“ମୁଁ ଟିକେ ବେଶୀ ଫୁଲେଇ ବୋଲି ଲୋକଙ୍କ ନଜର ଲାଗିଯାଉଛି ଆଉ ମୋ ଦେହ ଖରାପ ହେଉଛି” ।
ତାଙ୍କ ବାହାଘରକୁ ବୋଧହୁଏ ମାତ୍ର ମାସ ଟେ ପୂରିଛି । ଅନେକ ଚେଷ୍ଟା ପରେ ତାଙ୍କ ସହିତ ଏକ ସାକ୍ଷାତକାର କରିବାର ସୁଯୋଗ ମିଳିଥିଲା । ଏତେ ନଖରା ବାଲି ଝିଅଟିକୁ ଏତେ ଇନୋସେଣ୍ଟ ପିଲା କେମିତି ଲାଇଫରେ ମିଳିଗଲା ସମସ୍ତେ ଭାବୁଥିବେ । ଇନ୍ଷ୍ଟାଗ୍ରାମରେ ଯିଏ ଭି ତାଙ୍କୁ ଦେଖନ୍ତି କୁହନ୍ତି ଯେ ଝିଅଟି ଟିକେ ଫୁଲେଇ ହେଉଛି । ତେବେ ସେ ଦୁହେଁ ହେଉଛନ୍ତି କପଲ୍ ସୋନାକ୍ଷୀ ଆଉ ତାଙ୍କ ସ୍ବାମୀ ହିମାଂଶୁ ।
ଦୁହିଁଙ୍କ ସହିତ କଥାବର୍ତ୍ତା ସମୟରେ କେମିତି ଦୁହିଁଙ୍କ ଭିତରେ ପ୍ରେମ ହେଲା ଆଉ ଲାଇଫ କେମିତି କଟୁଛି ବୋଲି ସେ ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ଚାନ୍ଦିନୀଙ୍କ ଭଉଣୀ ସୋନାକ୍ଷୀଙ୍କ ବିଷୟରେ କିଛି ଜଣା ଅଜଣା କଥା । ତେବେ ସୋନାକ୍ଷୀଙ୍କୁ ପଚରା ଯାଇଥିଲା ଯେ, ସେ ଯେତେବେଳେ ହିମାଂଶୁଙ୍କୁ ବାହା ହୋଇକି ଦିଲ୍ଲୀ ନିଜ ଶାଶୂ ଘରକୁ ଗଲେ ସେଠି ତାଙ୍କ ଶାଶୂ ଲୋକଙ୍କୁ ଡାକି ଦେଖେଇ ଥିଲେ କି ଯେ ତାଙ୍କ ବୋହୂ ଓଡ଼ିଶାରୁ ଆସିଛି ବୋଲି ।
ଏହାର ଉତ୍ତରରେ ସୋନାକ୍ଷୀ କହିଛନ୍ତି ଯେ ମମି ଅର୍ଥାତ୍ ତାଙ୍କ ଶାଶୂ କଲୋନୀ ସାରା ଲୋକଙ୍କୁ ଡାକି ଦେଖାଉଥିଲେ ଯେ ତାଙ୍କ ବୋହୂ ୟୁଟ୍ୟୁବର ବୋଲି । ଆଉ ତାଙ୍କ ବୋହୂଙ୍କ ଚ୍ୟାନେଲ ଅଛି ବୋଲି କହୁଥିଲେ ସମସ୍ତଙ୍କୁ ଆଉ ତାଙ୍କୁ ସବସ୍କ୍ରାଇବ କରିବାକୁ ମଧ୍ୟ କହୁଥିଲେ । ସୋନାକ୍ଷୀଙ୍କ ସିଲଭର୍ ବଟନ୍ ଯେବେ ଆସିଥିଲା ତାଙ୍କ ଶାଶୂ କହିଥିଲେ ହଲରେ ଲଗେଇ ଦେବା ପାଇଁ । ଶାଶୂ ଘରେ ଏତେ ଭଲ ପାଇବା ପାଇକି ବାପା ଘରକୁ ଭୁଲି ଗଲେଣି କି ବୋଲି ପଚରା ଯାଇଥିଲା ତୋ ସୋନାକ୍ଷୀ କହିଥିଲେ ଯେ ବାପା ଘରକୁ ତୋ କେହି କେବେ ଭୁଲି ପାରିବେନି ।
ତାଙ୍କ ଦିଦି ଚାନ୍ଦିନୀଙ୍କ ଇଣ୍ଟରଭ୍ୟୁ କିଛି ଦେଖିଦେଲେ ତାଙ୍କୁ କାନ୍ଦ ଲାଗେ । ସୋନାକ୍ଷୀ ଆହୁରି ମଧ୍ୟ କହିଥିଲେ ଏବେ ସେ ଉତୁପାତିଆ ହେବା ଟା ବନ୍ଦ କରିଦେଲେଣି । ତେବେ ସେ ଆଗରୁ କିମ୍ଵା କେବେ ବି କୌଣସି ଭିଡ଼ିଓରେ କହି ନାହାଁନ୍ତି ଯେ ତାଙ୍କ ହଜବେଣ୍ଡ ସବୁଠୁ ଭଲ ବୋଲି କାରଣ ସମସ୍ତଙ୍କ ପାଇଁ ତାଙ୍କ ସ୍ଵାମୀ ଭଲ ତାଙ୍କ ପାଇଁ ସେ ବେଷ୍ଟ । ଏମିତି ରେ ଭି ବହୁତ୍ ଭିଡ଼ିଓରେ ତାଙ୍କୁ କୁହନ୍ତି ବେଶୀ ଫୁଲେଇ ହେଉଛ ବୋଲି । ତେବେ ସେ ନିଜେ ମଧ୍ୟ ଫିଲ କରନ୍ତି ଯେ ସେ ସତରେ ଟିକେ ଫୁଲେଇ ବୋଲି ଏଥିପାଇଁ କାରଣ ସେ ଘରର ସବୁଠୁଁ ସାନଝିଅ । ତାଙ୍କ ଭିତରର ଖୁସି ଟା ଫୁଲେଇ ହେଇ ବାହାର କରନ୍ତି ।