ମୋତେ ବିଜୁ ବାବୁ ଶକ୍ତ ଚାପୁଡ଼ା ମାରିଥିଲେ…

ଟାଣୁଆ ପାଇକ ପୁଅ, ହାତରେ ଖଣ୍ଡା ଧରିଲେ କାହାକୁ ମାନନ୍ତିନି। ଆଉ ଖଣ୍ଡା ଛାଡ଼ିଦେଲେ ସମସ୍ତଙ୍କୁ ଭଗବାନ ଭଳି ପୂଜା କରନ୍ତି। ହଁ ଆମେ କହୁଛୁ ସେଇ ପାଇକ ପୁଅ କଥା ଯିଏ କି ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ସହିତ ଆଲୋଚନା କରିବା ଏବେ ଏବେ ବିଜେଡ଼ିର ହାତ ଛାଡ଼ିଛନ୍ତି ଆଉ ବିଜେପିରେ ଯୋଏନ୍ ହେଇଛନ୍ତି। ପ୍ରଥମେ ଆଲୋଚନା କରିବା ସାର୍ ନୂଆ ଦଳରେ ସାମିଲ୍ ହେଲେ। ପୂର୍ବରୁ ଆମେ ଦେଖିଛୁ ବିଜେଡ଼ିରେ ଶକ୍ତିଶାଳୀ ଥିଲେ ବୋଲି କୁହାଯାଉଥିଲା। ଏବେ ବିଜେପିରେ।

ପାଇକ ପୁଅ ଏମିତିରେ ତ ପାଇକର ଜାତି ନାହିଁ,ଯାହା ପାଖରେ ସାହାସ ଥାଏ,ଯାହା ପାଖରେ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଶକ୍ତି ଥାଏ,ଆଉ ଯିଏ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ପ୍ରସ୍ତୁତ ଥାଏ, ତାକୁ ହିଁ ପାଇକ କୁହାଯାଏ।କିନ୍ତୁ ବାସ୍ତବରେ ସେଇ ଯେଉଁ ପାଇକର ଯେଉଁ ରକ୍ତ ସିଏ ହେଲା ସହିଦ୍ କୁତିଭାସ ପାର୍ଷାଣୀ ।

ମୋର ଯିଏ ଜେଜେ ସେଇ ଡି.ଏନ୍.ଏ. ଟା ମୋ ଭିତରେ ଅଛି। ସେଇଟା ଏବେ ପ୍ରସ୍ଫୁଟିତ ହେଉଛି। ଯେଉଁଟାକୁ ଆପଣ ପୂର୍ବରୁ ବର୍ଣ୍ଣନା କଲେ। ଯେ ବିଜୁ ଜନତା ଦଳରେ ମୁଁ ଗୋଟେ ଶକ୍ତିଶାଳୀ ଥିଲି। ବିଜୁ ଜନତା ଦଳ କେବେ ଶକ୍ତିଶାଳୀ ଲୋକଙ୍କୁ ରଖେନି। ବିଜୁ ଜନତା ଦଳ ଯେଉଁଦିନଠୁ ତିଆରି ହେଇଛି ସେଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଲେ। ସେ ବିଜୁ ଜନତା ଦଳରେ ଶକ୍ତିଶାଳୀ ଥିଲେ। ବିଜୁ ପଟ୍ଟନାୟକ ଜଣେ ଶକ୍ତିଶାଳୀ ଲୋକ ଥିଲେ। ଏବଂ ସିଏ ଓଡ଼ିଶାର ଯେତେ ଶକ୍ତିଶାଳୀ ଲୋକ ତାକୁ ଆଣି ରଖୁଥିଲେ ଏବଂ କହୁଥିଲେ ମୋଠୁ ବଡ଼ ଶକ୍ତିଶାଳୀ ଲୋକ କେହି ନାହିଁ।

