ମଶାଣୀକୁ ନେବା ଆଗରୁ କୁନିପୁଅ ଶୁଭଜିତ ଶରୀରରୁ କେଉଁ ଅଙ୍ଗକୁ କଢ଼ାଗଲା।

ଜଳିଯିବା ଆଗରୁ କେଉଁ ସବୁ ଅଙ୍ଗକୁ କଢ଼ାଗଲା। କାହିଁକି ବାପା ମା’ କାନ୍ଦି କାନ୍ଦି ନେଲେ ଏଭଳି ନିଷ୍ପତି। ଛାତିକୁ ପଥର କରି ପୁଅର ଦେହରୁ କାଢ଼ିଲେ ଅଙ୍ଗ। ଅନେକ ଅଙ୍ଗକୁ ପୁଅ ଶୁଭଜିତଙ୍କ ଦେହରୁ କଢ଼ାଗଲା।ମଶାଣିରେ ଜଳିଗଲେ ସିନା କୁନି ପୁଅ। ହେଲେ ଜଳିବା ଆଗରୁ ତାଙ୍କ ଦେହରୁ ଅନେକ ଅଙ୍ଗ କାଢି ଦିଆଗଲାଯାହାକି ଏଭଳି କଠୋର ନିଷ୍ପତ୍ତି ନେଇଥିଲେ ବାପା-ମା’।

ହେଲେ ବାପା-ମା’ ପୁଅର କେଉଁ ସବୁ ଅଙ୍ଗକୁ ଦାନ କରିବାକୁ ନେଇଥିଲେ ନିଷ୍ପତ୍ତି ଯାହାକୁ ପୁଅର ଜୀବନ କ୍ଷଣି ବାପାଙ୍କ ମୁଣ୍ଡକୁ ଆସିଥିଲା। ଆଖିରେ ଲୁହ ଥିଲା ହେଲେ ଛାତିକୁ ପଥର କରି ସ୍ତ୍ରୀକୁ କହିଥିଲେ ଏହି କଥା। ହେଲେ ଯେଉଁ ସ୍ତ୍ରୀ ତା’ର ଏତେ ଗେଲ୍ହା ପୁଅକୁ ଏତେ କୋମଳ ବୟସରେ ହରାଇଛି ଆଖିରୁ ଲୁହ ଶୁଖୁନି ସେ ଏକଥାରେ କେମିତି ରାଜି ହେବ ତାକୁ ନେଇ ଚିନ୍ତା କରୁଥିଲେ ବାପା। ଆଉ ସେପଟେ ସ୍ତ୍ରୀ କହୁଥିଲା ମୋ ପୁଅର ଦେହ ଭିତରୁ କାହିଁକି ଅଙ୍ଗକୁ କାଢ଼ିବାକୁ ଚାହୁଁଚ। ତାକୁ କଷ୍ଟ ହେବ। ହେଲେ ସ୍ୱାମୀ ବାରମ୍ବାର ବୁଝାଇଥିଲେ ସ୍ତ୍ରୀକୁ ଆମ ପୁଅ ସିନା ଆଉ ଫେରିବନି ହେଲେ ଅନ୍ୟ କାହାର ସନ୍ତାନ ଅନ୍ୟ କାହାର ଜୀବନ ତ ବଞ୍ଚିଯିବ। ଆଉ ଆମ ପୁଅ ସେମାନଙ୍କ ଦେହରେ ସାରା ଜୀବନ ଅମର ହୋଇ ରହିବ।

