ଏତେ କାମ କରି ମଧ୍ୟ ଶ୍ରମୟୀଙ୍କି ମିଳିଲାନି ଟିକେଟ,ଆସୁ ଆସୁ ଲେଖାଶ୍ରୀଙ୍କୁ ମିଳିବ ଟିକେଟ।

ପୁରା ଜଳକା ପାଲଟିଗଲେ ଶ୍ରୀମୟୀ ମିଶ୍ର। ପ୍ରଥମେ ମନ୍ମଥ ଆଉ ଏବେ ଲେଖାଶ୍ରୀଙ୍କ ଝଟକା। ବର୍ଷ ବର୍ଷ ଧରି କାମ କରି ମଧ୍ୟ ମିଳିଲାନି ସାଂସଦ ଟିକେଟ। ଦଳକୁ ପଛରେ ଆସିଲେ ଆଉ ସାଂସଦ ଟିକେଟ ନେଇଯିବେ ଲେଖାଶ୍ରୀ।ଝଟକା ପରେ ଝଟକା ଗୋଟିଏ ପରେ ଗୋଟିଏ ଝଟକା ଖାଇଲେଣି ଶ୍ରୀମୟୀ ମିଶ୍ର। କାହାକୁ କହିବେ କ’ଣ କହିବେ କିଛି ବି ବୁଝି ପାରୁନାହାନ୍ତି କାରଣ ସବୁ ଏକା ଲାଉର ମଞ୍ଜି। ସମସ୍ତେ ତ ଏବେ ଦଳ ଡିଆଁକୁ କୋଳରେ ବସି ବୁଲୁଛନ୍ତି। ଦଳର ମଉଡ଼ମଣି ଏବେ ଦଳ ଡିଆଁ। ସେଥିପାଇଁ ପୁରା ଚୁପ ଏବେ ଶ୍ରୀମୟୀ ମିଶ୍ର। ଭୋକିଲା ଆଗରୁ ଖାଇବା ନେଇଗଲା ଭଳି ଏବେ ଶ୍ରୀମୟୀଙ୍କ ପରିସ୍ଥିତି ମଧ୍ୟ ସେମିତି। ଦଳର ସଚୋଟ ପ୍ରଭାବଶାଳୀ ନେତ୍ରୀ ହୋଇ ମଧ୍ୟ ମିଳିଲାନି ସାଂସଦ ଟିକେଟ। ଆଉ ଏବେ ବିଧାନସଭା ଟିକେଟ ମିଳିବ କି ନାହିଁ ତାହା ଭଗବାନଙ୍କୁ ଜଣା।

ହେଲେ ବିଜେପିରୁ ବିଜେଡିକୁ ଆସୁ ଆସୁ ଏବେ ସିଧା ସାଂସଦ ଟିକେଟ ପାଇବାକୁ ଯାଉଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର। ବାଲେଶ୍ଵରରୁ ଆସନ ପାଇବା ନେଇ ଏବେ ଚର୍ଚ୍ଚା ଧରିଛି।ପ୍ରଥମେ ଭୁବନେଶ୍ୱର ସାଂସଦ ହେବେ ବୋଲି ପ୍ରଚାର ମୈଦାନକୁ ଓଲ୍ହାଇଥିଲେ ଶ୍ରୀମୟୀ ମିଶ୍ର। ଦଳ ପୁରା ପ୍ରଚାର କଲାକି ଏକାମ୍ର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହେଉଛନ୍ତି ଶ୍ରୀମୟୀ ମିଶ୍ର।ନହେଲେ ଶ୍ରୀମୟୀଙ୍କୁ ପ୍ରଥମ ଝଟକା ସେତେବେଳେ ଲାଗିଲା ଯେତେବେଳେ ବିଜେଡି ତାର ଟିକେଟ ଘୋଷଣା କଲା। ଯେଉଁଥିରେ ଶ୍ରୀମୟୀଙ୍କ ନାଁ ବଦଳରେ ଥିଲା ମନ୍ମଥ ରାଉତରାୟଙ୍କ ନାଁ। ଯିଏ ଦଳକୁ ଆସୁ ଆସୁ କେଇ ଘଣ୍ଟା ମଧ୍ୟରେ ପାଇଯାଇଥିଲେ ଏକାମ୍ର ଭୁବନେଶ୍ୱରର ସାଂସଦ ଟିକେଟ। ଯାହା ଶ୍ରୀମୟୀଙ୍କୁ ବହୁତ ବାଧିଥିଲା। ସେବେଠାରୁ ବିଲକୁଲ ବି ଦେଖାଯାଉନାହାନ୍ତି ଶ୍ରୀମୟୀ ମିଶ୍ର।

