ରାଜ ରାଜେଶଙ୍କ ସହିତ କଣ ପାଇଁ ବ୍ରେକଅପ୍ କଲେ ଲୁମ୍‌ରୈନା ଖୋଲି କହିଲେ କାରଣ ।

ଲୋକ କୁହନ୍ତି ଆଉ ଆମେ ଭି ଦେଖିଛନ୍ତି ଖୁବ୍ କମ୍ ବୟସରେ ସେ ବହୁତ୍ କିଛି ଆଚିଭ କରିଛନ୍ତି । ଲାଇଫରେ ଅନେକ ଷ୍ଟ୍ରଗଲ ଫେସ୍ କରିଛନ୍ତି । ତଥାପି ତାଙ୍କ କନ୍ଫିଡେନ୍ସ ଟିକିଏ ଭି କମିନି । ଯଦି ଆମେ କହିବା ତାଙ୍କ ନାଁ ଯେତିକି ୟୁନିକ୍ ସେ ନିଜେ ଭି ସେତିକି ୟୁନିକ୍ । ସେହି ବିଷୟରେ ନିକଟରେ ତାଙ୍କ ସହିତ ଏକ ସାକ୍ଷାତକାର ସମୟରେ କଥାବାର୍ତା ହୋଇଥିଲା । ସେ ଗୋଟେ ଝିଅ ଯିଏ ଛୋଟରୁ ଜିରୋ ଠୁ ନେଇକି ଆଜି ହିରୋଇନ୍ ହେଇଛନ୍ତି । ତାଙ୍କର ନିଜର ଗୋଟେ ପ୍ରଡକ୍ସନ୍ ହାଉସ୍ ଅଛି । ସେ ଜଣେ ସୁନ୍ଦର ଆଉ ଫେମସ୍ ହିରୋଇନ୍ ମଧ୍ୟ ।

ତେବେ ଏତେ ଏସବୁ ପାଇବା ଭିତରେ କଣ ସବୁ ହରେଇଛନ୍ତି ନା ବହୁତ୍ କିଛି ଲାଇଫରେ ପାଇ ଯାଇଛନ୍ତି ସେ ସବୁ ସେ ଖୋଲି କହିଛନ୍ତି । ତେବେ ଆମେ ଯେଉଁ ହିରୋଇନ୍ ଙ୍କ ସମ୍ପର୍କରେ କହୁଛୁ ତାଙ୍କ ନାଁ ହେଉଛି ଲୁମ୍‌ରୈନା ଶତପଥୀ । ତାଙ୍କୁ ପଚରା ଯାଇଥିଲା ଯେ ସେ ଜିରୋ ରୁ ହିରୋ ହେଇଛନ୍ତି । ଗୋଟେ ସମୟ ଥିଲା ତାଙ୍କୁ କେହି ଜାଣି ନଥିଲେ ହେଲେ ଏବେ ଲୁମ୍‌ରୈନା କହିଲେ ଓଡ଼ିଶା ସାରା ଲୋକ ଜାଣୁଛନ୍ତି ଏହି ଅନୁଭୂତି ସମ୍ପର୍କରେ କହିବାକୁ ।

ତେବେ ଏହି ପ୍ରଶ୍ନର ଉତ୍ତର ଦେଇ ଲୁମ୍‌ରୈନା କହିଛନ୍ତି ହଁ ଜୀବନରେ ବହୁତ୍ ଷ୍ଟ୍ରଗଲ୍ ଥିଲା । ଷ୍ଟ୍ରଗଲ୍ ନ କରିକି ଜୀବନରେ କେବେ କେହି ଜିରୋ ରୁ ହିରୋ ହୋଇ ନାହାଁନ୍ତି । କେହି ସର୍ଟକଟ ରାସ୍ତା ଆପଣେଇ କେହି ହିରୋ ହେଇ ନାହାନ୍ତି । ତେଣୁ ୮ ବର୍ଷ ଧରିକି ସେ ବହୁତ୍ ଷ୍ଟ୍ରଗଲ୍ କରିଛନ୍ତି । ଆଉ ସେହି ୮ ବର୍ଷର କଠିନ ପରିଶ୍ରମ ପରେ ଯାଇ ଆଜି ଯାହା ଯେତିକି ସଫଳତା ପାଇଛନ୍ତି । ସବୁ ସାକ୍ଷାତକାରରେ ସେ ତାଙ୍କ ମାଙ୍କୁ ସବୁ ଶ୍ରେୟ ଦିଅନ୍ତି ତେବେ ଲୁମ୍‌ରୈନା ଙ୍କ ମା ଖୁସି ଅଛନ୍ତି କି ନାହିଁ ବୋଲି ପଚରା ଯାଇଥିଲା ଏଥିରେ ଲୁମ୍‌ରୈନା କହିଛନ୍ତି ଯେ ହଁ ଯଦି ସେ ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି ତେବେ ତାହା କେବଳ ତାଙ୍କ ମାଙ୍କ ପାଇଁ ।

ଯଦି ସେ ତାଙ୍କ ସହିତ ନଥାନ୍ତେ ସେ ଆଜି ଏଇଠି ପହଞ୍ଚି ପାରି ନଥାନ୍ତେ । ସେ ଢେଙ୍କାନାଳର ଅଟନ୍ତି ତେଣୁ ସେବେ ଯେତେବେଳେ ସେ ଢେଙ୍କାନାଳ ରେ ରହୁଥିଲେ ସୁଟିଂ ଅଡିସନ୍ ପାଇଁ କଟକ ଭୁବନେଶ୍ୱର ଆସୁଥିଲେ ତାଙ୍କ ସହ ତାଙ୍କ ମାଆ ମଧ୍ୟ ଆସୁଥିଲେ । ଆଉ ତାଙ୍କ ସେତେବେଳର ପ୍ରେମିକ ରାଜ ରାଜେଶଙ୍କ ସହିତ ସମ୍ପର୍କ ଏବଂ କଣ ପାଇଁ ବ୍ରେକଅପ୍ କଲେ ସେ ବିଷୟରେ ଲୁମ୍‌ରୈନା କହିଛନ୍ତି ସେ ଦୁହେଁ ଦୁହିଁଙ୍କ କମ୍ପାନୀ ଯେହେତୁ ଭଲ ଲାଗିଲାନି ଜିନିଷ ଖରାପ୍ ହେଲା, ଅଣ୍ଡରଷ୍ଟାଣ୍ଡିଂ ମ୍ୟାଚ୍ କଲାନି ଏସବୁ ଜିନିଷ ହେବା ପରେ ବ୍ରେକଅପ୍ କଲେ । କେହି କାହା ଘର ଭାଙ୍ଗି ନାହାଁନ୍ତି । ଆଉ ଯେହେତୁ ପରସ୍ପରକୁ ୨ବର୍ଷ ଧରି ଭଲ ପାଉଥିଲେ ସେଥିପାଇଁ ତାଙ୍କୁ ଟିକେ ଟାଇମ୍ ଲାଗିଥିଲା ।

Leave a Reply

Your email address will not be published. Required fields are marked *