ଘୋଷଣା ହେଲା ନିର୍ବାଚନ ତାରିଖ, ଜାଣନ୍ତୁ ଓଡ଼ିଶାରେ କେବେ କେଉଁଠି ହେବ ନିର୍ବାଚନ।

ଅପେକ୍ଷାର ଅନ୍ତ ଘଟିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ସମଗ୍ର ଦେଶରେ ୭ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଓଡ଼ିଶାରେ ୪ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ରାଜ୍ୟରେ ମେ ୧୩ ରୁ ଜୁନ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଜୁନ ୪ ତାରିଖରେ ଭୋଟ ଗଣତି ହେବ। ଅର୍ଥାତ ଦେଶରେ ଯେଉଁ ୭ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ସେଥିମଧ୍ୟରୁ ଶେଷ ୪ ଟି ପର୍ଯ୍ୟାୟ ଅର୍ଥାତ ଚତୁର୍ଥ ପଞ୍ଚମ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।

ସମଗ୍ର ଦେଶରେ ଯେତେବେଳେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବ ସେତେବେଳେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ନିଆଯିବ। ଏହି ପର୍ଯ୍ୟାୟରେ ୪ ଟି ଲୋକସଭା ଆସନ କଳାହାଣ୍ଡି ନବରଙ୍ଗପୁର ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ଏହା ୨୮ ଟି ବିଧାନସଭା ଆସନରେ ମଧ୍ୟ ଭୋଟ ଗ୍ରହଣ ହେବ। ଏଥିପାଇଁ ଏପ୍ରିଲ ୧୮ ତାରିଖରେ ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।ଏପ୍ରିଲ ୨୫ ତାରିଖରେ ନାମାଙ୍କନ ପତ୍ରର ଦାଖଲର ଶେଷ ଦିନ ରହିଛି। ଏପ୍ରିଲ ୨୬ ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଏପ୍ରିଲ ୨୯ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହା ସହ ପ୍ରଥମ ପର୍ଯ୍ୟୟ ଭୋଟ ଗ୍ରହଣ ମେ ୧୩ ତାରିଖରେ ହେବ।

ସେହିପରି ସମଗ୍ର ଦେଶରେ ଯେତେବେଳେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ ସେତେବେଳେ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ୫ ଟି ଲୋକସଭା ଆସନ ବରଗଡ଼ ସୁନ୍ଦରଗଡ଼ ବଲାଙ୍ଗୀର କଦ୍ଧମାଳ ଓ ଆସିକା ଲୋକସଭା ମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୩୫ ଟି ବିଧାନ ସଭା ଆସନରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଏପ୍ରିଲ ୨୬ ତାରିଖରେ ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।ମେ ୩ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ମେ ୪ ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ମେ ୬ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମେ ୨୦ ତାରିଖରେ ହେବ। ଏହା ସହିତ ସମଗ୍ର ଦେଶରେ ଯେତେବେଳେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ହେବ ସେତେବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ୬ ଟି ଲୋକସଭା ଆସନ ସମ୍ବଲପୁର କେନ୍ଦୁଝର ଢେଙ୍କାନାଳ କଟକ ପୁରୀ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୪୨ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଏପ୍ରିଲ ୨୯ ତାରିଖରେ ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

ମେ ୬ ତାରିଖରେ ନାମାଙ୍କନ ପତ୍ରର ଶେଷ ଦିନ ରହିଛି। ମେ ୭ ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ମେ ୯ ରେ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମେ ୨୫ ତାରିଖରେ ହେବ।ସେହିପରି ସମଗ୍ର ଦେଶରେ ଯେତେବେଳେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ସେତେବେଳେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ୬ ଟି ଲୋକସଭା ଆସନ ମୟୁରଭଞ୍ଜ ବାଲେଶ୍ଵର ଭଦ୍ରକ ଯାଜପୁର କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ୪୨ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ।

ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ମେ ୭ ତାରିଖରେ ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ ୧୪ ତାରିଖରେ ନାମାଙ୍କନ ପତ୍ରର ଶେଷଦିନ ରହିଛି। ମେ ୧୫ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ମେ ୧୭ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି।ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଜୁନ ୧ ତାରିଖରେ ହେବ।

Leave a Reply

Your email address will not be published. Required fields are marked *