ମୁଁ ପୀୟୂଷ ପାଖରେ ରହିବି ତା ସ୍ତ୍ରୀକୁ ସଉତୁଣୀ କରି ରଖିବି।

ଯେତେବେଳେ ନର୍ମାଲ ଲୋକଙ୍କୁ ମୁଁ ଯାଇ ସ୍ପେସିଆଲି ପଚାରିଥିଲି କି ଆପଣ ଯଦି ଗୋଟେ ପେଣ୍ଡାଲରେ ପୀୟୂଷ ତ୍ରିପାଠୀ ଆଉ ରାଣୀ ପଣ୍ଡାଙ୍କୁ ଏକାଠି ଦେଖିବେ ଆପଣଙ୍କର ରିଆକ୍ସନ୍ କଣ ହବ। ତ ସେତେବେଳେ ଗୋଟିଏ ଉତ୍ତର ଆସିଥିଲା ଯେ ସେଦିନ ବହିଟି ଜଳିବ। ନିହାତି କାହିକିଁ ନା ଗୋଟେ ସାଙ୍ଗର ସୁବିଧା, ଅସୁବିଧା ସମୟରେ ଗୋଟେ ସାଙ୍ଗ ହିଁ ଠିଆ ହୁଏ। ସିଏ ସମାଜ ସେବା କରନ୍ତି ।

କିନ୍ତୁ ଏଠି ସମାଜ ସେବାର କଥା ନୁହଁ ଏଠି ବନ୍ଧୁତ୍ଵର କଥା। ସେଇ ବନ୍ଧୁ ହିସାବରେ ସେ ମୋ ଘରକୁ ଆସିଛି ।ଯେତେବେଳେ ଆମେ ଯାତ୍ରାରେ ଦେଖିଥିଲେ ଭିଡ଼ ପ୍ରବଳ ଲାଗିଥିଲା। ଫାଷ୍ଟ୍ ଫେଜ୍ ଆପଣ ନେଇ ଗଲେ। ସେକେଣ୍ଡ ଫେଜ୍ ସିଏ ନେଇ ଗଲେ। ତ ଯେଉଁ ବାଘ ବାଘୁଣୀ କଥାଟା ମୋତେ କହିଥିଲେ କି ଯାତ୍ରାର ବାଘ ହେଉଛନ୍ତି ପୀୟୂଷ ତ୍ରିପାଠୀ ଆଉ ଯାତ୍ରାର ବାଘୁଣୀ ହେଉଛନ୍ତି ରାଣୀ ପଣ୍ଡା।ପ୍ରକୃତ କଥା ହେଉଛି ଦୈତାରୀ ପଣ୍ଡା ହେଉଛନ୍ତି ଯାତ୍ରା ଜଗତର ଜଣେ ବାଘ । ଆଉ ଆମେ ହେଉଛୁ ବର୍ତ୍ତମାନ ଛୁଆ ବାଘ। ଆମେ ବର୍ତ୍ତମାନ ହେଉଛୁ ନୂଆ ଜେନେରେସନ୍। ଆମେ ଦୁଇ ଜଣ ଯାକ କଉଁ ଯାତ୍ରାର ବି ନୁହଁ।

ଆମେ ସିନେମା ଟିଭି ସେରିଏଲରୁ ଯାତ୍ରାକୁ ଆସିଛୁ। ଆମେ ପ୍ରୋଫେସିଅନାଲ୍ ଯାତ୍ରା ନଥିଲୁ , ଏବେ ଯାତ୍ରାକୁ ପଶି ଆମେ ପୁରା ଯାତ୍ରା ଆର୍ଟିଷ୍ଟ୍ ବୋଲି ନିଜକୁ ପ୍ରେଜେଣ୍ଟ କରୁଛୁ। କାମ କରୁଛୁ ବୋଲି ପ୍ରେଜେଣ୍ଟ କରୁଛୁ। ଆମେ ବର୍ତ୍ତମାନ ମାର୍କେଟକୁ ପୁରା ଘାଣ୍ଟି ଦେବୁ। ମୁଁ ଘାଣ୍ଟି କି ପଳେଇବି ସେ ରହିବ କି ନାହିଁ ମୁଁ ଜାଣେନି। ଯଦି କଉଁ ମାଲିକଙ୍କ ମୁଣ୍ଡରେ ଚିନ୍ତାଧାରା ପଶିବ ଯେ ନାଇଁ ଆମେ ଦୁଇ ଜଣଙ୍କୁ ନେବୁ । ଯେଉଁଦିନ ଯାତ୍ରା ପାର୍ଟିରେ ବେନର, ମଲାଟ, ମୁଖିଆ ଏଇ ପାର୍ଟ ହଟିଯିବ, ସେଇଦିନ ଆମେ ଗୋଟିଏ ପାର୍ଟିରେ ରହି ପାରିବୁ।

କାହିଁକି ନା ଯେଉଁ ଜାଗାରେ ପାର୍ଟିରେ ବେନର୍ ଖୋଜା ହେଉଥିବ ଯେ ମୋ ପାର୍ଟିରେ ଗୋଟିଏ ବେନର୍ ଦରକାର ସେ ପର୍ଯ୍ୟନ୍ତ ଏକାଠି ରହି ହବନି।ଯେତେବେଳେ ନାଟକ ଉପରେ ଗୁରୁତ୍ଵ ଦିଆହବ, ଚରିତ୍ର ଉପରେ ଗୁରୁତ୍ଵ ଦିଆ ହବ ସେତେବେଳେ ଦୁଇ ଜଣ ଗୋଟିଏ ପାର୍ଟିରେ ନିହାତି ରହିବେ। ଏବଂ ସେତେବେଳେ ଲେଖକ ଯେଉଁ ବହିଟା ଲେଖିକି ଆଣିବେ ସେଇଟା ଦର୍ଶକଙ୍କ ମନକୁ ନିହାତି ଛୁଇଁବ।ପ୍ରୋଫେସିଓନାଲ୍ ଯାତ୍ରାରେ ଯେଉଁ କଳାକାର ମାନେ ଅଛନ୍ତି ସେମାନେ ସ୍ପେସିଆଲ୍ ଯାତ୍ରା ପାଇଁ ଉପଯୁକ୍ତ ଲୋକ।

ଆମେ ଯାତ୍ରାରେ କାମ କରୁଛୁ ଆମେ ଆମ ଜାଗାରେ ଅଛୁ। ତାଙ୍କ ଜାଗା କେହି ନେଇ ପାରିବେନି କି ଆମ ଜାଗା ସେମାନେ ପାରିବେନି। ତେଣୁ ସମସ୍ତଙ୍କୁ ଦର୍ଶକ ଦେଖନ୍ତୁ, ସମସ୍ତଙ୍କୁ ଭଲ ପାଇବା ଦିଅନ୍ତୁ। ଏଇଟା ହେଉଛି ତାର ବି ମତ ମୋର ବି ମତ। ସମସ୍ତେ କୁହନ୍ତି ଦର୍ଶକ ହେଉଛନ୍ତି ଭଗବାନ। ଦର୍ଶକଙ୍କ ହୃଦୟକୁ କେହି ବୁଝି ନାହାଁନ୍ତି। ମୁଁ ପରା ପୀୟୂଷ ପାଖରେ ରହିବି। ତା ସ୍ତ୍ରୀକୁ ସଉତୁଣୀ କରିବି। ତା ଝିଅକୁ ଝିଅ ବୋଲି ଡାକିବି।

Leave a Comment

Your email address will not be published. Required fields are marked *

Scroll to Top