ଟିକେ ଟିକେ କଥାରେ ସବୁବେଳେ ମାଡ଼ ମାରୁଥିଲା ସ୍ୱାମୀ,ଶେଷରେ ବନିଗଲେ ଆଇଏଏସ୍
ଟିକିଏ ଟିକିଏ କଥାରେ ମାଡ଼ ମାରୁଥିଲେ ସ୍ଵାମୀ। ଖାଇବାକୁ ମଧ୍ୟ ଭଲକି ଦେଉ ନଥିଲେ। ନିର୍ଯ୍ୟାତନା ସହି ନପାରି ନେଉଥିଲେ ଚରମ ନିଷ୍ପତ୍ତି। ହେଲେ ଏବେ ସେ ଜଣେ ଦକ୍ଷ ଆଇ.ଏ.ଏସ୍. । ହଁ ଦର୍ଶକ ବନ୍ଧୁ ଏ କାହାଣୀ ହେଉଛି ଆଇ.ଏ.ଏସ୍. ସବିତା ପ୍ରଧାନଙ୍କର। ସବିତାଙ୍କ ଜୀବନ ସଂଘର୍ଷ ଭରା। ହେଲେ ଏବେ ସାରା ସମାଜ ତଥା ଯୁବ ଗୋଷ୍ଠୀଙ୍କ ପାଇଁ ସେ ପାଲଟି ଯାଇଛନ୍ତି ପ୍ରେରଣା। ଦିନେ ଚରମ ନିଷ୍ପତ୍ତି ନେଉଥିଲେ ହେଲେ ଗୋଟିଏ ଘଟଣା ତାଙ୍କ ମନକୁ ବଦଳାଇ ଦେଇଥିଲା।
ଯାହା ଆଜି ତାଙ୍କୁ ସଫଳତାର ଶୀର୍ଷରେ ଛିଡ଼ା କରିଛି। ଷୋହଳ ବର୍ଷ ବୟସରେ ବିବାହ, ଏକୋଇଶ ବର୍ଷ ବୟସରେ ନିର୍ଯ୍ୟାତନାର ଶିକାର ହୋଇ ଶାଶୁ ଘର ଛାଡ଼ିବା ଠାରୁ ଆରମ୍ଭ କରି ଆଇ.ଏ.ଏସ୍. ହେବା ପର୍ଯ୍ୟନ୍ତ ସବୁ ତାଙ୍କର ଏହି କାହାଣୀ।ଆଇ.ଏ.ଏସ୍. ଅଧିକାରୀ ସବିତା ପ୍ରଧାନ ମଧ୍ୟପ୍ରଦେଶର ମଣ୍ଡିଛେଲାର ବାସିନ୍ଦା। ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ସବିତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା। ହେଲେ ବହୁ କଷ୍ଟରେ ସେ ଦଶମ ପରୀକ୍ଷା ପାସ୍ କରିଥିଲେ। ଦଶମ ପରେ ସେ ଅଧ୍ୟୟନ କରିବାକୁ ଚାହୁଁଥିଲେ। ହେଲେ ଭଲ ଘରୁ ବିବାହ ପ୍ରସ୍ତାବ ଆସିବାରୁ ତାଙ୍କର ଏଇ ଇଚ୍ଛା ମରି ଯାଇଥିଲା।
ପରେ ସବିତାଙ୍କ ଶଶୁର କହିଥିଲେ ବିବାହ ପରେ ଝିଅକୁ ଆମେ ଡାକ୍ତର କରାଇବୁ। ସେ ବୋହୂ ନୁହେଁ ଆମର ଝିଅ ଭଳି ରହିବ। ଶଶୁରଙ୍କ କଥାରେ ଖୁସି ହୋଇ ଷୋହଳ ବର୍ଷ ବୟସରେ ବିବାହ କରିବାକୁ ରାଜି ହୋଇଥିଲେ। ହେଲେ ବିବାହ ପରେ ଶାଶୁ ଘର ଲୋକେ ସବିତାଙ୍କୁ ପାଠ ପଢ଼ାଇବାକୁ ଅନୁମତି ଦେଇ ନଥିଲେ। ସ୍ଵାମୀ ମାଡ଼ ମାରିବା ସହ ତାଙ୍କୁ ଠିକ୍ ଭାବେ ଖାଇବାକୁ ଦେଉ ନଥିଲେ। ଆଉ ଦିନ ଗଡ଼ୁ ଗଡ଼ୁ ଏକୋଇଶ ବର୍ଷ ବୟସରେ ସବିତା ଦୁଇଟି ସନ୍ତାନର ମାଆ ହୋଇ ସାରିଥିଲେ। ହେଲେ ତାଙ୍କ ଉପରେ ଅତ୍ୟାଚାର କମୁ ନଥିଲା। ଦିନକୁ ଦିନ ବଢ଼ି ଚାଲିଥିଲା। ନା ସେ ସହି ପାରୁଥିଲେ, ନା ସେ କାହାକୁ କିଛି କହି ପାରୁଥିଲେ। ପ୍ରତିଦିନ ହେଉଥିବା ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ସେ ଦୁନିଆଁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଦିନେ ସେ ଦୁନିଆଁ ଛାଡ଼ିବା ପାଇଁ ଯାଉଥିବା ବେଳେ ତାଙ୍କ ଶାଶୁ ତାଙ୍କୁ ଦେଖି ମଧ୍ୟ ଅଟକାଇ ନଥିଲେ।
ଏହା ଦେଖି ଏଭଳି ହୃଦୟହୀନ ଲୋକଙ୍କ ପାଇଁ ଜୀବନ ହାରିବି ନାହିଁ ବୋଲି ମନସ୍ଥ କରିଥିଲେ ସବିତା। ଦୁଇ ସନ୍ତାନକୁ ଧରି ଶାଶୁ ଘର ଛାଡ଼ିଦେଲେ। ସେତେବେଳକୁ ବଡ଼ ପୁଅକୁ ମାତ୍ର ଦେଢ଼ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ମାତ୍ର ଚାରି ମାସ ହୋଇଥାଏ। ଶାଶୁ ଘର ଛାଡ଼ିବା ପରେ ତାଙ୍କ ଜୀବନ ପଥ ଆହୁରି ଜଟିଳ ଥିଲା। ହେଲେ ଏହାକୁ ପାରି କରି ଯାଇଥିଲେ ସବିତା। ଗୋଟିଏ ପାର୍ଲରରେ କାମ କରି ପିଲା ଦୁଇଟା ମୁହଁରେ ଦାନା ଦେଉଥିଲେ। ହେଲେ ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇ ଚାଲିଥିଲା। ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସେ ଲଗାତାର ପେନକ୍ଲିଅର୍ ଖାଉଥିବାରୁ ତାଙ୍କର ଦୁଇଟି କିଡନୀ ଯାକ ସଂକ୍ରମିତ ହୋଇ ଯାଇଥିଲା। ତାଙ୍କର ଏଇ କାହାଣୀ ସାରା ସମାଜ ତଥା ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ପାଲଟିଛି।