ପୁଅକୁ ଦେଖି କାନ୍ଦୁଛି ମାଆ, ମାଡ଼ିଗଲା ଟ୍ରାକ୍ଟର ଛେତରା ହେଇଗଲା ମୁଣ୍ଡ…
ଟିକେ ଦେଖନ୍ତୁ ଏ ଦୃଶ୍ୟକୁ ହେଲମେଟ୍,ପର୍ସ,ଚପଲ ଆଉ ଟିଫିନ୍ ବକ୍ସ୍ ରାସ୍ତା ସାରା କିଭଳି ଭାବରେ ଛିନଛତର ହୋଇ ପଡ଼ିଛି। ଆଉ ସେପଟେ ର-କ୍ତ ଜୁ-ଡ଼ୁବୁ-ଡୁ ଅବସ୍ଥାରେ ରାସ୍ତା ଉପରେ ମ-ରି ଶୋଇଛି ଭେଣ୍ଡିଆ ପୁଅ। ଆଜି ସକାଳୁ ସକାଳୁ ମାଆ ତା ନିଜ ହାତରେ ରୋଷେଇ କରି ପେଟ ପୁରା ଖାଇବାକୁ ଦେଇଥିଲା। ଏଥି ସହିତ ଅଫିସରେ ଗଲେ ଖାଇବା ପାଇଁ ଟିଫିନ୍ ମଧ୍ୟ ଭରି କରି ଦେଇଥିଲା।ଆଉ କହିଥିଲା,ବାବୁରେ! ତୁ ଜଲ୍ଦି ଫେରି ଆସିବୁ। ପୁଅ ମଧ୍ୟ ତା ମାଆ କଥାରେ ହଁ ମା-ରି ଘରୁ ବାହାରି ଯାଇଥିଲା। ହେଲେ ମାଆକୁ ପୁଅ ଦେଇଥିବା ସେ କଥାକୁ ଏଭଳି ଭାବେ ଭୁଲି ଯିବ ବୋଲି ମାଆ କେବେବି ଭାବି ନଥିଲା।
ମାତ୍ର କିଛି ସମୟ ଭିତରେ ଯେଉଁ ପୁଅକୁ ମାଆ ଘରୁ ପଠେଇ ଥିଲା,ଆଉ କିଛି ସମୟ ପରେ ହଠାତ୍ ଖବର ଆସିଲା କି ତମ ପୁଅ ଆଉ ଏ ଦୁନିଆଁରେ ନାହିଁ। ଯେଉଁ ଖବର ପାଇଲା ପରେ ମାଆର ଛାତି ଯେମିତି ଫାଟି ପଡ଼ିଲା।ଏ କେମିତି ସମ୍ଭବ। ଏଇ କେଇଁ ମିନିଟ୍ ତଳେ ପୁଅ ଘରୁ ବାହାରି ଯାଇଥିଲା ବେଳେ ହଠାତ୍ ତାର ମୃ-ତ୍ୟୁ କେମିତି ହେଲା।
ହଁ ଦର୍ଶକ ବନ୍ଧୁ,ରାସ୍ତା ସାରା ବିଛାଡ଼ି ହୋଇ ପଡ଼ିଛି ପୁଅର ଜିନିଷ ପତ୍ର। ଆଉ ଏପଟେ ରାସ୍ତା ଉପରେ ପଡ଼ିଛି ର-କ୍ତ ଜୁ-ଡୁବୁ-ଡୁ ଅବସ୍ଥାରେ ପୁଅ। ଆଜି ପୁଅ ଡ୍ୟୁଟି କରିବାକୁ କମ୍ପାନୀକୁ ନଯାଇ ଚାଲି ଯାଇଛି ଯମ ପୁରକୁ। ଡ୍ୟୁଟି ଯିବା ଯେ ତା ପାଇଁ ଏମିତି କାଳ ସାଜିବ ବୋଲି ଯଦି ଏ ମାଆଟା ଜାଣିଥାନ୍ତା ନା ତା ପୁଅକୁ କେବେ ହେଲେ ଛାଡ଼ି ନଥାନ୍ତା। ତା କାନିରେ ତାକୁ ଗଣ୍ଠି ପକେଇ ରଖିଥାନ୍ତା । ହେଲେ ଦଇବ ଏତେ ନିଷ୍ଠୁରଯେ ବୁଢ଼ୀ ମାଆ ଆଖି ଆଗରେ ଭେଣ୍ଡିଆ ପୁଅର ଜୀବନ ନେଇଗଲେ।
