ଅଜବ ଦୃଶ୍ୟ। ଟ୍ୟାପରୁ ଯେମିତି ପାଣି ବାହାରେ, ଗଛରୁ ବି ଠିକ ସେମିତି ବାହାରୁଛି ପାଣି। ଏମିତି ଦୃଶ୍ୟ ଦେଖି ସମସ୍ତେ…।
ଖରାଦିନେ ଆଉ ପାଣିର ନାହିଁ ଟେନସନ। ଦରକାର ନାହିଁ କୌଣସି ଟ୍ୟାପ କି ନଳକୂପ। ଗଛରୁ ବାହାରୁଛି ଅଜସ୍ର ପାଣି।ବନ୍ଧୁଗଣ ପୃଥିବୀ ପୃଷ୍ଠରେ ଥିବା ଅନେକ ରହସ୍ୟ ଗୁଡିକ ମଧ୍ୟରୁ ଗଛଲତା ଟିକେ ଅଲଗା ହୋଇଥାନ୍ତି। ଏମାନଙ୍କ ସମ୍ବଦ୍ଧରେ ଯେତେ ପ୍ରକାରର ଦାବି କରାଗଲେ ମଧ୍ୟ ଅନେକ ଥର ଆମକୁ ଚକିତ କରିବା ଭଳି ତଥ୍ୟ ମିଳେ। ତେବେ ଆପଣ ମାନେ କେବେବି ଗଛରୁ ପାଣି ବାହାରୁଥିବା କଥା ଶୁଣିଛନ୍ତି ନାଁ ଦେଖିଛନ୍ତି। ଏମିତି ଭାବନ୍ତୁ ନାହିଁ ଟିକେ ପାଣି ବାହାରୁଥିବ ବୋଧେ। ଯଦି ଏମିତି ଭାବୁଥାନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ଭାବରେ ଭୁଲ ଭାବୁଛନ୍ତି। କାରଣ ଟ୍ୟାପରୁ ଯେମିତି ପାଣି ବାହାରେ ଠିକ ସେମିତି ଗଛରୁ ମଧ୍ୟ ପାଣି ବାହାରୁଛି। ଟ୍ୟାପରୁ ପଛେ ପାଣି କମି ଯାଇପାରେ କିନ୍ତୁ ଏ ଗଛରୁ ପାଣି କେବେବି କମିବ ନାହିଁ।
ଆନ୍ଧ୍ରପ୍ରଦେଶ ଏଏସଆର ଜିଲ୍ଲାର ପପିକୋଣ୍ଡା ଜାତୀୟ ଉଦ୍ୟାନରେ ଯେତେବେଳେ ବନ ଅଧିକାରୀ ମାନେ ଏକ ଗଛକୁ କାଟିଥିଲେ ସେଥିରୁ ନଳରୁ ପାଣି ବାହାରିବା ପରି ପାଣି ବାହାରିଥିଲା। ଆଉ ସେହି ଗଛଟିର ନାଁ ହେଉଛି ଇଣ୍ଡିଆନ ଲରେନ୍ସ। ଗରମ ଦିନରେ ଏହି ଗଛଟି ନିଜ ଭିତରେ ପାଣି ସଂଗ୍ରହ କରେ ବୋଲି କୁହାଯାଏ। ତେବେ ବୌଦ୍ଧ ଧର୍ମର ଲୋକେ ଏହି ଗଛଟିକୁ ଧାର୍ମିକ ଦୃଷ୍ଟିକୋଣରୁ ଦେଖିଥାନ୍ତି।ଖାସକରି ଗୋଦାବରୀ ଅଂଚଳରେ ପାହାଡ ନିକଟରେ ରହୁଥିବା କୋଣ୍ଡା ରେଡୀ ସଂପ୍ରଦାୟର ଲୋକେ ଏହି ଗଛ ବିଷୟରେ କୁହନ୍ତି ଯେ ସେମାନେ ଶହ ଶହ ବର୍ଷ ଧରି ଏହି ଗଛର ଛାଲକୁ କାଟି ନିଜର ଶୋଷ ମେଣ୍ଟାଇଆସୁଛନ୍ତି।
ଶନିବାର ଆନ୍ଧ୍ରପ୍ରଦେଶର ବନ ବିଭାଗର ଅଧିକାରୀ ପାପିକୋଣ୍ଡା ଜାତୀୟ ଉଦ୍ୟାନରେ ଥିବା ଭାରତୀୟ ଲରେଲ ଗଛ ବା ଟର୍ମିନାଲିଆ ଟୋମେନଟୋସାର ଛାଲ ଦେଖିବା ପାଇଁ ଏହାକୁ କାଟି ଥିଲେ। ଆଉ ଗଛର ଛାଲକୁ କାଟିବା ପରେ ସେମାନେ ଯାହା ଦେଖିଲେ ତାହା ଆପଣ ଏହି ଦୃଶ୍ୟରେ ଦେଖି ପାରୁଥିବେ। କେମିତି ଟ୍ୟାପରୁ ପାଣି ବାହାରିବା ପରି ପାଣି ବାହାରୁଛି ଆପଣ ନିଜେ ଦେଖନ୍ତୁ।
ସୋସିଆଲ ମିଡିଆରେ ଏହି ଗଛର ଭିଡିଓକୁ ନିଜ ଏକ୍ସ ଆକାଉଣ୍ଟରେ ଆଇଏଫଏସ ନରେନଥେରନ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ପ୍ରଚଣ୍ତ ଖରାରେ ଟର୍ମିନାଲ ଟୋମେଣ୍ଟୋସା ଗଛ ପାଣି ସଂରକ୍ଷଣ କରିଥାଏ। ଏହି ଗଛର ପାଣି ପ୍ରବଳ ଗନ୍ଧ ହୁଏ ଓ ସ୍ୱାଦ ଖଟା ହୋଇଥାଏ। ବନ ବିଭାଗର ଅଧିକାରୀ ଗଛକୁ ଟିକେ କାଟିବା କ୍ଷଣି ସେଥିରୁ ପାଣି ଧାର ଧାର ହୋଇ ବାହାରୁଛି। ଏହି ଗଛ ଦକ୍ଷିଣ ଭାରତରେ ଦେଖାଯାଏ। ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଏହି ଗଛ ବହୁଳ ପରିମାଣରେ ଦେଖାଯାଇଥାଏ। ଗଛରୁ ପାଣି କାହିଁକି ବାହାରୁଛି ତାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଗଛକୁ ଥରେ କାଟିଲେ ୧ ଲିଟର ପର୍ଯ୍ୟନ୍ତ ପାଣି ବାହାରିଥାଏ।
ତେବେ ଯଦି ଆମେ ଏହାର ବ୍ୟବସାୟିକ ମୂଲ୍ୟ କଥା କହିବା ତେବେ ଏହାର ଦାମ ବହୁତ ଅଧିକ ବେଶି। ସେଥିପାଇଁ ଏହାର ସଂରକ୍ଷଣ ଉଦେଶ୍ୟରେ ଏହି ଗଛର ସଠିକ ସ୍ଥାନ କୁହାଯାଇନାହିଁ। ସରଳ ଭାଷାରେ ଏହାକୁ କ୍ରୋକୋଡାଇଲ ବାର୍କ ଟ୍ରିବି କୁହାଯାଏ। ଏହାର ଲମ୍ବ ପ୍ରାୟ ୩୦ ଫୁଟ ବୋଲି ଜଣାପଡିଛି।