“ମୁଁ ଥରେ ପିଜୁଳି ଗଛରେ ବସି କାଉର ମିମିକ କଲି.. ସେ ଗଛରେ ଆସି ସବୁ କାଉ ଭର୍ତ୍ତି ହେଇଗଲେ” : ଅର୍ପିତା ।

ନିକଟରେ ଏକ ସାକ୍ଷାତକାରରେ ଅର୍ପିତା କହିଛନ୍ତି ଯେ ଜୀବନରେ ଚଏସ୍, ପସନ୍ଦ ବୋଲି ଗୋଟେ ଜିନିଷ ଥାଏ । ସମସ୍ତଙ୍କ ସାଙ୍ଗରେ ସବୁକିଛି କରିଦେବା ସେଇଟା ତୋ କେବେ ବି ହେଇ ପାରିବନି ନା । ଗୋଟେ ମଣିଷ ଯଦି ତୁମକୁ ପସନ୍ଦ ନଥିବ ତା ସହିତ ମିଶିବା ଟା ବହୁତ୍ କଷ୍ଟହେବ । ତେଣୁ ସେ ଆଉ ତାଙ୍କ ପାର୍ଟନର ଭବେଶ ଦୁହେଁ ଦୁଇଜଣଙ୍କ ସହ ଟିକେ ମିଶି ଯାଇଛନ୍ତି ସେତିକି କମ୍ଫୋର୍ଟେବଲ୍ ହୋଇଯାଇଛନ୍ତି ବୋଲି ଅର୍ପିତା ତାଙ୍କ ସହ ଭିଡ଼ିଓ କରନ୍ତି । ଆଉ ସେ ଅର୍ପିତାଙ୍କ ସହ ଭିଡ଼ିଓ କରନ୍ତି ।

ଲୋକମାନେ ମଧ୍ୟ ପସନ୍ଦ କରନ୍ତି ସେ ଦୁଇ ଜଣଙ୍କୁ ସାଙ୍ଗରେ ଭିଡ଼ିଓରେ । ସେ କେବେ ଭାବି ନଥିଲେ ଯେ ୬ ମାସ ମଧ୍ୟରେ ତାଙ୍କ ସହିତ ଏତେ ସବୁ କିଛି ଘଟିଯିବ ବୋଲି । ତାଙ୍କ ଜୀବନରେ ସବୁଠୁ ଗୋଟେ ବଡ଼ ଭୁଲ୍ ଥିଲା ସେ ଅଜାଣତରେ ଅର୍ପିତା ଗୋଟେ ବହୁତ୍ ବଡ଼ ଭୁଲ୍ କରି ଦେଇଥିଲେ । ତେଣୁ ଅର୍ପିତା କହିଛନ୍ତି ଯାହାକୁ ଭି ଲଭ୍ କରୁଛନ୍ତି ଦେଖି ଚାହିଁ ଲଭ୍ କରନ୍ତୁ । ତାଙ୍କ ସହିତ ପ୍ରଥମେ ମିଶନ୍ତୁ ଜାଣନ୍ତୁ ବର୍ଷେ ଦୁଇ ବର୍ଷ କଥା ହେଲା ପରେ ଫ୍ୟାମିଲିକୁ ଜଣାଇ ସବୁ କରନ୍ତୁ ଜମା ଭି ଏମିତି କିଛି କରନ୍ତୁ ନାହିଁ ।

ଏହାପରେ ଅର୍ପିତାଙ୍କୁ ପଚରା ଯାଇଥିଲା ଯଦି ସେ ଆଗକୁ ଆଉ କେବେ ରିଲେସନସିପରେ ଆସନ୍ତି ଆଉ ଯଦି ସେ ମନା କରିବ ଅର୍ପିତାଙ୍କୁ ଭିଡ଼ିଓ ବନେଇବା ପାଇଁ ତାହେଲେ ସେ କଣ କରିବେ । ଏଥିରେ ଅର୍ପିତା ହଁସି ଉତ୍ତର ଦେଇଥିଲେ ଯେ ସେଇଟା ତୋ କେବେ ବି ସମ୍ଭବ ନୁହେଁ । ଯେଉଁ ପିଲା ସ୍ପୋର୍ଟସ୍ କୁ ଛାଡ଼ିକି ଭିଡ଼ିଓ ଲାଇନ୍ କୁ ଧରିଛି ସେଇଟା ତା ଦ୍ଵାରା କେମିତି ସମ୍ଭବ ହେବ ।

ଏତେ ସାରା କଥା ଶୁଣିକି ଏତେ ତଳକୁ ପଡ଼ିକି ପୁଣିଥରେ ଉଠିଛନ୍ତି ଯେଉଁଟା କି ବହୁତ୍ କଷ୍ଟ ହୋଇଛି ତାଙ୍କ ପାଇଁ । ଗୋଟେ ବର୍ଷ ଲାଗିଗଲା ତାଙ୍କୁ ଉଠିବା ପାଇଁ ତଥାପି ସେ ଉଠିଲେ ସମସ୍ତଙ୍କ କଥା ଶୁଣିକି ତୋ ସେଇଟା କେବେ ହେବନି ଯେ ସେ ଭିଡ଼ିଓ କରିବା ଛାଡ଼ି ଦେବେ । ତାଙ୍କୁ ସେମିତି ଜଣେ ଦରକାର ଯିଏ ତାଙ୍କ କଥା ବୁଝି ପାରୁଥିବ ନା କି ତା ହିସାବରେ ରହିବାକୁ କହୁଥିବ । ତାଙ୍କୁ ମ୍ୟୁଜିକ ଭିଡ଼ିଓର ବହୁତ୍ ଅଫର୍ ଆସେ କିନ୍ତୁ ସେ ଏତେ ପତଳା ଅଛନ୍ତି ତାଙ୍କୁ ସମସ୍ତେ କମେଣ୍ଟ କରିବେ ତେଣୁ ସେ ଜମା ଯିବେନି । ଏମିତି କହିକି ଯମା ଯାଆନ୍ତି ନାହିଁ । ଆଉ ଗୋଟାଏ କଥା ଅର୍ପିତା କହିଛନ୍ତି ଯେ ସେ ଥରେ ପିଜୁଳି ଗଛରେ ବସି କାଉର ମିମିକ କରୁଥିଲେ ଆଉ କିଛି ସମୟ ପରେ ସେ ଗଛରେ ଆସି ସବୁ କାଉ ଭର୍ତ୍ତି ହେଇଗଲେ ।

Leave a Reply

Your email address will not be published. Required fields are marked *