ରାତି ଅଧରେ ହଠାତ ବୁଡ଼ିଗଲା ପୁରା ଗାଁ। ଅଚାନକ ମାଡି ଆସିଲା ପାଣି। ସମସ୍ତେ ଶୋଇଥିବା ଅବସ୍ଥାରେ ପାଣି।

ରାତି ଅଧରେ ହଠାତ ବୁଡ଼ିଗଲା ପୁରା ଗାଁ। ଅଚାନକ ମାଡି ଆସିଲା ପାଣି। ସମସ୍ତେ ଶୋଇଥିବା ଅବସ୍ଥାରେ ପାଣିରେ ଭସାଇନେଲା। ଘଡିକୁ ଘଡିଏ ବଢିବାକୁ ଲାଗିଲା ଗାଁ ଭିତରେ ପାଣି। ଦେଖୁ ଦେଖୁ ପୁରା ଗାଁ ଜଳ ମଗ୍ନ ହୋଇଗଲା।ହଁ ଆଜ୍ଞା ଆକାଶରେ ବର୍ଷା ନାହିଁ। ଡ଼ହ ଡ଼ହ ଖରାରେ ବି ପୁରା ଗାଁ ପାଣିରେ ବୁଡିଯାଇଛି। ରାସ୍ତା ଘାଟ ଘର ଦ୍ୱାର ସବୁ ପାଣିରେ ବୁଡି ଯାଇଛି। ରାତି ଅଧରେ ପୁରା ଗାଁ ପାଣିରେ ବୁଡି ଯାଇଥିଲା।

ଜୀବନକୁ ବଞ୍ଚାଇ ଲୋକେ ଉଚ୍ଚା ସ୍ଥାନକୁ ଚାଲି ଆସିଛନ୍ତି ଆଉ କିଛି ଲୋକ ଘର ଭିତରେ ରାତି ଅଧରେ ପଶି ରହିଥିଲେ। ବାହାରକୁ ମଧ୍ୟ ବାହାରି ପାରିନଥିଲେ। ବିଳମ୍ବିତ ରାତିରେ ଘଟିଥିଲା ଏଭଳି ଘଟଣା। କେନାଲ ଭାଙ୍ଗି ଗାଁ ଭିତରେ ପାଣି ପଶି ଆସିଥିଲା। ଟିକେ ଏହିସବୁ ଦୃଶ୍ୟକୁ ଦେଖନ୍ତୁ। ପାଣିରେ କେମିତି ଲୋକେ ଛିଡା ହୋଇଛନ୍ତି। ଏମାନେ ସମସ୍ତ ଶୋଇ ପଡ଼ିଥିଲେ। ସକାଳୁ ଉଠି ପୁଣି ଥରେ କାମକୁ ବାହାରି ଯାଇଥାନ୍ତେ। ହେଲେ ଅଚାନକ ରାତିରେ ପାଣି ପଶିବାକୁ ଲାଗିଲା। ପୁରା ଗାଁରେ ଶୁଭିଲା ବଞ୍ଚାଓ ବଞ୍ଚାଓର ଚିତ୍କାର।

କିଛି ସମୟ ପର୍ଯ୍ୟନ୍ତ କ’ଣ ହେଉଛି କେହି ମଧ୍ୟ ଜାଣି ପାରିନଥିଲେ ଯେ ପାଣି କୁଆଡୁ ଆସୁଛି। କାହାର ମଧ୍ୟ ଧ୍ୟାନ ନଥିଲା। ହେଲେ ପରେ ଜଣାପଡିଥିଲା କି ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଭାଙ୍ଗି ଯାଇଛି। ଆଉ ଏ ହେଉଛି ତା’ର ପରିଣାମ।ଭାଙ୍ଗିଯାଇଥିବା କେନାଲ ହେଉଛି କଳାହାଣ୍ଡି ଜିଲ୍ଲା କଲମ ପୁର ବ୍ଲକ ଦେବପୁର ନିକଟରେ ଥିବା ଇନ୍ଦ୍ରାବତୀର ଦକ୍ଷିଣ କେନାଲ। ଯେଉଁଥିରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ଏବେ ସମସ୍ତଙ୍କ ଘରେ ୫ ଫୁଟର ପାଣି। ରାସ୍ତା ଉପରେ ପବନବେଗରେ ପାଣି ବହୁଛି। ଘରେ ସମସ୍ତେ ଫସି ରହିଥିଲେ ରାତି ସାରା। ପାଣି ବଢ଼ୁଥିବାରୁ ଘର ଭିତରକୁ କେହି ବାହାରି ପାରୁନଥିଲେ।

ସେପଟେ ଯଦି ଦେଖିବା ଖରାଦିନେ କେନାଲ ଭାଙ୍ଗିବାକୁ ଖୁବ କମ ଦେଖିବାକୁ ମିଳେ। ହେଲେ ଏହି କେନାଲକୁ ମରାମତି କରିବାକୁ କୁହାଯାଇଥିଲେ ସୁଧା କେନାଲର ମରାମତି ହୋଇପାରୁନାହିଁ। ଯାହାର ଫଳ ସ୍ୱରୂପ କେନାଲରେ ପାଣି ପ୍ରବଳ ଥିବାରୁ ଘାଇ ସୃଷ୍ଟି ହୋଇଥିଲା। ସେପଟେ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତତ୍ପରତା ଦେଖାଇଛି।ଘର ଭିତରୁ ସମସ୍ତଙ୍କୁ ଏବେ ଉଦ୍ଧାର କରାଯାଉଛି

Leave a Comment

Your email address will not be published. Required fields are marked *

Scroll to Top