ଶ୍ରୀମୟୀ ମିଶ୍ରଙ୍କୁ ନେଇ ଆସିଲା ବଡ଼ ଖବର…ବିଜୁ ଜନତା ଦଳ ପକ୍ଷରୁ ଦିଆଗଲା ବଡ଼ ଦାୟିତ୍ୱ।

ଶ୍ରୀମୟୀ ମିଶ୍ରଙ୍କୁ ନେଇ ଆସିଲା ବଡ଼ ଖବର। ବିଜେଡି ଦେଲା ଶ୍ରୀମୟୀଙ୍କୁ ବଡ଼ ଦାୟିତ୍ୱ। ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଲା ବିଜୁ ଜନତା ଦଳ। ହଁ ବନ୍ଧୁଗଣ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ନେଇ ଗତ କିଛିଦିନ ଧରି ରାଜଧାନୀ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିବା ବେଳେ ତାଙ୍କୁ ଏବେ ମିଳିଛି ବଡ଼ ଦାୟିତ୍ୱ। ଭୁବନେଶ୍ୱର ଲୋକସଭା ଆସନରୁ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରାଜନୈତିକ ଦୃଶ୍ୟ ପଟରୁ ଏକ ପ୍ରକାର ଗାୟବ ହୋଇଯାଇଥିଲେ ଶ୍ରୀମୟୀ।

କାରଣର ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିପକ୍ଷରେ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଇବ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା ଏବଂ ଦଳୀୟ ନେତାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଥିଲେ। ଶ୍ରୀମୟୀ ମଧ୍ୟ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ।

ହେଲେ ଗତ କିଛି ଦିନ ତଳେ ହଠାତ ମନ୍ମଥ ରାଉତରାୟ ବିଜେଡିରେ ମିଶିଲେ ଏବଂ ସେହି ଦିନ ହିଁ ଦଳ ତାଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ବୋଲି ଘୋଷଣା କଲା। ଆଉ ଏହା ପର ଠାରୁ ଶ୍ରୀମୟୀ ମିଶ୍ର ଏକ ପ୍ରକାରର ଅଦୃଶ୍ୟ ହୋଇଗଲେ। କାରଣ ତାଙ୍କ ସହ କୁଆଡେ ବିଜେଡି ନେତା ମାନଙ୍କର ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା କୁହାଗଲା। ଆଉ ଏହା ପରେ ଏକଥା ମଧ୍ୟ ଚର୍ଚ୍ଚା ହେଲା ଯେ ଭୁବନେଶ୍ୱର ମଧ୍ୟମ ଆସନରୁ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ବିଧାୟିକା ପ୍ରାର୍ଥୀ କରିବାକୁ ଯାଉଛି। ହେଲେ ଏହି ଆସନରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ଏକାଧିକ ଦାବିଦାର ଥିବାରୁ ଶ୍ରୀମୟୀଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ମଧ୍ୟ ବିଜେଡି ପାଇଁ ସହଜ ନୁହେଁ ବୋଲି କୁହାଗଲା।

ଏସବୁ ଭିତରେ ଲୋକେ ଏହା ମଧ୍ୟ କହୁଥିବାର ଶୁଣିବାକୁ ମିଳିଲା କି ଶ୍ରୀମୟୀ ମିଶ୍ର କୁଆଡେ ବିଜେଡି ଛାଡି ଅନ୍ୟ ଦଳରେ ମିଶିବେ। ତେବେ ଅନେକ ଚର୍ଚ୍ଚା ଆଲୋଚନା ଭିତରେ ଶ୍ରୀମୟୀଙ୍କୁ ନେଇ ଆସିଛି ଆଉ ଏକ ବଡ଼ ଖବର। ବିଜେଡି ପକ୍ଷରୁ ତାଙ୍କୁ ଦିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।ହଁ ଆଜ୍ଞା ଗଠିତ ହୋଇଛି ବିଜେଡି ନିର୍ବାଚନ ଇସ୍ତାହାର କମିଟି। ଆଉ ଏହି ୩୮ ଜଣିଆ କମିଟିର ଅଧକ୍ଷ ରହିଛନ୍ତି ବ୍ରହ୍ମପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରକାନ୍ତ ସାହୁ ଏବଂ ଏହି କମିଟିରେ ୬ ଜଣଙ୍କୁ ସହ ଉପାଧେକ୍ଷ ଭାବେ ଦାୟିତ୍ୱ ମିଳିଛି। ଏହା ସହ କମିଟିର ଆବାହକ ରହିଛନ୍ତି ଅମର ପଟନାୟକ ଏବଂ ସସ୍ମିତ ପାତ୍ରଙ୍କୁ ଦିଆଯାଇଛି ସହ ଆବାହକ ଦାୟିତ୍ୱ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଶ୍ରୀମୟୀ ମିଶ୍ରଙ୍କୁ ମଧ୍ୟ ବିଜେଡି ନିର୍ବାଚନ ମଣ୍ଡଳୀରେ ଇସ୍ତାହାର କମିଟିର ସଦସ୍ୟ ଭାବେ ରଖାଯାଇଛି। ଆଉ ଏହି ସୂଚନା ମିଳିବା ପରେ ଏକଥା ସ୍ପଷ୍ଟ ହୋଇଯାଇଛି ଶ୍ରୀମୟୀ ଦଳ ଛାଡିବା କିମ୍ବା ଅନ୍ୟ ଦଳକୁ ଯିବା ନେଇ ଚର୍ଚ୍ଚା ସମ୍ପୂର୍ଣ୍ଣ ଭାବେ ଅମୂଳକ ବରଂ ଏବେ ମଧ୍ୟ ଶ୍ରୀମୟୀ ମିଶ୍ରଙ୍କୁ ପୂର୍ବ ଭଳି ଗୁରୁତ୍ୱ ଦେଉଛି ଏବଂ ତାଙ୍କୁ ଦଳର ଦାୟିତ୍ୱପୂର୍ଣ ପଦବୀ ଦିଆଯାଉଛି।

Leave a Comment

Your email address will not be published. Required fields are marked *

Scroll to Top