ଟିକେ ଭଲ କରି ଦେଖନ୍ତୁ ଏ ଯୁବକ ଜଣଙ୍କୁ। ରୂପ ଯେମିତି ଗୁଣ ବି ସେମିତି। ତାଙ୍କର ଏ ରୂପ ଦେଖିଲେ ଶ-ତ୍ରୁ ବି ଶଙ୍କି ଯିବ। ହେଲେ କଣ ହେବ, ଅଧା ବୟସରେ ପୁଅକୁ ହରେଇ ବସିଲା ମାଆ। ଆଉ ପୁଅକୁ ହରେଇବା ପରେ ତା ପାଇଁ ଦୁନିଆଁଟା ଯେମିତି ଅନ୍ଧକାର ହେଇ ଯାଇଛି। ମୃ-ତ୍ୟୁର ଗାଡ଼ି ତା ପୁଅକୁ ଯେତେବେଳେ ଘୋଷାଡି ଘୋଷାଡି ନେଉଥିଲା ତା ପୁଅକୁ କେତେ ଯେ କଷ୍ଟ ହେଉଥିବ ମାଆ ତାକୁ ଅନୁଭବ କରି ପାରୁଛି। ରାସ୍ତାରେ ପଡ଼ିଥିବା ପୁଅର ପ୍ରତିଟି ର-କ୍ତ ବୁନ୍ଦା ଆଜି ମାଆକୁ କ୍ଷତ ବିକ୍ଷତ କରି ପକାଉଛି। ଏ ଦୃଶ୍ୟ ଦେଖି କେଉଁ ମାଆ ବା ଧୈର୍ଯ୍ୟ ଧରିବ।
ହଁ ଦର୍ଶକ ବନ୍ଧୁ ଆଜି ସକାଳୁ ସକାଳୁ ଘଟି ଯାଇଛି ଏକ ମର୍ମ-ନ୍ତୁଦ ସଡ଼କ ଦୁର୍ଘ-ଟଣା। ଆଉ ଯେଉଁ ଦୁର୍ଘ-ଟଣାରେ ଗୋଟେ ମାଆର କୋଳ ଆଜି ଶୂନ୍ୟ ହୋଇ ଯାଇଛି। ଗୋଟେ ମାଆ ଆଜି ତା ଭେଣ୍ଡିଆ ପୁଅକୁ ହରାଇ ପାଗିଳି ପ୍ରାୟ ହୋଇ ଯାଇଛି। ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ରାଜକିଶୋରପଡ଼ା ଅଞ୍ଚଳର ରାକେଶ ମହାପାତ୍ର। ସବୁଦିନ ଭଳି ଆଜି ମଧ୍ୟ ରେଡ଼ି ହୋଇ ସେ ଡ୍ୟୁଟିରେ ବାହାରି ପଡ଼ିଥିଲେ। ହେଲେ ଆଜି ସକାଳ ୯ ଟା୩୦ମିନିଟ୍ ଏ ସମୟ ଯେ ତାଙ୍କ ମୃ-ତ୍ୟର ସମୟ ଥିଲା ଏକଥା କିଏ ବା ଜାଣିଥିଲା।୯.୩୦ ସମୟରେ ରାକେଶ ତାଙ୍କ ବୁଲେଟ୍ ଚଢ଼ି ସାଙ୍ଗ ସହ ଡ୍ୟୁଟି ଯାଇଥିଲେ।
କେହି କିଛି ବୁଝିବା ଆଗରୁ ଦୃତ ଗତିରେ ରାକେଶଙ୍କ ଆଡ଼କୁ ମାଡ଼ି ଆସିଥିଲା। ଆଉ ବୁଲେଟକୁ ଧ-କ୍କା ଦେଇ ସେ ଇଟା ବୋଝେଇ ଟ୍ରାକ୍ଟରଟି ରାକେଶ ଓ ତାଙ୍କ ସାଙ୍ଗ ସହିତ ବୁଲେଟକୁ ଦୁଇ ଶହ ମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇ ଯାଇଥିଲା। ଟ୍ରାକ୍ଟର ଚକା ତଳେ ହିଁ ଚାଲିଗଲା ରାକେଶଙ୍କ ଜୀବନ। ଗୁରୁ-ତର ଅବସ୍ଥାରେ ରାକେଶଙ୍କ ସାଙ୍ଗଙ୍କୁ ଉ-ଦ୍ଧାର କରି ସ୍ଥାନୀୟ ଲୋକେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। କିନ୍ତୁ ରାକେଶ ସବୁଦିନ ପାଇଁ ଘଟ-ଣାସ୍ଥଳରେ ହିଁ ଆଖି ବୁଜି ଦେଇଛନ୍ତି।