ମୋ ଭାଇକୁ ନିଅନି ତାକୁ କଷ୍ଟ ହେବ… ତାକୁ ନେଉଛ ମୋତେ ବି ନେଇଯାଅ…ମୁଁ ବଞ୍ଚିପାରିବିନି ତା ବିନା—।

ମୋ ଭାଇକୁ ନିଅନି ମୋ ଭାଇକୁ ଜାଳନି ତାକୁ କଷ୍ଟ ହେବ। ମୋତେ ଟିକେ ଛାଡ଼ ମୋ ଭାଇକୁ ଟିକେ ମୁଁ ମନ ଭରି ଦେଖିବି। ତାକୁ ଟିକେ ଗେଲ୍ହ କରିବି ଗାଡି ପାଖକୁ କାନ୍ଦି କାନ୍ଦି ଦୌଯାଉଛି ଭଉଣୀ। ଗାଡିର ଫାଙ୍କ ଦେଇ ଭାଇର ମୁହଁକୁ ଦେଖୁଛି। ଆଉ ଚିତ୍କାର କରି ଡାକୁଛି ଭାଇକୁ କହୁଛି ଭାଇ ତୁ ଉଠିଯା ମୁଁ ଆସିଛି ଦେଖ। ସମସ୍ତେ ମିଛ କାବୁଛନ୍ତି ତୁ କୁଆଡେ ମୋତେ ଛାଡ଼ି ଚାଲିଯାଇଛୁ।

ଏମିତି ଏ ଭଉଣୀ ଜଣକ କାନ୍ଦି କାନ୍ଦି କହୁଛି। ମୋ ଭାଇର କିଛି ହେଇନି ମୋ ଭାଇ ବଞ୍ଚିଛି। ମୁଁ ତା ବିନା ବଞ୍ଚିପାରିବି ନାହିଁ। ଏମିତି କହି ଛାତି ଫଟେଇ କାନ୍ଦୁଛି ଏ ଭଉଣୀ ଜଣକ। ମୁଁ ମୋ ଭାଇ ବିନା କେମିତି ରହିବି ସେ ପରା ମୋ ଜୀବନ। ମୁଁ ଟିକେ ଦେଖିବି ମୋତେ ଟିକେ ମୋ ଭାଇ ପାଖକୁ ଛାଡ଼। ମୋ ଭାଇକୁ କୁଆଡେ ନେଉଛ ମୋତେ ବି ତା ସହିତ ନେଇଯାଅ। ଏମିତି କେତେ କ’ଣ କହି ଏ ଭଉଣୀ ଜଣକ ଚେତାଶୂନ୍ୟ ହୋଇଯାଉଛି।

ଗତ କାଲି ରାତିରେ ସାଙ୍ଗର ପ୍ରେମକୁ ନେଇ ବୁଝାମଣା କରିବାକୁ ଯାଇଥିଲେ ଯୁବକ ଜଣଙ୍କ। କିନ୍ତୁ ସେ କ’ଣ ଜାଣିଥିଲେ ତାଙ୍କର ଏଭଳି ଭାବେ ଜୀବନ ଚାଲିଯିବ ବୋଲି। ହଁ ଆଜ୍ଞା ଏଭଳି ଭାବେ ତା’ର ଜୀବନ ନେଇଛନ୍ତି ଯେ ରକ୍ତାତ ଅବସ୍ଥାରେ ଯୁବକ ଜଣକ ଘୁଷୁଡି ଘୁଷୁଡି ବିକଳ ହୋଇ ଅନ୍ୟର ଘରେ ରକ୍ତ ଜୁଡୁବୁଡୁ ହୋଇ ପହଁଚିଗଲେ। ସାଙ୍ଗର ପ୍ରେମର ସମାଧାନ କରିବାକୁ ଯାଇଥିଲେ କିନ୍ତୁ ଆଜି ତାଙ୍କର ଶେଷ ଦିନ ହୋଇଗଲା। କିଛି ବି ଦୋଷ ନଥାଇ ତାଙ୍କୁ ଏଭଳି ଭାବେ ହତ୍ୟା କରାଯାଇଛି। ଖାଲି ବୁଝାମଣା କରିବାକୁ ଯାଇ ଅକାଳରେ ନିଜର ଜୀବନ ଚାଲିଗଲା।

ହଁ ଆଜ୍ଞା ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ୱର କଟକ ରୋଡ଼ ସ୍ଥିତ ଚିନ୍ତାମଣି ସ୍ୱର ଅଞ୍ଚଳରେ।ସାଙ୍ଗର ପ୍ରେମର ସମାଧାନ କରିବାକୁ ଯାଇ ଅଞ୍ଜନ କିନ୍ତୁ ସେଠାରୁ ଆଉ ଜୀବନ ବଞ୍ଚାଇ ପାରିଲେନାହିଁ। ତେବେ ଆପଣ ମାନେ ଦେଖିପାରୁଥିବେ ଏହି ରିଲିସ କରୁଥିବା ଯୁବକ ଜଣଙ୍କୁ। ଅତି ନୃସିଂହ ଭାବେ ଅଞ୍ଜନକୁ ହତ୍ୟା କରିଛି। ତେବେ ଏହି ଅଭିଯୁକ୍ତର ନାମ ହେଉଛି କାହ୍ନା। କାହ୍ନାର ପ୍ରେମିକା ପୂର୍ବରୁ ମୃତ ଅଞ୍ଜନଙ୍କ ସାଙ୍ଗ ଗୌତମଙ୍କର ପ୍ରେମିକା ଥିଲା ହେଲେ କୌଣସି କାରଣରୁ ଉଭୟ ଅଲଗା ହୋଇଯାଇଥିଲେ। ଏନେଇ ସମ୍ପର୍କର ସମାଧାନ କରିବାକୁ ଯାଇଥିଲେ ଅଞ୍ଜନ କିନ୍ତୁ ସେଠାରେ ଚାଲିଗଲା ଅଞ୍ଜନଙ୍କ ଜୀବନ। ଏହି ହତ୍ୟାକାଣ୍ଡରେ କାହ୍ନା ସହ ତାର ସାଙ୍ଗମାନେ ମଧ୍ୟ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *