ରାତିରେ ସ୍ୱାମୀ ଶୋଇଥିଲେ ଆଉ ସିନ୍ଦୂର ଅଳତା ପିନ୍ଧି ଫେରାର ହୋଇଗଲେ ସ୍ତ୍ରୀ । ଆଉ ଏବେ ସ୍ୱାମୀ କହୁଛନ୍ତି ମୋ ସ୍ତ୍ରୀ…।

ଦର୍ଶକବନ୍ଧୁ ଜଣେ ସ୍ଵାମୀ କହିଛନ୍ତି କିଭଳି ତାଙ୍କ ସ୍ତ୍ରୀ ରାତି ଅଧରେ ସ୍ଵାମୀ ଆଉ ୭ ବର୍ଷର ପୁଅକୁ ଛାଡ଼ି ଫେରାର ହୋଇଗଲା ସ୍ତ୍ରୀ । ହଁ ଆଜ୍ଞା ରାତିରେ ସ୍ଵାମୀ ପାଖରେ ଶୋଇ ସ୍ତ୍ରୀ ଲଗାଉଥିଲା ହାତରେ ନେଲପୋଲିସ୍ ଆଉ ପାଦରେ ଅଳତା । ଏହାପରେ ଶୋଇବା ଘରେ ହିଁ ପୁରୁଣା ଶାଢ଼ୀକୁ ବଦଳାଇ ନୂଆ ଶାଢ଼ୀ ପିନ୍ଧିଥିଲା ଆଉ ରାତି ଅଧରେ ସ୍ଵାମୀଙ୍କ ନିଦ ଭାଙ୍ଗି ଯିବାରୁ ସ୍ଵାମୀ ଉଠି ପଚାରିଥିଲେ ଏତେ ରାତିରେ କଣ ପାଇଁ ଅଳତା ପିନ୍ଧୁଛ ବୋଲି । ଆଉ ଉତ୍ତରରେ ସ୍ତ୍ରୀ କହିଥିଲେ “ଘର କାମରେ ମୋତେ ଦିନରେ ସମୟ ହେଉନାହିଁ ସେଥିପାଇଁ ମୁଁ ରାତିରେ ଲଗାଉଛି” ।

ଆଉ ଏତିକି ଶୁଣିବା ପରେ ସ୍ଵାମୀ ଶୋଇ ପଡ଼ିଥିଲେ । ସ୍ଵାମୀ ଜଣକ ଅଟ ଚାଳକ ଥିଲେ । ରାତିରେ ଆଖି ଲାଗିଯିବାରୁ ଶୋଇବା ଘରୁ ହିଁ ସ୍ଵାମୀ ଓ ୭ ବର୍ଷର ପୁଅକୁ ଛାଡ଼ି ସ୍ତ୍ରୀ ହୋଇଗଲା ଫେରାର । ତେବେ ଏଭଳି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା ନିମାପଡା ବାହାରଣା ଗାଁରେ ଦେଖିବାକୁ ମିଳିଛି ।

ନିଜ ୭ ବର୍ଷର ପୁଅ ଓ ସ୍ଵାମୀକୁ ଛାଡ଼ି ରାତି ଅଧରେ ନୂଆ ଶାଢ଼ୀ ଆଉ ପାଦରେ ଅଳତା ହାତରେ ନେଲପୋଲିସ୍ ଲଗାଇ ଫେରାର ହୋଇଗଲା ସ୍ତ୍ରୀ । ଏକ ସପ୍ତାହ ହେବ ଘରେ ଜଳୁନାହିଁ ଚୁଲି । କୁନି ପୁଅ ମଧ୍ୟ ମନେ ମନେ ତା ମାକୁ ବହୁତ୍ ଖୋଜୁଛି । ଖବର ଅନୁସାରେ ବାହାରଣା ଗାଁର ଚନ୍ଦ୍ରକାନ୍ତ ରାଉତ ଗୋପ ଥାନା ପିଣ୍ଡଳ ଗାଁର ଡଲି ବିଶ୍ବାଳଙ୍କୁ ୧୦ ବର୍ଷ ପୂର୍ବେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ।

ବିବାହ ପରେ ମହିଳାଙ୍କ ଦୁଇଟା ପିଲା ନଷ୍ଟ ହୋଇ ଯାଇଥିଲା । ଆଉ ଏହାପରେ ଠାକୁରଙ୍କୁ କେତେ ମାନସିକ କରିବା ପରେ ଗୋଟେ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ଯାହାର ବୟସ ଏବେ ୭ବର୍ଷ । ତେବେ ମହିଳା ଜଣଙ୍କ ଗତ ୨୮ ତାରିଖ ରାତି ଅଧରେ ମଥାରେ ସିନ୍ଦୁର ପାଦରେ ଅଳତା ହାତରେ ନେଲପୋଲିସ୍ ଲଗାଇ ନୂଆ ଶାଢ଼ୀ ପିନ୍ଧି ସଜେଇ ହୋଇ ସ୍ୱାମୀର ନିଦ ଭାଙ୍ଗି ଯିବାରୁ କେଉଁଆଡ଼େ ଫେରାର ହୋଇଗଲା । ସ୍ତ୍ରୀକୁ ଅନେକ ଖୋଜି ଖୋଜି ନପାଇବାରୁ ସ୍ୱାମୀ ଏବେ ଥାନାରେ ଅଭିଯୋଗ କରିଛନ୍ତି I ତେବେ ପୋଲିସ ଏକ ମିସିଙ୍ଗ କେସ୍ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।

Leave a Reply

Your email address will not be published. Required fields are marked *