କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା, ମଇଦାନକୁ ଓହ୍ଲାଇଲେ ୪୯ ଜଣ ଯୋଦ୍ଧା
ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ ଆଜି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।୮ ଟି ଲୋକସଭା ଓ ୪୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ। ପ୍ରକାଶିତ ତାଲିକା ଅନୁସାରେ କଂଗ୍ରେସ ୪୯ ବିଧାନସଭା ଆସନରେ ଯେଉଁ ପ୍ରାର୍ଥୀମାନଙ୍କୁ ମଇଦାନକୁ ଓହ୍ଲାଇଛି ସେମାନେ ହେଲେ ନୂଆପଡ଼ାରୁ ପିସିସି ସଭାପତି ଶରତ ପଟ୍ଟନାୟକ,
ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ ଦାସ, ଭଟଲୀରୁ ବ୍ରହ୍ମା ମହାକୁଡ଼, ବ୍ରଜରାଜ ନଗରରୁ କିଶୋର ପଟେଲ, ତଳସରାରୁ ପ୍ରବୋଧ ତିର୍କୀ, ସୁନ୍ଦରଗଡ଼ରୁ ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀରୁ ଗୋପାଳ ଦାସ, ରାଉରକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁରରୁ ରାଜନ ଏକ୍କା, ଲୋଇସିଂହାରୁ ଓମ ପ୍ରକାଶ କୁମ୍ଭାର, ପାଟଣାଗଡ଼ରୁ ଅନୀଲ ମେହେର, ବଲାଙ୍ଗୀରରୁ ସମରେନ୍ଦ୍ର ମିଶ୍ର, କଣ୍ଟାବାଂଜିରୁ ସନ୍ତୋଷ ସିଂ ସାଲୁଜା
ଉମରକୋଟରୁ ସନରାଜ ଗଣ୍ଡ, ଝରିଗାଁରୁ ହାରାବତୀ ଗଣ୍ଡ, ନବରଙ୍ଗପୁରରୁ ଦିଲୀପ ପ୍ରଧାନୀ, ଡାବୁଗାଁରୁ ଲିପିକା ମାଝୀ, ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀ, ଜୁନାଗଡ଼ରୁ ତୁଳେଶ୍ୱର ନାଏକ, ଧର୍ମଗଡ଼ରୁ ରଶ୍ମୀରେଖା ରାଉତ, ଭବାନୀପାଟଣାରୁ ସାଗର ଦାସ, ନର୍ଲାରୁ ଭକ୍ତଚରଣ ଦାସ, ବାଲିଗୁଡ଼ାରୁ ସୁରଦ ପ୍ରଧାନ, ଜି.ଉଦୟଗିରିରୁ ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀରୁ ପ୍ରତିଭା କହଁର, କଣ୍ଟାମାଳରୁ ମନୋଜ ଆଚାର୍ଯ୍ୟ, ବୌଦ୍ଧରୁ ନବ ମିଶ୍ର, ଭଞ୍ଜନଗରରୁ ପ୍ରଶାନ୍ତ ବିଷୋୟୀ, ପୋଲସରାରୁ ଅଗସ୍ତି ବରଦା,
କବିସୂର୍ଯ୍ୟ ନଗରରୁ ଚିରଞ୍ଜିବ ବିଷୋୟୀ, ସୋରଡ଼ାରୁ ହରିକ୍ରିଷ୍ଣା ରଥ, ସାନଖେମୁଣ୍ଡିରୁ ରମେଶ ଜେନା, ଚିକିଟିରୁ ରବୀନ୍ଦ୍ରଦ୍ୟାନ ସାମନ୍ତରାୟ, ମୋହନାରୁ ଦାଶରଥୀ ଗମାଙ୍ଗ ଏବଂ ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ତେବେ ବାକିଥିବା ୧୩ଟି ଲୋକସଭା ଆସନ ଏବଂ ୯୮ ବିଧାନସଭା ଆସନରେ କଂଗ୍ରେସ କେବେ ପ୍ରାର୍ଥୀ ଘୋଷଣା କରୁଛି ତା ଉପରେ ନଜର ରହିଛି।