ଲଜ୍ଜ୍ୟା ! ସାରଥୀ ବାବାଙ୍କ ଶରଣ ପଶିଲେ କୋଟପାଡ ବିଧାୟକ ପ୍ରାର୍ଥୀ ଚନ୍ଦ୍ରଶେଖର ।
ଦେଖିବାକୁ ମିଳୁଥିଲା ସାରଥି ବାବାଙ୍କ ପାଇଁ ପାଗଳ ହେଉଥିଲେ ଅନ୍ଧ ଭକ୍ତ । ହେଲେ ଏବେ କଣ ସାରଥି ବାବାଙ୍କୁ ମୁଣ୍ଡିଆ ମାରିବାକୁ ପହଁଚିଗଲେ ବିଧାୟକ ପ୍ରାର୍ଥୀ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ୟ୍ଯ । ସେଶରେ ସାରଥି ବାବାଙ୍କ ଆଶ୍ରିତ ନେଇଗଲେ ବିଧାୟକ ପ୍ରାର୍ଥୀ ଚନ୍ଦ୍ରଶେଖର । ହଁ ଆଜ୍ଞା ଜଣେ ବିଧାୟକ ହୋଇ ମଧ୍ୟ ଏଭଳି କିଛି କହି ଦେଇଛନ୍ତି ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଜୋର ଧରିଛି । ଏବେ କିଛିଦିନ ହେଲାଣି ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ସେତେବେଳେ ଦେଖିବାକୁ ମିଳୁଛି ସାରଥି ବାବାଙ୍କ ଭକ୍ତମାନେ ପୂରା ଚଳ ଚଞ୍ଚଳ ହୋଇ ପଡ଼ିଛନ୍ତି । ଚାଲିଛି ସତସଙ୍ଗ ଆଉ ଗହଳି ଜମାଉଛନ୍ତି ଶହ ଶହ ଭକ୍ତ । ଆଜ୍ଞା ହଁ ବନ୍ଧୁଗଣ ବିବାଦୀୟ ସିଦ୍ଧ ପୁରୁଷ ତଥା ନିଜକୁ ବାବା ବୋଲି ବୋଲାଉଥିବା ଭଣ୍ଡ ସାରଥୀଙ୍କୁ ତାଙ୍କ ଅନ୍ଧ ଭକ୍ତ ଏବେ ଭୁଲି ପାରୁନାହାଁନ୍ତି
ପୁଣି ବାବା ସାରଥି ଦେଖାଇଲେ ଚମତ୍କାର । ଲାଗିଲା ଭକ୍ତଙ୍କ ଗହଳି ଆରମ୍ଭ ହୋଇଗଲା ସତସଙ୍ଗ I ଯେଉଁ ସାରଥୀଙ୍କୁ ସମସ୍ତେ ଭଣ୍ଡବାବା କହିଥିଲେ ଏମିତିକି ଦୋଷ ପ୍ରମାଣ ହେବା ପରେ ଜେଲ୍ ଯାଇଥିଲେ ଆଉ ଜଣା ପଡ଼ିଥିଲା କିଭଳି ଲୋକ ମାନଙ୍କୁ ଭୁଆଁ ବୁଲାଉଥିଲେ ସାରଥୀ ।
ତାପରେ ଭି ଲୋକମାନେ ସୁଧୁରିବାର ନାଁ ନେଉନାହାଁନ୍ତି । ଆଉ ଏବେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ବିଧାୟକ ପ୍ରାର୍ଥୀ ଯାହାଙ୍କ ନାମ ଚନ୍ଦ୍ରଶେଖର ସେ ଏଭଳି ଭାବରେ ବାବା ସାରଥୀଙ୍କ ଆଶ୍ରିତ ନେଉଥିବା ଦେଖିବାକୁ ମିଳିଛି । ଶେଷରେ ସାରଥି ବାବାଙ୍କ ଆଶ୍ରିତ ନେଇଛନ୍ତି କୋଟପାଡ଼ ବିଜେଡ଼ି ଦଳର ବିଧାୟକ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ । କିଛି ଅନ୍ଧ ସାରଥୀ ଭକ୍ତ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଟପାଡ଼ ବ୍ଲକରେ ସତସଙ୍ଗ କରାଇଥିବା ନଜର ଆସିଥିଲା ।
ଆଉ ସେଠାରେ ଯାଇ ପହଞ୍ଚିଥିଲେ ଚନ୍ଦ୍ରଶେଖର ମାଝୀ । ବିଧାୟକ ହୋଇ ଏସବୁକୁ ପ୍ରଶ୍ରୟ ଦେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ କହି ରଖିବୁ ଯେ କିଛି ବର୍ଷ ତଳେ ନିଜର କେଳେଙ୍କାରୀ ଯୋଗୁଁ ତଥାକଥିତ ସାରଥି ବାବା ଜେଲ ଯାଇଥିଲେ । ଦୀର୍ଘ ଦିନର ନ୍ୟାୟିକ ସଂଘର୍ଷ କରି ଶେଷରେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ । ହେଲେ ତାଙ୍କର ଭକ୍ତ ଓ ଅନୁଗାମୀ ମାନଙ୍କ ଦ୍ୱାରା ଆଜି ମଧ୍ୟ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ସମସ୍ତଙ୍କୁ ଚକିତ କରୁଛି ।