ହାଇକୋର୍ଟଙ୍କ ବଡ଼ ରାୟ. ମହିଳାଙ୍କୁ ଡାର୍ଲିଂ ଡାକିଲେ ଲାଗିବ କେସ.. ଯିବାକୁ ପଡିବ ଜେଲ।

ଆଜ୍ଞା ହଁ ବନ୍ଧୁଗଣ ଆପଣ ଯଦି ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ କରୁଛନ୍ତି ତାହେଲେ ଆପଣଙ୍କ ବିରୋଧରେ ମାମଲା ହୋଇପାରେ ଏବଂ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ। କାରଣ ଏହା ଯୌନ ଉତ୍ପିଡିନ ସହିତ ସମାନ ବୋଲି ଅଦାଲତ କହିଛନ୍ତି। ଆପଣଙ୍କୁ ଏ କଥା ବି ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କାରଣ ମହିଳାଙ୍କୁ ଡାର୍ଲିଂ ଡାକିବା ଆପଣଙ୍କ ଦୃଷ୍ଟିରେ ହୁଏତ ଏକ ସାଧାରଣ କଥା ହୋଇପାରେ। କିନ୍ତୁ ଆଇନ ଦୃଷ୍ଟିରେ ଏହା ଗୁରୁତ୍ୱର ଅପରାଧ। ଏକ ଯୌନ ଉତ୍ପିଡ଼ିନ ମାମଲାର ଶୁଣାଣି ବେଳେ କୋଲକତା ହାଇକୋର୍ଟ ଏହି କଥା କହିଛନ୍ତି। ଅଦାଲତଙ୍କ କହିବା ଅନୁସାରେ ରାସ୍ତାରେ ଗଲାବେଳେ ଅଜଣା ଯୁବତୀଙ୍କୁ ଡାର୍ଲିଂ ଡାକିଲେ ଲାଗିବ କେସ।

ଯଦି କୌଣସି ଅଜଣା ବ୍ୟକ୍ତି ଯୁବତୀଙ୍କୁ ଡାର୍ଲିଂ ବୋଲି ସମ୍ବୋଧନ କରନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହେବେ। ଆଇପିସି ଧାରା ୩୫୪ଏ ଅନୁଯାୟୀ ତାଙ୍କୁ ଜେଲ ଯିବାକୁ ପଡିବ। କୋଲକତା ହାଇକୋର୍ଟର କୋର୍ଟବ୍ଲେୟର ବେଚର ବିଚାରପତି ଜୟସେନ ଗୁପ୍ତା ଏକ ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ସହ କହିଛନ୍ତି ଯେ ରାସ୍ତାରେ ଜଣେ ଅଜ୍ଞାତ ମହିଳାଙ୍କୁ ଡାର୍ଲିଂ ବୋଲି ସମ୍ବୋଧନ କରାଯାଇପାରିବ ନାହିଁ। କାରଣ ଏହା ଯୌନ ଉତ୍ପିଡିନ ସହିତ ସମାନ। ଜଷ୍ଟିସ ଜୟ ସେନ ଗୁପ୍ତାଙ୍କ ଖଣ୍ଡ ପୀଠ କହିଛନ୍ତି ଧାରା ୩୫୪ଏ ୧ ଖ ଅନୁସାରେ ଡାର୍ଲିଂ ହେଉଛି ଅପରାଧୀଙ୍କ ଏବଂ ଯୌନ ଅନୁସନ୍ଧି ଥିବା ଶବ୍ଦ।

ତେବେ ଖବର ଅନୁସାରେ ୨୦୧୫ ଅକ୍ଟୋବର ୨୧ ତାରିଖରେ ଆଣ୍ଡାମାନର ମାୟା ବନ୍ଦର ଥାନା ଅଞ୍ଚଳରେ ଏକ ପୋଲିସ ଟିମ ଚଢ଼ାଉ କରିବାକୁ ଯାଇଥିବା ବେଳେ ଜଣେ ଯୁବକ ମହିଳା ହେଡକନେଷ୍ଟବଳଙ୍କୁ କହିଥିଲେ କିୟା ଡାର୍ଲିଂ ଚାଲାନ କରନେ ଆଇ ହୋ କିୟା। ଅଭିଯୁକ୍ତ ଜଣକ ନିଶାଶକ୍ତ ଅବସ୍ଥାରେ ମହିଳା ହେଡ କନେଷ୍ଟବଳଙ୍କୁ ଏଭଳି ବ୍ୟବହାର କରିଥିଲେ। ଯାହାକୁ କୋର୍ଟ ନିନ୍ଦା କରିବା ସହ ଏହା ଏକ ଅପରାଧ ବୋଲି କହିଛନ୍ତି। ଆଉ ଏହି ମାମଲାରେ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ ଯତାର୍ଥ ବୋଲି କହିବା ସହ ହାଇକୋର୍ଟ ଜେଲ ଦଣ୍ଡାଦେଶର ଅବଧି ୩ ମାସରୁ ୧ ମାସକୁ ହ୍ରାସ କରିଛନ୍ତି।

ତେବେ ଅଭିଯୁକ୍ତ ଜଣକ ମଦ୍ୟପାନ କରିଥିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟରେ ଦାବି କରିଥିଲେ। ହେଲେ ଏହି ଯୁକ୍ତିର ଉତ୍ତରରେ ଅଦାଲତ କହିଛନ୍ତି ଯେ ଯଦି ଏହି ଘଟଣା ସାଧାରଣ ହୋଇଥାନ୍ତା ତାହେଲେ ଅପରାଧର ଗମ୍ଭିରତା ଆହୁରି ଅଧିକ ହୋଇଥାନ୍ତା। ଅର୍ଥାତ ଯଦି ଅଭିଯୁକ୍ତ ସେତେବେଳେ ମଦ୍ୟପାନ କରି ନଥାନ୍ତେ ତେବେ ତାଙ୍କୁ ଆହୁରି କଠୋର ଦଣ୍ଡ ମିଳିଥାନ୍ତା। ତେବେ ଏହି ମାମଲାରେ ପୂର୍ବରୁ ୨୦୨୩ ଏପ୍ରିଲରେ ଜଣେ ଜୁଡିଶ୍ରେୟାର ମାଜିସଷ୍ଟ୍ରେଡ଼ ଓ ପରେ ୨୦୨୩ ନଭେମ୍ବରରେ ଜଣେ ଜିଲ୍ଲା ଯୋଜ ମଧ୍ୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ହାଇକୋର୍ଟରେ ଅଭିଯୋଗ କରିଥିଲେ। ଆଉ ହାଇକୋର୍ଟ ମଧ୍ୟ ଡାର୍ଲିଂ ଡାକିବାକୁ ଏକ ଅପରାଧ ବୋଲି ବିବେଚନା କରିଛନ୍ତି।

ତେବେ କୋର୍ଟଙ୍କ ଏହି ଦଣ୍ଡାଦେଶକୁ ନେଇ ପଶ୍ଚିମବଙ୍ଗର ପୂର୍ବତନ ଆଡଭୋକେଟ ଜେନେରାଲ ବିମଲ ଚାଟାର୍ଜୀ କହିଛନ୍ତି କି ଡାର୍ଲିଂ କହିଲେ ବୋଲି ଜଣେ ବ୍ୟକ୍ତିଙ୍କୁ ମାସେ ଜେଲ ପଠାଇବା ଟିକେ କଠୋର ହୋଇଯାଉଛି ବରଂ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେବା ଉଚିତ ଥିଲା।

Leave a Reply

Your email address will not be published. Required fields are marked *