ସୋଲାର ପ୍ୟାନେଲ ଲଗାଇଲେ ମିଳିବ ଏତିକି ଟଙ୍କା, ଆଉ ବିଦ୍ୟୁତ ବ୍ୟବହାର କଲେ ଦେବାକୁ ପଡିବ ନାହିଁ ବିଲ।

ସୋଲାର ପ୍ୟାନେଲ ଲଗାଇଲେ ମିଳିବ ୧୫ ହଜାର ଟଙ୍କା।ଘରେ କେମିତି ଲଗାଇବେ ସୋଲାର ପ୍ୟାନେଲ। ପୁରା କମ ମୂଲ୍ୟରେ ଲାଗିପାରିବ ସୋଲାର। ଏବେ ଘରେ ବିଦ୍ୟୁତ ବ୍ୟବହାର କଲେ ଆଉ ବିଲ ଦେବାକୁ ପଡିବନି। ସରକାର ଆପଣ ମାନଙ୍କୁ ଓଲଟି ୧୫ହଜାର ଟଙ୍କା ଲେଖାଏଁ ଦେବେ। ଆପଣ ବିଦ୍ୟୁତ ବ୍ୟବହାର କରି ଲାଭ ପାଇପାରିବେ। ଆପଣଙ୍କ ପରିବାର ବି ବିଦ୍ୟୁତ ଜାଳିବେ ଆଉ ବିଲ ନଦେଇ ଟଙ୍କା ମଧ୍ୟ ପାଇବେ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେନ୍ଦ୍ର ସରକାର ଏବେ ଏମିତି ନୀତି ନିୟମ କରିଛନ୍ତି। ବିଦ୍ୟୁତ ସଙ୍କଟ ପାଇଁ ସୋଲାର ପ୍ରଣାଳୀରେ ବିଦ୍ୟୁତ ଉତ୍ପାଦନକୁ ପ୍ରସ୍ୟାହନ କରିଛନ୍ତି।

ତେବେ ଆସନ୍ତୁ ଏହି ସୋଲାର ପ୍ରଣାଳୀର ଫାଇଦା କେମିତି ଉଠାଇ ପାରିବେ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ ୧୩ରେ ଏହି ଯୋଜନାର ଶୁଭାରମ୍ଭ କରିଦେଇଛନ୍ତି। ଯୋଜନା ଅଧୀନରେ ରୋକଠୋକ ସୋଲାର ପ୍ୟାନେଲ ଲଗାଉଥିବ ଏକକୋଟି ପରିବାର ବର୍ଷକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ମଧ୍ୟ କରିପାରିବେ। ଏହି ଯୋଜନାରେ ପ୍ରତି ପରିବାର ପାଇଁ 2kw ପର୍ଯ୍ୟନ୍ତ ସୋଲାର ପ୍ୟାନ ବାବଦର ଖର୍ଚ୍ଚର ୬୦% ଅର୍ଥରାଶି ସବସିଟ ଆକାରରେ ବ୍ୟାଙ୍କ ଖାତାକୁ ଆସିବ। ଯଦି କୌଣସି ପରିବାର 3kw ପ୍ଲାଣ୍ଟ ଲଗାଇବାକୁ ଚାହାଁନ୍ତି ତେବେ ଅତିରିକ୍ତ 1kw ପ୍ଲାଣ୍ଟ ଉପରେ ୪୦% ସବସିଟ ମିଳିବ। 3kw ପ୍ଲାଣ୍ଟ ଲଗାଇବା ପାଇଁ ୧.୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିମଧ୍ୟରୁ ୭୮ ହଜାର ଟଙ୍କାର ସବସିଟ ଆପଣଙ୍କୁ ଦେବେ। ଅବଶିଷ୍ଟ ୬୭ ହଜାର ଟଙ୍କା ପାଇଁ ସରକାର ଶସ୍ତାରେ ବ୍ୟାଙ୍କ ଋଣର ବ୍ୟବସ୍ଥା ମଧ୍ୟ କରିବେ।

ବ୍ୟାଙ୍କ ଗୁଡିକ ରେପରେଟ ଠାରୁ କେବଳ ୦.୫% ଅଧିକ ସୁଧ ଆଦାୟ କରିପାରିବେ। ସେପଟେ ଯଦି ଦେଖିବା ଯୋଜନା ପାଇଁ ସରକାର ନ୍ୟାସନାଲ ପୋର୍ଟାଲ ଆଣିଛନ୍ତି। ସୋଲାର ପ୍ଲାଣ୍ଟ ଲଗାଇବା ପାଇଁ ଏହି ପୋର୍ଟାଲକୁ ଯାଇ ଆବେଦନ କରିପାରିବେ ଉପଭକ୍ତା। ଏଠାରେ ଉଅଭକ୍ତାଙ୍କୁ ନିଜ କଞ୍ଜୁମର ନମ୍ବର ନାମ ଠିକଣା କେତେ କ୍ଷମତାର ପ୍ଲାଣ୍ଟ ଲଗାଇବାକୁ ଚାହାଁନ୍ତି ଉକ୍ତ ତଥ୍ୟ ଗୁଡିକୁ ଦେବା ପାଇଁ ହେବ। ତେବେ ଏହି ପ୍ୟାନେଲ ଲଗାଇବା ପରେ ଡିସ୍କମନେଟ ଇଷ୍ଟଲ ମନିଣ୍ଟେରିଂ କରିବେ।

1kw ସୋଲାର ଦୈନିକ ପ୍ରାୟ ୪ ରୁ ୫ ୟୁନିଟ ବିଦ୍ୟୁତ ତିଆରି କରେ। ଏହିଭଳି କ୍ଷେତ୍ରରେ ଯଦି ଜଣେ 3 kw ସୋଲାର ଲଗାନ୍ତି ତାହେଲେ ଦୈନିକ ପ୍ରାୟ ୧୫ ୟୁନିଟ ବିଦ୍ୟୁତ ତିଆରି ହେବ। ଅର୍ଥାତ ମାସକୁ ୪୫୦ ୟୁନିଟ। ଉପଭକ୍ତା ଏହି ବିଜୁଳିର ବ୍ୟବହାର କରିପାରିବେ। ବଳକା ବିଜୁଳି ନେଟ ମନିଣ୍ଟେରିଂ ଜରିଆରେ ଫେରିଯିବ ଆଉ ଏଥିପାଇଁ ଉଅଭକ୍ତାଙ୍କୁ ପ୍ରାପ୍ୟ ମିଳିବ। ବର୍ଷକୁ ଏହା ମାଧ୍ୟମରେ ଆପଣ ମାନେ ପ୍ରାୟ ୧୫ ହଜାର ଟଙ୍କାର ଆୟ କରିପାରିବେ।

ସୋଲାର ପ୍ଲାଣ୍ଟ ଲାଗିଯିବା ପରେ ଡିସ୍କମନେଟ ମନିଣ୍ଟେରିଂ ଇଷ୍ଟଲ କରିବେ। ଏହାପରେ ପ୍ରମାଣ ଓ ସାର୍ଟିଫିକେଟ ପୋର୍ଟଲରେ ଅପଲଡ଼ କରାଯିବ। ଯାହା ପରେ ସରକାର କଞ୍ଜୁମର ବା ଗ୍ରାହକଙ୍କ ଆକାଉଣ୍ଟରେ ଡିବିଟ ଅଧୀନରେ ସବସିଟ ସମ୍ପୂର୍ଣ ରାଶି ଟ୍ରାନ୍ସଫର କରିବେ।

Leave a Reply

Your email address will not be published. Required fields are marked *