“୧୫୦୦୦ ଟଙ୍କା ଦେଇ ରାଣୀ ଦିଦି ପାଇଁ ଗୋଟିଏ ପାଟ କିଣିଛି । ଆଜି ଯାତ୍ରା ଦେଖିଲା ପରେ ମୁଁ ଦେବି…” ।
ଓଡ଼ିଶାର ଅଭିନେତ୍ରୀ କୁହନ୍ତୁ, ଯାତ୍ରା କଳାକାର କୁହନ୍ତୁ କିମ୍ବା ସମାଜ ସେବୀ କୁହନ୍ତୁ ସବୁ ଚରିତ୍ରରେ ରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳୁଛି । ରାଣୀ ପଣ୍ଡା ସାରା ଓଡ଼ିଶାବାସୀଙ୍କର ପ୍ରିୟ । ଯେଉଁ ରାଣୀ ପଣ୍ଡାଙ୍କୁ ଦିନେ ଲୋକେ ଏଣୁତେଣୁ କହୁଥିଲେ ଏବଂ ଅପେରା କିମ୍ବା ଯାତ୍ରାରୁ ବେନ କରିବାକୁ ଦାବି କରିଥିଲେ ସେହି ଲୋକମାନେ ବର୍ତ୍ତମାନ ରାଣୀ ପଣ୍ଡାଙ୍କୁ ଦେଖିବାକୁ ଲାଇନ ଦେଉଛନ୍ତି । ସେଲ୍ଫି ନେବାକୁ ଅପେକ୍ଷା କରୁଛନ୍ତି ଏବଂ ରାଣୀ ପଣ୍ଡାଙ୍କ ଡାଇଲଗ ଦେଖିବାକୁ ଅପେକ୍ଷାରେ ରହୁଛନ୍ତି । ଆଶ୍ଚର୍ଯ୍ୟ ଲାଗିବା ନିଶ୍ଚିତ କିନ୍ତୁ ରାଣୀ ନାମ ବର୍ତ୍ତମାନ ଗୋଟିଏ ବ୍ରାଣ୍ଡ କହିଲେ କୌଣସି ଭୁଲ ହେବନି ।
ଆଜ୍ଞା ହଁ ବର୍ତମାନ ସମୟରେ ଚାଲିଥିବା ଖଣ୍ଡଗିରି ଯାତ୍ରା ମହାକୁମ୍ଭ ମେଳାରେ ପୁଣି ମଞ୍ଚ ଦୁଲକେଇଛନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡାଙ୍କ ଅଭିନୟରେ ପୁଣି ଝୁମିଛନ୍ତି ଦର୍ଶକ । ହେଲେ ମେଲୋଡିରେ ନୁହେଁ ନାଟକରେ, ରାଣୀ ପଣ୍ଡା ଦର୍ଶକଙ୍କ ହୃଦୟ ଜିତିଛନ୍ତି । ରାଣୀ ପଣ୍ଡାଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ , ଲୋକଙ୍କ ମନକୁ ଛୁଇଁଛି ।
ତେବେ ଅଭିନୟ ବ୍ୟତୀତ ରାଣୀ ପଣ୍ଡା ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି । ଏହି ଯାତ୍ରା ସମୟରେ ରାଣୀ ପଣ୍ଡା ଅନ୍ନଛତ୍ର ମଧ୍ୟ ଖୋଲିଥିଲେ । ତେବେ ଏହି ସମ୍ପର୍କରେ ନିରଞ୍ଜନ ବୋଲି ଜଣେ ବ୍ୟକ୍ତି ମିଡ଼ିଆ ସାମ୍ନାରେ କହିଛନ୍ତି ଯେ ସେ ରାଣୀ ପଣ୍ଡାଙ୍କୁ ଦୁଇଥର ପ୍ରୋଗ୍ରାମକୁ ନେଇଛନ୍ତି । ଗତ ଜାନୁଆରୀ ୧୫ ମକର ସଂକ୍ରାନ୍ତି ଦିନ ଗୋଟେ ମେଲୋଡ଼ି ପାଇଁ ରାଣୀଙ୍କୁ ନେଇଥିଲେ । ସବୁ ପଇସା ଦେଇ ସାରିବା ପରେ ଆଉ ଅଳ୍ପ ପଇସା ଥିଲା କିନ୍ତୁ ରାଣୀ କହିଲେ ନାଇଁ ସବୁ ପଇସା ନନେଲେ ସେ ଷ୍ଟେଜ୍ ଚଢ଼ିବେନି ।
ସେ ଅଳ୍ପ ପଇସା ଦେଇଦେଲା ପରେ ରାଣୀ ଷ୍ଟେଜ ଚଢିଲେ ଘନ୍ଟେ ୪୫ ମିନିଟ୍ ଏକା ଷ୍ଟେଜରେ ରହିଲେ ଆଉ କହିଲେ ୫୦ ହଜାର ଟଙ୍କା ନେଇଛି ୧୦୦୦ ଟଙ୍କା ରଖିକି ନିରଞ୍ଜନ ଭାଇଙ୍କୁ ବାକି ସବୁ ପଇସା ଫେରସ୍ତ କରି ଦେବାକୁ କହିଥିଲେ । ୫୦ ହଜାର ଆମାଉଣ୍ଟ ନେଇ ୪୯ ହଜାର ଫେରେଇଦେଲେ ବୋଲି ତାଙ୍କ ମୋବାଇଲ୍ ରେ ମଧ୍ୟ ପ୍ରମାଣ ରଖିଛନ୍ତି । ରାଣୀ ପଣ୍ଡା ଯେଉଁଠିକୁ ଯାଆନ୍ତି ସେଠି ସେ କିଛି ରଖନ୍ତି ନାହିଁ ସବୁ ଦୁଃଖି ଦରିଦ୍ରଙ୍କୁ ଦାନ କରନ୍ତି । ସେଠି ଗୋଟେ ଗୋଶାଳା କରିବେ ବୋଲି ମଧ୍ୟ ଘୋଷଣା କରି ଦେଇଆସିଲେ । ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ ସେ ୧୫ ହଜାର ଟଙ୍କା ଦେଇ ପାଟ କିଣିଛନ୍ତି ରାଣୀ ଦିଦିଙ୍କୁ ଦେବେ ବୋଲି।