ସମାଚାରସ୍ପେଶାଲ ରିପୋର୍ଟ

ରାଜନୀତି ମୈଦାନକୁ ଓଲ୍ହାଇଲେ ଅଭିନେତ୍ରୀ ରଚନା ବାନାର୍ଜୀ। ବିଜେପି ବିରୋଧରେ ଦେବେ ଟକର।

ରାଜନୀତି ମୈଦାନକୁ ଓଲ୍ହାଇଲେ ଅଭିନେତ୍ରୀ ରଚନା ବାନାର୍ଜୀ। ବିଜେପି ବିରୋଧରେ ଦେବେ ଟକର।

ରାଜନୀତି କରିବେ ରଚନା। ନିର୍ବାଚନ ମୈଦାନକୁ ଓଲ୍ହାଇଲେ ଅଭିନେତ୍ରୀ। ବିଜେପି ବିରୋଧରେ ହେବେ ପ୍ରାର୍ଥୀ। ବିଜେପିର ଅଭିନେତ୍ରୀ ପ୍ରାର୍ଥୀଙ୍କୁ ଦେବେ ଟକର।

ଆଜ୍ଞା ହଁ ବନ୍ଧୁଗଣ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ନିର୍ବାଚନରେ ପ୍ରାର୍ଥୀ ହେବେ। ଓଡ଼ିଆ ଏବଂ ବଙ୍ଗଳା ଚଳଚିତ୍ର ଜଗତରେ ବିଗତ ଦିନରେ ରାଜ କରିଥିବା ରଚନା ଲୋକସଭା ନିର୍ବାଚନ ପ୍ରାର୍ଥୀ ଭାବେ ଓଲ୍ହାଇବାକୁ ଯାଉଛନ୍ତି। ଉଭୟ ବଙ୍ଗଳା ଓଡ଼ିଆ ଫିଲ୍ମରେ ନାୟିକା ଭାବେ ବେସ ଖ୍ୟାତି ଅର୍ଜନ କରିଥିବା ରଚନା ହିନ୍ଦୀ ଚଳଚ୍ଚିତ୍ର ସୂର୍ଯ୍ୟବଂସମରେ ଓଲିଉଡ଼ର ମହାନାୟକ ଅମିତା ଵଚନଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି। ଅମିତାବଚନଙ୍କ ବିପକ୍ଷରେ ଗୌରୀ ଚରିତ୍ରରେ ନଜର ଆସିବା ପରେ ରଚନାଙ୍କ ଲୋକପ୍ରିୟତା ଆହୁରି ବଢ଼ି ଯାଇଥିଲା। ଏବେ ଅନେକ ଚଳଚ୍ଚିତ୍ରରେ ନାୟିକା ସାଜିଥିବା ରଚନା ଓଡ଼ିଶାବାସୀଙ୍କ ହୃଦୟରେ ଦୀର୍ଘଦିନ ଧରି ରାଜ କରିଛନ୍ତି।

ସୁପରଷ୍ଟାର ସିଧାର୍ଥ ମହାପାତ୍ରଙ୍କ ସହ ରଚନାଙ୍କ ଯୋଡିକୁ ଓଡ଼ିଆ ସିନେମାର ଦର୍ଶକ ଏବେବି ଝୁରି ହେଉଛନ୍ତି। ଏହି ଯୋଡିକୁ ଗୋଟିଏ ସମୟରେ ସର୍ବାଧିକ ଯୋଡି ଭାବେ ବିବେଚନା କରାଯାଉଥିଲା। ନିଜର ସୁନ୍ଦର ଚେହେରା ଓ ବରିଷ୍ଠ ଅଭିନୟ ଯୋଗୁ ରଚନା ଉଭୟ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଏବେବି ରାଜୁତି କରୁଛନ୍ତି।