ତେଣୁ ସେ ଓଡ଼ିଶାର ଶକ୍ତିଶାଳୀ ଲୋକଙ୍କୁ ତା ଉପରେ ଦେଖୁଥିଲେ ତେଣୁ କରି ସେ ଆଣି କି ରଖୁଥିଲେ। ତାଙ୍କର ଆତ୍ମବିଶ୍ବାସ ଥିଲା। ଜଣେ ବାଣୀବିହାରରେ କହିଲେ ଜଣେ ଟୋକାଟେ ତାଙ୍କୁ ଫୁଟାଣି ମାରି କଥାବାର୍ତ୍ତା କରିଲା। କହିଲା ପରେ ସେ ପିଲାଟିକୁ କହିଲେ ତୁ କଣ ଗୁଣ୍ଡା ଦେଖେଉଛୁ ତୋଠୁ ମୁଁ ବହୁତ୍ ବଡ଼ ଗୁଣ୍ଡା। ଏ ହେଲା ବିଜୁ ପଟ୍ଟନାୟକଙ୍କର ଥିଲା। ସେହିପରି ବିଜୁ ପଟ୍ଟନାୟକ ଯେତେ ଓଡ଼ିଶାର ଶକ୍ତିଶାଳୀ ସମସ୍ତଙ୍କୁ ଆଣି ରଖୁଥିଲେ କିନ୍ତୁ ତାଙ୍କ ଭିତରେ ଆତ୍ମବିଶ୍ୱାସ ଥିଲା ଯେ ଏମାନେ ମୋତେ କେବେ ବଳିକି ଯିବେ ନାହିଁ। ମୁଁ ୟାଙ୍କଠାରୁ ବହୁତ୍ ଉଚ୍ଚରେ ଅଛି।

କିନ୍ତୁ ଯେତେବେଳେ ବିଜୁ ଜନତା ଦଳ ତିଆରି ହେଲା,ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଲେ, ସେତେବେଳେ ସିଏ ସେ ଶାନ୍ତ,ସରଳ,ଭଦ୍ର ଲୋକ। ସିଏ ଆଉ ଇଏ ଶକ୍ତିଶାଳୀ ଲୋକଙ୍କୁ ରଖିବାକୁ ଭୟ ହେଲା। ତା ଅର୍ଥ ବିଜୁବାବୁଙ୍କର ଯେତେ ଭଲ ଶକ୍ତିଶାଳୀ ଲୋକ ଥିଲେ ସେ ସମସ୍ତଙ୍କୁ ଖତମ୍ କରାଗଲା ବିଜୁ ଜନତା ଦଳରୁ। ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁମାନେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ବିଜୁ ଜନତା ଦଳରେ ରହିଲେ ,ଯେଉଁ କିଛି କି ଶକ୍ତିଶାଳୀ ଲୋକ ରହିଲେ ସେମାନଙ୍କୁ ବର୍ତ୍ତମାନ ଖତମ୍ କରିବାର ଗୋଟେ ଷଡ଼ଯନ୍ତ୍ର ଚାଲିଛି।

ମୁଁ ଆସିଛି ବିଶ୍ଵଗୁରୁ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଯେଉଁ ବିକାଶ ବିକଶିତ ଭାରତ, ବିକଶିତ ଓଡ଼ିଶାର ସ୍ବପ୍ନ ଯେଉଁ ଆମେ ଦେଖିଛୁ ସେଥିପାଇଁ ମୁଁ ଆସିଛି। ମୁଁ ନିର୍ବାଚନ ଲଢ଼ିବା ଗୋଟେ ରାଜନୈତିକ ଲୋକର ଧର୍ମ ନୁହେଁ। ପ୍ରଥମ ହେଲା ଲୋକମାନଙ୍କର ସେବା କରିବା, ଦ୍ଵିତୀୟରେ ହେଲା ଦଳକୁ ସାହାଯ୍ୟ କରିବା ଏବଂ ତୃତୀୟରେ ହେଲା କର୍ମୀ ଭାଈମାନଙ୍କର ସେବା। ଯଦି ରାଜନୀତିକୁ ଆମେ ପାର୍ଟି ପଲିଟିସ୍ କରିବା ତାହାଲେ ଏଇ ଦେଶ କେବେ ସ୍ଵାଧୀନ ହେଇ ପାରି ନଥାନ୍ତା। ଯଦି ଆମେ ସମସ୍ତେ କ୍ଷମତା ପାଇଁ ଚାହିଁଥାନ୍ତେ ଯେ ସ୍ଵାଧୀନତା ପୂର୍ବରୁ ଯେ ଆମେ କ୍ଷମତାକୁ ଆସିବୁ, କ୍ଷମତାରେ ବସିବୁ ଗାନ୍ଧିଜୀ ଯଦି ଏଇ କଥା ଭାବିଥାନ୍ତେ ତାହାଲେ ଏଇ ଦେଶ କେବେ ସ୍ଵାଧୀନ ହେଇ ନଥାନ୍ତା।

Leave a Reply

Your email address will not be published. Required fields are marked *