ଆଉ ଶେଷରେ ସ୍ୱାମୀ ସ୍ତ୍ରୀ ନେଇଥିଲେ ନିଷ୍ପତ୍ତି। ଆଉ ପୁଅର ଗୋଟିଏ କି ଦୁଇଟି ନୁହେଁ ୮ ଟି ଅଙ୍ଗକୁ କାଢି ଦିଆଯାଇଥିଲା। ଆଉ ସେହି ୮ ଟି ଅଙ୍ଗରୁ ଏବେ ୨ ଟି ଅଙ୍ଗ ୨ ଜଣଙ୍କୁ ନୂଆଜୀବନ ଦେଇ ସାରିଥିବା ବେଳେ ଆହୁରି ୬ ଟି ଅଙ୍ଗ ଆଉ ୬ ଜଣଙ୍କୁ ନୂଆ ଜୀବନ ଦେବ।ହଁ ଆଜ୍ଞା ଦୁନିଆ କ’ଣ ଜାଣିବା ଆଗରୁ ୮ ବର୍ଷର କୁନି ପୁଅ ୮ ଜଣଙ୍କୁ ନୂଆ ଜୀବନ ଦେଇ ଚାଲି ଯାଇଛି। ଭୁବନେଶ୍ୱର କଳ୍ପନା ଅଞ୍ଚଳର ବିଶ୍ଵଜିତ ସାହୁ ସ୍ଥାନୀୟ BJEM ସ୍କୁଲର ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିଲେ।

ସ୍କୁଲ ଗୁଡିକରେ ପରୀକ୍ଷା ଚାଲିଥିବା ବେଳେ ବୁଧବାର ଦିନ ସକାଳୁ ଶୁଭଜିତ ସକାଳୁ ପରୀକ୍ଷା ଦେଉଥିଲେ ଆଉ ପରୀକ୍ଷା ସରିବା ପରେ ହଲରେ ଶୁଭଜିତ ହଠାତ ତଳେ ପଡିଯାଇଥିଲେ। ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ସେଠାରେ କିଛି ସୁଫଳ ନମିଳିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଭର୍ତି କରାଯାଇଥିଲା ହେଲେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ତ ହୋଇଥିଲେ କିନ୍ତୁ ହଠାତ ତାଙ୍କର ଜୀବନ ଚାଲି ଯାଇଥିଲା।ଡାକ୍ତରଙ୍କ ଠାରୁ ନିରାଶର କଥା ଶୁଣିବା ପରେ ଭାଙ୍ଗିପଡିଥିଲା ବାପା। ସେ କେବେବି ଭାବିନଥିଲା ନିଜର କୋମଳ ପୁଅଟି ଏଭଳି ଭାବେ ଏ ଦୁନିଆ ଛାଡି ଚାଲିଯିବ ବୋଲି।

ଆଉ ବାପା-ମା’ ଶେଷରେ କଠୋର ନିଷ୍ପତ୍ତି ନେଇଥିଲେ ପୁଅର ଅଙ୍ଗଦାନ କରିବାକୁ। ତେବେ ଯାହା କିଛି ପ୍ରଶ୍ନ ଉଠୁଛି ଯେ କେଉଁ ସବୁ ଅଙ୍ଗକୁ ପୁଅର ଶରୀରରୁ କଢ଼ା ଯାଇଥିଲା। ତେବେ ଏଠାରେ ଜଣେଇ ଦେବା ପାଇଁ ଚାହିଁବୁ ଶୁଭଜିତ ଆଖି ବୁଝିଥିବା ସେଇ ଘରୋଇ ହସ୍ପିଟାଲରେ ଅଙ୍ଗକୁ ସଂଗ୍ରହ କରାଯାଇଥିଲା। ତେବେ ତାଙ୍କର ଯୋଡ଼ାଏ ଆଖି ଦୁଇଟି କିଡ୍ନୀ ହୃତପିଣ୍ଡ ଦୁଇଟି ଫୁସଫୁସ ଓ ପାନକ୍ରିଏଜ ମଧ୍ୟ ତାଙ୍କ ଶରୀରରୁ କାଢି ନିଆଯାଇଥିଲା। ଯାହାକି ଅନ୍ୟ ମାନଙ୍କୁ ଦେବ ନୂଆ ଜୀବନ। ଏଭଳି ଭାବେ ୮ ଟି ଅଙ୍ଗକୁ ଦାନ କରିଥିଲେ ବାପା-ମା। ଆଉ ଏବେ ସବୁଦିନ ପାଇଁ ଏ ଦୁନିଆରେ ଅମର ହୋଇ ରହିବେ ଶୁଭଜିତ।

Leave a Reply

Your email address will not be published. Required fields are marked *