ତେବେ ଦ୍ୱିତୀୟ ଝଟକା ସେତେବେଳେ ଲାଗିଥିଲା ଯେତେବେଳେ ନିଜ ଦଳର ମହିଳାମାନଙ୍କ ଟିକେଟ କ୍ୟାନସେଲ କରି ବିଜେପିରୁ ବିଜେଡିକୁ ଆସିଥିବା ମହିଳା ନେତ୍ରୀ ଲେଖାଶ୍ରୀଙ୍କୁ ଦଳ ଆଗରେ ରଖିଲା। ଦଳକୁ ଆସୁ ଆସୁ ବାଲେଶ୍ଵର ଆସନରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଲା। ଯାହା ଶ୍ରୀମୟୀଙ୍କୁ ବହୁତ ବାଧିଥିବ ନିଶ୍ଚିତ।ତେବେ ଶ୍ରୀମୟୀ କେଉଁଠି ନାଁ କେଉଁଠି ଦଳ ତାଙ୍କ ସହ କିଛି ଭଲ କରିନାହିଁ ବୋଲି ଭାବୁଥାଇ ପାରନ୍ତି। ଯେଉଁଥିପାଇଁ ତାଙ୍କ ପାଖରେ କିଛି ଉତ୍ତର ନଥିବାରୁ ସେ ବାହାରକୁ ମଧ୍ୟ ଆସୁନାହାନ୍ତି। ଏବେ ଶ୍ରୀମୟୀଙ୍କ ପାଇଁ କେବଳ ମଧ୍ୟମ ଭୁବନେଶ୍ୱର ବିଧାନସଭା ଆସନ ଫାଙ୍କା ପଡିଛି। ସେଥିରେ ମଧ୍ୟ ପ୍ରବଳ ଅସୁବିଧା। ଦଳ କାହାକୁ ଟିକେଟ ଦେବ ଭାବି ପାରୁନାହିଁ।

ଏବେ ବିରୋଧରେ ଶିକାର ହେଉଥିବା ମଧ୍ୟମ ଭୁବନେଶ୍ୱର ବିଧାୟକ ଅନନ୍ତନାରାୟଣ ଜେନାଙ୍କୁ ଟିକେଟ ଦେବ ନାଁ ଲବୀ କରୁଥିବା ବିଜେଡିର କରପୁରେଟର ଅମରେଶ ଜେନାଙ୍କୁ ଟିକେଟ ଦେବ ନାଁ ବାରମ୍ବାର ଝଟକା ଖାଇଥିବା ଶ୍ରୀମୟୀ ମିଶ୍ରଙ୍କୁ ମିଳିବ ମଧ୍ୟମ ଭୁବନେଶ୍ୱର ପାଇଁ ବିଧାନସଭା ଆସନ ପାଇଁ ଟିକେଟ। ବୋଧେ ଏତେ ଜଟିଳ ଥିବାରୁ ଦଳ ବାହାର କରିପାରୁନାହିଁ ପ୍ରାର୍ଥୀ ତାଲିକା।

Leave a Reply

Your email address will not be published. Required fields are marked *