ସ୍ୱାମୀ ଦେଖାଇଲା ମହାନତା…ପୁରୁଣା ପ୍ରେମିକ ସହ ନିଜ ସ୍ତ୍ରୀର କରେଇଲା ବାହାଘର…।

ନିଜ ସ୍ତ୍ରୀକୁ ବାହା କରାଉଛି ସ୍ୱାମୀ। ଛାତିରେ ଅନେକ ଦୁଃଖ ଅନେକ ଯନ୍ତ୍ରଣାକୁ ଚାପି ରଖି। ତଥାପି ନିଜ ସ୍ତ୍ରୀରର ଖୁସି ପାଇଁ ସ୍ୱାମୀ ନେଲା ଏଭଳି ନିଷ୍ପତ୍ତି। ପୁରୁଣା ପ୍ରେମିକକୁ ଭୁଲି ପାରୁନଥିଲା ସ୍ତ୍ରୀ। ଆଉ ସେଥିପାଇଁ ସ୍ୱାମୀ ନେଲା ନିଷ୍ପତ୍ତି। ଆଉ ସ୍ୱାମୀ କହିଲା ତୁମେ ତୁମ ପୁରୁଣା ପ୍ରେମିକକୁ ବାହା ହୋଇଯାଅ। ଆଉ ଆଜି ହେଉଛି ବାହାଘର।

୮ ବର୍ଷର ପୁରୁଣା ପ୍ରେମ କାହାଣୀକୁ ସତ କରିବାକୁ ପାଗଳ ପ୍ରେମିକ ଦୌଡ଼ି ଆସିଥିଲା ଗାଁରୁ। ବିବାହ ପରେ ବି ପ୍ରେମକୁ ଭୁଲି ପାରୁନଥିଲା ଏଇ ସ୍ତ୍ରୀ ଜଣକ। ଫିଲ୍ମ ଷ୍ଟାଇଲରେ ନିଜ ସ୍ତ୍ରୀକୁ ତା ପ୍ରେମିକ ହାତକୁ ଟେକି ଦେଇଛି ଏଇ ସ୍ୱାମୀ। ଆଉ କହିଲା ତୁ ତୋ ପ୍ରେମିକ ସହ ଖୁସିରେ ରହ। ଏମିତି କିଛି କହି ଏଇ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ତାର ପ୍ରେମିକ ସହ ବିବାହ କରାଇଦେଲା।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଗଦିଆ ଥାନା ଅନ୍ତର୍ଗତ ଜଂଗୀୟଦତ୍ତ ବାରିକ ପିତା ବ୍ରଜବନ୍ଧୁ ବାରିକ ଦୀର୍ଘ ୩ ବର୍ଷ ପୂର୍ବରୁ କଣ୍ଟା ବାଡ଼ିଆ ଅଞ୍ଚଳରୁ ପ୍ରିୟଙ୍କା ବାରିକଙ୍କୁ ବିବାହ କରିଥିଲେ। ୧୫ ଦିନ ପରଠାରୁ ପୁରୁଣା ପ୍ରେମିକ ପ୍ରେମରେ ଉବୁଟୁବୁ ହେଉଥିଲେ ପ୍ରିୟଙ୍କା। ଏପଟେ ପରିବାର ଲୋକଙ୍କୁ ପ୍ରିୟଙ୍କା ଦେଉଥିଲେ ଅନେକ ପ୍ରକାରର ଧମକ ପୂର୍ଣ୍ଣ ଚେତାବନୀ। ଆଉ ମିଛ କହୁଥିଲେ। ଆଉ କହୁଥିଲେ ଜୀବନ ହାରିଦେବି।

ଆଉ ଏପଟେ ବିଚଳିତ ହୋଇପଡିଥିଲା ସ୍ୱାମୀ। ଆଉ ଥାନାରେ ଦ୍ୱାରସ୍ତ ହୋଇ ଶେଷରେ ସ୍ତ୍ରୀକୁ ଟେକି ଦେଇଥିଲେ ପୁରୁଣା ପ୍ରେମିକ ହାତରେ।ପୁରୁଣା ପ୍ରେମିକ ଶ୍ରିତମ ରାୟଙ୍କ ଥାନା ବଉଣପାଳର ବାସିନ୍ଦା। ବିବାହ ହୋଇଥିଲା ଗଦିଆ ଥାନା ପରଉଖୋଜ ଥାନା ରାମ ମନ୍ଦିରରେ। ଉପସ୍ଥିତ ଥିଲେ ସ୍ୱାମୀ ଯୋଗ୍ୟଦତ୍ତ ଓ ଶ୍ୱଶୁର ବ୍ରଜବନ୍ଧୁ।

Leave a Reply

Your email address will not be published. Required fields are marked *