୨ ମାସ ନପୁରୁଣୁ ରାମ ମନ୍ଦିରରୁ ହେଲା ବଡ଼ ଚୋରି, ହୁଣ୍ଡି ଭାଙ୍ଗି ଲୁଟେରା ଲୁଟିନେଲେ କୋଟି କୋଟି ଟଙ୍କାର ସୁନା ଅଳଙ୍କାର।

୨ ମାସ ପୁରିନି ରାମ ମନ୍ଦିରରୁ ଚୋରି ହେଲା କୋଟି କୋଟି ଟଙ୍କାର ସୁନା ଗହଣା ସହ ଟଙ୍କା ପଇସା। ରାତାରାତି ହୁଣ୍ଡି ଭାଙ୍ଗି ମନ୍ଦିରରେ ବୁଲାଇ ଦେଲେ କଳା କନା। ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଭକ୍ତ ଏବଂ ଚିନ୍ତାରେ ପୂଜକ। ହଁ ଆଜ୍ଞା ଜାନୁଆରୀ ୨୨ ତାରିଖ ଥିଲା ପୁରା ଦେଶବାସୀଙ୍କ ସୁନାମ ଦିନ। ଭବ୍ୟ ଏବଂ ଦିବ୍ୟ ମନ୍ଦିରରେ ବିରାଜିଥିଲେ ସ୍ୱୟଂ ରାମଲାଲା।

ସେହି ସୋନିମ ମୁହୂର୍ତ୍ତକୁ ଅପଲୋକ ନୟନରେ ଚାହିଁ ରହିଥିଲେ କୋଟି କୋଟି ଭାରତୀୟ। ଶ୍ରୀରାମଙ୍କ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ରାମ ଲାଲାଙ୍କର ସେହି ଦିବ୍ୟ ରୂପକୁ ଦେଖି ଭକ୍ତ ଭାବ ବିହୁଳ ହୋଇପଡିଥିଲେ। ନିଜେ ନିଜର ସାମର୍ଥ୍ୟ ଅନୁସାରେ ଯିଏ ଯେତିକି ପାଇଲେ ଠାକୁରଙ୍କ ପାଖରେ ଟଙ୍କା ସୁନା ପଇସା ଅଳଙ୍କାର ଦାନ କରିଥିଲେ। ହେଲେ ଏଇ ଘଟଣାକୁ ମାତ୍ର ୨ ମାସ ନପୁରୁଣୁ ରାମ ମନ୍ଦିରରୁ ହୋଇଛି ଚୋରି। ସେ ପୁଣି କୋଟି କୋଟି ଟଙ୍କାର ଚୋରି।

ହୁଣ୍ଡି ବାକ୍ସ ଭାଙ୍ଗି ଲୁଟେରା ଲୁଟି ନେଇଛନ୍ତି ସବୁକିଛି। ଯେଉଁ ଖବର ଯେଉଁଠି ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଏତେ କଡା ସୁରକ୍ଷା ଭିତରେ ବି ଚୋର ମାନେ ରାମ ମନ୍ଦିରରୁ ଚୋରି କରିନେଇଛନ୍ତି ଅନେକ ମୂଲ୍ୟବାନ ଜିନିଷ।ହଁ ଆଜ୍ଞା ବିଳମ୍ବିତ ରାତିରେ ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ପଇସା ସୁନା ରୁପା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଟିକେ ଭଲ କରି ଦେଖନ୍ତୁ ଏଇ ଦୃଶ୍ୟକୁ।

ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଥିବା ବେଳେ ଠିକ ସେହି ସମୟରେ ନୟାଗଡ ଜିଲ୍ଲାରଗିରି ଗୋବର୍ଦ୍ଧନ ପାହାଡ଼ ଉପରେ ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଆଉ ସେହିଦିନ ମନ୍ଦିରରେ ବିରାଜି ଥିଲେ ପ୍ରଭୁ ଶ୍ରୀରାମ ମାତା ସୀତା ଏବଂ ପ୍ରଭୁ ଲକ୍ଷ୍ମଣ। ଆଉ ଏହାକୁ ମଧ୍ୟ ଲୋକମାନେ ଦ୍ୱିତୀୟ ଅଯୋଧ୍ୟା ବୋଲି କହୁଥିଲେ।

ମାତ୍ର ଗତ କାଲି ରାତିରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଫତେଗଡ଼ ଗିରି ଗୋବର୍ଦ୍ଧନ ପାହାଡ଼ ଉପରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୂପା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଗତ କାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି କରି ନେଇଛନ୍ତି। ଚୋରି କରି ଦୁର୍ବୁତ୍ତ ଫେରାର ହେବା ପରେ ଫତେଗଡ଼ ଥାନା ପୋଲିସ ପହଁଚି ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି।

ତେବେ ସୂଚନା ମିଳିଛି ଯେ ସକାଳେ ଯେତେବେଳେ ପୂଜକ ପୂଜା କରିବା ପାଇଁ ଆସିଥିଲେ ତ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ଏବଂ ଭିତରେ ଥିବା ହୁଣ୍ଡି ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ପୂଜକଙ୍କ କହିବା ଅନୁସାରେ ଦୁର୍ବୁତ୍ତ ମାନେ ଠାକୁରଙ୍କୁ ଭକ୍ତମାନେ ଯେଉଁ ଦାନ କରିଥିଲେ ସେହି ସବୁ ଜିନିଷକୁ ନେଇ ଫେରାର ହୋଇଛନ୍ତି। ଯେମତିକି ଟଙ୍କା ପଇସା ସୁନା ରୁପା ଠାକୁରଙ୍କ ଅଙ୍ଗ ବସ୍ତ୍ର ସମସ୍ତ ଜିନିଷକୁ ଲୁଟି ଫେରାର ମାରିଛନ୍ତି। ଏହା ପରେ ମନ୍ଦିର କମିଟି ପକ୍ଷରୁ ଫତେଗଡ଼ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *