଉଛି। ଯାହା ଫଳରେ ଗତଥର ଭଳି ଜଟଣୀର କଂଗ୍ରେସ ଭୋଟ ଭାଗ ଭାଗ ହୋଇଯିବ। ମୋଟାମୋଟି ଭାବେ କହିବାକୁ ଗଲେ ଏଥର ଜଟଣୀ କଂଗ୍ରେସର କଳି ଭିତରେ ସୁରଙ୍କ ପୁଅ ମନ୍ମଥ ରାଉତରାୟ ବଳି ପଡିଯିବେ। ଆଉ ୨୦୧୯ ଭଳି ପୁଣି ଥରେ ଅପରାଜିତା ଷଡ଼ଙ୍ଗୀ ଜଟଣୀ ଭୋଟରୁ ଫାଇଦା ନେଇଯିବେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।