ଲୋକେ ବସି ଯାତ୍ରା ଦେଖୁଥିଲେ, ହଠାତ ଆକାଶରେ ଉଡ଼ିଲା ଯାତ୍ରା ପେଣ୍ଡେଲ… ସମସ୍ତେ ଦେଖି ଆଶ୍ଚର୍ଯ୍ୟ।

ଯାତ୍ରା ଚାଲିଥିଲା ଲୋକମାନଙ୍କର ଗହଳି ଲାଗିଥିଲା। ସମସ୍ତେ ବସି ଭାରି ଆନନ୍ଦରେ ଯାତ୍ରାର ମଜା ନେଉଥିଲେ। ହେଲେ ଏମିତି କିଛି କାଳବୈଶାଖୀ ହଠାତ ଆସିଗଲା ଯାହା ପରେ ଜୀବନ ବଞ୍ଚାଇ କିଏ କୁଆଡେ ଦୌଡ଼ିଲେ ତାର ଆକଳନ ବି କରିହେବ ନାହିଁ। ଟିକେ ଦେଖନ୍ତୁ ଏ ଦୃଶ୍ୟକୁ।

କାଳବୈଶାଖୀ ଝଡ଼ ପବନରେ ଭାଙ୍ଗିଗଲା ଯାତ୍ରା ପେଣ୍ଡେଲ। ଆଉ ଏପଟେ ଭାଙ୍ଗିଯାଇଛି ଆଖଣ୍ଡଳମଣିଙ୍କ ମନ୍ଦିର। ଦଧି ନେଉତିର ତ୍ରିଭୁଜ। ଯାହାକୁ ଦେଖି ସମସ୍ତେ ଯିଏ ଯୁଆଡେ ଜୀବନ ବଞ୍ଚେଇ ଦୌଡିଛନ୍ତି। ଏମିତି କାଳବୈଶାଖୀ କେତେ ରୂପ ନେବ। ଆଉ ଗଭୀର ହେବ। କାରଣ ଝଡ଼ପବନକୁ କେହି ସମ୍ଭାଳି ପାରୁନଥିଲେ। ଯାତ୍ରା ପେଣ୍ଡେଲ ଟି ଯେମିତି ଦହଲି ଦହଲି ତଳେ ପଡ଼ିଗଲା।

ହଁ ଆଜ୍ଞା ଗତ କାଲି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ବହିବା ସହ ବର୍ଷା ଏବଂ ବଜ୍ରପାତ ଦୀର୍ଘ ସମୟ ଧରି ଲାଗିରହିଥିଲା। ଏହାର ପ୍ରଭାବରେ ଚାନ୍ଦବାଲି ବ୍ଲକରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ତେବେ ପ୍ରସିଦ୍ଧ ଶୈବ ପୀଠ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଦଧିନେଉତିର ତ୍ରିଭୁଜ ଭାଙ୍ଗି ପଡିଛି।ଆଉ ଏପଟେ ପାଖ ଗାଁ ନୂଆଁଗାଁରେ ଷ୍ଟେଣ୍ଡ ଚକଲେଟ ରଙ୍ଗ ମଞ୍ଚ ପେଣ୍ଡେଲଟି ଭାଙ୍ଗି ପୁରା ଚୁରମାର ହୋଇଯାଇଛି।

Leave a Comment

Your email address will not be published. Required fields are marked *

Scroll to Top