ଏଥର କଟକ ବାରବାଟିରେ ହେବ ଆଇପିଏଲ ମ୍ୟାଚ। ଆଇପିଏଲ ମ୍ୟାଚ ଦେଖିବାକୁ ପ୍ରସ୍ତୁତ ହେଲାଣି ଓଡିଶା।

ଏଥର କଟକ ବାରବାଟିରେ ହେବ ଆଇପିଏଲ ମ୍ୟାଚ।ଛକା ଚଉକାରେ ପ୍ରକମ୍ପିତ ହେବ ବାରବାଟୀ ଷ୍ଟାଡିୟମ। ହଜାର ହଜାର ସଂଖ୍ୟାରେ ଦର୍ଶକ ମାନେ ଖେଳ ଦେଖିବେ। କଟକ ବାରବାଟିରେ ଆଇପିଏଲର କଥା ଶୁଣି ଏବେ କାହାରି ମନରେ ଥୟ ନାହିଁ। ସମସ୍ତେ ଏବେଠାରୁ ଛୁଟି ପାଇଁ ଚିନ୍ତା କରି ସାରିଲେଣି।

କଟକ ବାରବାଟିରେ ଆଇପିଏଲ ମ୍ୟାଚ ଦେଖିବାକୁ ସମସ୍ତେ ପ୍ରସ୍ତୁତ ହେଲେଣି। ଓଡ଼ିଶାରେ ଆଇପିଏଲ ମ୍ୟାଚ ହେବ ଆଉ ଲୋକେ ଦେଖିବା ପାଇଁ ଯିବେନି ଏହା ତ ଅସମ୍ଭବ କଥା। ଓଡିଶାକୁ ଆଇପିଏଲ ମ୍ୟାଚ ଆସିବାକୁ ଥିବା ବେଳେ ସମସ୍ତେ ଏବେ ପୁରା ଖୁସି। ହଁ ଆଜ୍ଞା ଅନେକ ବର୍ଷ ପରେ ବାରବାଟି ପୁଣି ଆଇପିଏଲ ଧମାକାରେ ପୁଣି ଉଛୁଳି ପଡିବ। ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪। ଯାହାକୁ ପୁରା ଦେଶ ଚାହିଁକି ରହିଛି। ଆଇପିଏଲକୁ ନେଇ ସମସ୍ତଙ୍କ ମନରେ କିଛି ଅଲଗା କ୍ରେସ ଥାଏ। ବିଶ୍ୱକପ ଠାରୁ ମଧ୍ୟ ଅଧିକ କ୍ରେସ ଥାଏ ଆଇପିଏଲରେ।

ଏହାରି ଭିତରେ ଓଡିଶାକୁ ମିଳିଛି ଖୁସି ଖବର। କାରଣ ଓଡ଼ିଶାରେ ହେବାକୁ ଯାଉଛି ଆଇପିଏଲ ମ୍ୟାଚ। ଦିଲ୍ଲୀ କ୍ୟାପିଟାଲସ ବାରବାଟୀ ଷ୍ଟାଡିୟମରେ କେତୋଟି ମ୍ୟାଚ ଖେଳି ପାରେ ବୋଲି ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀର ଅରୁନ ଜାଟଲି ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ କଟକରେ କରିବାକୁ ଆୟୋଜକ ମାନେ ଚିନ୍ତା କରୁଛନ୍ତି। ଅରୁନ ଜେଟଲି ଷ୍ଟାଡିୟମରେ ମହିଳା ଆଇପିଏଲ ଫାଇନାଲର ଅଳ୍ପ କିଛି ଦିନ ପରେ ପୁରୁଷ ଆଇପିଏଲ ମ୍ୟାଚ ପଡ଼ୁଥିବାରୁ ସେଥିପାଇଁ ଏହି ଷ୍ଟାଡିୟମ ପ୍ରସ୍ତୁତ ହୋଇଥିବ ଯେଉଁଥିପାଇଁ ବାରବାଟିକୁ ବିକଳ୍ପ ଭେନ୍ୟୁ ଭାବରେ ବିଚାର କରାଯାଉଛି।

ତେବେ ଏ ନେଇ କ୍ରିକେଟ ଆସୋସିଏନସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ସେପଟେ ଯଦି ଦେଖିବା ବାରବାଟିରେ ୨୦୧୧ ଏବଂ ୨୦୧୪ରେ ଖେଳା ଯାଇଥିଲା ଶେଷ ଆଇପିଏଲ ମ୍ୟାଚ। ତା’ପରେ ୨୦୨୪ ରେ ଖେଳା ହେବାକୁ ଯାଉଛି। ୧୦ ବର୍ଷ ପରେ ବାରବାଟିରେ ଖେଳାହେବାକୁ ଯାଉଛି ଆଇପିଏଲ ମ୍ୟାଚ।

Leave a Reply

Your email address will not be published. Required fields are marked *