କାନ୍ଦି କାନ୍ଦି କହିଲେ ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକଙ୍କ ପୁଅ, ମା’ର ପଦେ କଥା ମନେ ପଡିବ… ।
ବନ୍ଧୁଗଣ ନିକଟରେ ସ୍ୱନାମଧନ୍ୟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇ ଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ସ୍ୱାମୀ ବସନ୍ତ କୁମାର ଛୋଟରାୟ ଏହି ସୂଚନା ଦେବା ପରେ, ଓଡ଼ିଶା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଶାନ୍ତିଲତା ବାରିକ । ତେବେ କହି ରଖିବୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପାଇଁ ଅସୀମ ଖ୍ୟାତି ଅର୍ଜନ କରିଥିଲେ ସେ ।
ଥକା ମନ ଚାଲ ଯିବା ଏବଂ ଭଜି ଭଜି ତୋ ନାମ ଚକାନୟନ ଭଳି ଅନେକ ଗୀତ ଗାଇ ପାଇଥିଲେ ବିପୁଳ ପ୍ରସିଦ୍ଧି । ଶାନ୍ତିଲତାଙ୍କ ଗୀତ ଶ୍ରୋତାଙ୍କ ମନରେ ଭକ୍ତି, ସମର୍ପଣ ଭାବ ସୃଷ୍ଟି କରିଥାଏ । ତେବେ କଣ୍ଠଶିଳ୍ପୀ ଶାନ୍ତିଲତାଙ୍କ ନିଧନ ପରେ ତାଙ୍କ ପୁଅ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କାନ୍ଦି କହିଛନ୍ତି ଯେ ମାଆ ଯେତେବେଳେ ଜନ୍ମ ଦେଇଥାଏ ମାଆ ଠୁ ଆଉ ବଡ ଗରିୟସୀ ଆଉ ଦୁନିଆରେ କେହି ନଥାନ୍ତି ।
ମାଆ ଦୁନିଆକୁ ଆଣିଛି କିଛି ସଂସ୍କାର ଦେଇଛି । ଆଉ ସେହି ସଂସ୍କାରର ଅର୍ଥ ହେଉଛି ସମାଜରେ ଗୋଟେ ଭଲ ମଣିଷ ହେବା । ପର ଆପଣାର ହେବା ଆଉ ସମସ୍ତଙ୍କୁ ଆଗକୁ ବଢେ଼ଇବା । ପୁଅ କହିଛନ୍ତି ତାଙ୍କ ମାଆ ୩ଟି ଜିନିଷ ଶିଖାଇଛନ୍ତି ଆଉ ଏଇ ୩ଟି ଜିନିଷକୁ କେବେ ଭୁଲିବ ନାହିଁ କି କାହା ମନରେ କେବେ ଦୁଃଖ ଦେବନାହିଁ ଜୀବନରେ ଯେତେ କଷ୍ଟ ଆସିଯାଉ । ଏହି ପ୍ରେରଣା ପାଇ ଆଗକୁ ବଢ଼ିବେ । ସେ ଜଣେ ସରକାରୀ କର୍ମଚାରୀ ତଥା ତବଲାରେ ଏମ.ଏ କରିଛନ୍ତି ଆଉ ତବଲା ବଜାଉଛନ୍ତି ମଧ୍ୟ । କିନ୍ତୁ ତବଲା ତା ତାଙ୍କର ପେଶା ନୁହେଁ ନିଶା ବୋଲି କହିଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକଙ୍କ ପୁଅ ।
ସେ କାନ୍ଦି କାନ୍ଦି ଆହୁରି ମଧ୍ୟ କହିଥିଲେ ମାର ସେହି ତାଗିଦ୍ ମନେ ପଡ଼ିବ । ଯାହା ଯେତେ ବଡ଼ ହେଲେ ମଧ୍ୟ ମା ଆଗରେ ସେ ପିଲା । ଯେତେବେଳେ କିଛି ଭି ଭୁଲ୍ ହେଇ ଯାଉଥିଲେ ମା କହୁଥିଲେ କଣ ଠିକ୍ । ତେଣୁକରି ନତମସ୍ତକ ହେଇକି ତାପାଖରେ ମୁଣ୍ଡ ନୁଆଇଁବା ଟା ହେଉଛି ସବୁଠୁ ବଡ଼ ଶ୍ରେୟ ।