ହଠାତ ତଳକୁ ଖସି ପଡ଼ିଲା ନନ୍ଦନକାନନ ରପୱେ।ଏବେ ରପୱେରେ ବସିବାକୁ ଭୟ କରୁଛନ୍ତି ପର୍ଯ୍ୟଟକ।
ବନ୍ଧୁଗଣ ନନ୍ଦନକାନନରେ ଥିବା ରପୱେ ଯଦି ବସିବା କଥା ଭାବୁଛନ୍ତି ତେବେ ବର୍ତ୍ତମାନ ଠାରୁ ସାବଧାନ ହୋଇଯାନ୍ତୁ। ନହେଲେ କେତେବେଳେ ବି ଆପଣଙ୍କର ଜୀବନ ଯାଇପାରେ। ବାରଙ୍ଗ ଠାରେ ଥିବା ନନ୍ଦନକାନନକୁ ପ୍ରତିଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି ବୁଲିବା ପାଇଁ। ସେଠାରେ ଥିବା ଜୀବ ଜନ୍ତୁଙ୍କ ବ୍ୟତୀତ ଅନ୍ୟ ମୁଖ୍ୟ ଆକର୍ଷକ ହେଉଛି ସେଠିକାର ରପୱେ।
ରପୱେରେ ଏପଟୁ ବସି ସେପଟ ମୁଣ୍ଡକୁ ଗଲା ବେଳେ ନନ୍ଦନକାନନ ଚାରିପଟେ ଥିବା ଦୃଶ୍ୟ ମାନ ଉପଭୋଗ କରିଥାନ୍ତି ପର୍ଯ୍ୟଟକ। କିନ୍ତୁ ଟିକେ ଆପଣ ଭାବନ୍ତୁ ଯଦି ଆପଣ ରପୱେରେ ବସିଛନ୍ତି ଆଉ ଯିବାବେଳେ ହଠାତ ପାଣି ଭିତରେ ରପୱେ ଟି ଖସିପଡ଼େ ବା ଝୁଲି ପଡି ପାଣି ଭିତରକୁ ପସିଯାଏ ତେବେ ସେଠି ଆପଣଙ୍କର ଅବସ୍ଥା କ’ଣ ହେବ। ଟିକେ ଭଲ କରି ଭାବନ୍ତୁ ଆଉ ନଜର ପକାନ୍ତୁ ଏଇ ଦୃଶ୍ୟ ଉପରେ ଟିକେ।
ନନ୍ଦନକାନନ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରପୱେ ଅନ୍ୟତମ ଆକର୍ଷଣ ପାଲଟି ଥିବା ବେଳେ ମଙ୍ଗଳବାର ଦିନ କିନ୍ତୁ ଏଥିରେ ଚିନ୍ତା ଜନକ ଦୃଶ୍ୟ ଦେଖିବାକୁ ମିଳିନଥିଲା। ରପୱେଟି ହଠାତ ଅତ୍ୟଧିକ ମାତ୍ରାରେ ଝୁଲି ପଡିବାରୁ ସେଥିରେ ଲାଗିଥିବା ୬ ଟି କ୍ୟାବିନ ମଧ୍ୟ ଉକ୍ତ ପାଣି ଭିତରକୁ ଖସି ପଡ଼ିଥିଲା। କିନ୍ତୁ ସୌଭାଗ୍ୟ ବଶତଃ ସେତେବେଳେ କ୍ୟାବିନ ଗୁଡିକରେ କୌଣସି ପର୍ଯ୍ୟଟକ ନଥିଲେ। ନଚେତ ଘଟି ଯାଇଥାନ୍ତା ଗୋଟେ ଭୟଙ୍କର ଅଘଟଣ।
ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରପୱେ ଟି ତଳକୁ ଝୁଲି ପଡିଥିବା କୁହାଯାଉଥିବା ବେଳେ ନନ୍ଦନକାନନ କତ୍ତୃପକ୍ଷ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଏହା ନିୟମିତ ବ୍ୟବଧାନରେ ହେଉଥିବା କାମ ବୋଲି କହିଛନ୍ତି ନନ୍ଦନକାନନ କତ୍ତୃପକ୍ଷ।