ତେବେ କିଛି ବର୍ଷ ଧରି ରଚନା ନିଜ ଆଡୁ ଫିଲ୍ମ ଇଣ୍ଡଷ୍ଟ୍ରିଜରୁ ଦୁରେଇ ଯାଇଛନ୍ତି। ତେବେ ଛୋଟ ପରଦାରେ ଏବେବି ସେ ସକ୍ରିୟ ଅଛନ୍ତି। ଗତ ୧୦ ବର୍ଷ ଧରି ରଚନା ବିବି-୧ ସୋ କୁ ପୋଷ୍ଟ କରିଛନ୍ତି। ଅଭିନୟ କ୍ଷେତ୍ରରେ ବହୁତ ସଫଳତା ସାଉଣ୍ଟି ଥିବା ରଚନା ବାନାର୍ଜୀ ପ୍ରଥମ ଥର ପାଇଁ ରାଜନୀତି ମୈଦାନକୁ ଓଲ୍ହାଇଛନ୍ତି। ଗତ କିଛି ଦିନ ତଳେ ରଚନା ହୋଷ୍ଟ କରୁଥିବା ବିବି-୧ ଟିଭି ସୋରେ ଅତିଥି ହୋଇଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ମମତା ବାନାର୍ଜୀ।

ବିବି-୧ ସୁଟିଂ ସେଟରେ ମମତାଙ୍କ ସହ ରଚନାଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରଥମେ ଜଣା ପଡିଥିଲା। ଆଉ ସେତେବେଳେ ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି। ପଶ୍ଚିମବଙ୍ଗ ହୁଗୁଳି ଲୋକସଭା ଆସନରୁ ରଚନା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ମମତା ବାନାର୍ଜୀଙ୍କୁ ଦଳ ତୃଣ ମୟ କଂଗ୍ରେସ ହୁଗୁଳି ଲୋକସଭା ଆସନରୁ ରଚନାଙ୍କୁ ପ୍ରାର୍ଥୀ କରିଛି। ହୁଗୁଳି ଆସନରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଳୋକେଟ ଚାଟାର୍ଜୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦୀତା କରିବେ ରଚନା।

ବଙ୍ଗଳା ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ଲୋକେଟ ଚାଟାର୍ଜୀଙ୍କୁ ବିଜେପି ହୁଗୁଳିରୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକର ଦେବା ପାଇଁ ଟିଏମ୍ସି ରଚନା ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି।

ତେବେ ଏଠାରେ ଆମେ ଜଣେଇ ଦେବା ପାଇଁ ଚାହିଁବୁ କି କୋଲକତାର ଜନ ଗର୍ଜନ ସଭାରେ ପଶ୍ଚିମବଙ୍ଗର ସମସ୍ତ ୪୨ ଜଣ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ଟିଏମ୍ସି। ତେବେ ପ୍ରାର୍ଥୀ ତାଲିକାରେ ରହିଛନ୍ତି ଅନେକ ଚର୍ଚ୍ଚିତ ଚେହେରା। ଅଭିନେତ୍ରୀ ରଚନାଙ୍କ ବ୍ୟତୀତ ଅଭିନେତା ତଥା ପୂର୍ବତନ ସାଂସଦ ଶତ୍ରୁଘନ ସିଂଘା କ୍ରିକେଟର ୟୁସୁବ ପଠାନ ମଧ୍ୟ ଟିଏମ୍ସି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି।

ଏହା ସହ କିଛି ଦିନ ତଳେ ସାଂସଦ ପଦକୁ ନେଇ ଚର୍ଚ୍ଚାରେ ଥିବା ମହୁଆ ମୈତ୍ରା ଏବଂ ନୂଆ କରି ଯୋଗ ଦେଇଥିବା ଟିଏମ୍ସିରେ ଯୋଗ ଦେଇଥିବା ସାମ୍ବାଦିକା ସୁହାନି ଘୋଷ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ଟିଏମ୍ସିରେ ମହୁଆ ମୈତ୍ରା ପୁଣି ଥରେ କ୍ରିଷ୍ନା ନଗରରେ ଆସନରେ ଲଢ଼ିବାକୁ ଯାଉଥିବା ବେଳେ ସୁହାନି ଘୋଷ ମଧ୍ୟ ଯାଦବପୁର ଆସନରେ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଶତ୍ରୁଘନ ସିଂଘା ପ୍ରସାନ ସହରରୁ ଏବଂ ୟୁସୁବ ପଠାନ ମର୍ହହମ ପୁର ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଉଛନ୍ତି।

Leave a Reply

Your email address will not be published. Required fields are marked *