ରାଣୀ ପଣ୍ଡା ଦେଉଥିଲେ ଖାଇବାକୁ ହଠାତ ଉଠାଇନେଲା ପୋଲିସ, ନଷ୍ଟ ହେଲା ଖାଦ୍ୟ କାନ୍ଦିଲେ ରାଣୀ।।

ରାଣୀ ପଣ୍ଡାଙ୍କ ଖାଇବା ଷ୍ଟଲକୁ ଉଠାଇନେଲା ପୋଲିସ। ଭୋକ ପେଟରେ ଲୋକେ ଘରକୁ ଫେରିଗଲେ। ଲୋକେ ଖାଇପାରିଲେ ନାହିଁ କାନ୍ଦିଲେ ରାଣୀ। ରାଣୀ ପଣ୍ଡା ବାଣ୍ଟୁଥିଲେ ଖାଇବା ହେଲେ ପୋଲିସ ଖାଇବା ଷ୍ଟଲକୁ ଉଠାଇନେଲେ। ଲୋକେ ଅଧା ଖାଇଛନ୍ତି ପୋଲିସ ପହଞ୍ଚି ସବୁ ଖାଇବାକୁ ନେଇଗଲେ। ଲୋକଙ୍କ ଭୋକ ପେଟକୁ ଦେଖି କାନ୍ଦିଲେ ରାଣୀ ପଣ୍ଡା।

ଖଣ୍ଡଗିରିରେ ଜାରି ରହିଛି ଖଣ୍ଡଗିରି ମେଳା। ହଜାର ହଜାର ଲୋକ ଖଣ୍ଡଗିରି ବୁଲିବାକୁ ମଧ୍ୟ ଆସୁଛନ୍ତି। ଆଉ ଏହାରି ଭିତରେ ଖାଇବା ଷ୍ଟଲକୁ ଖୋଲିଥିଲେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ଯାତ୍ରା ବୁଲିବାକୁ ଆସିଥିବା ଲୋକଙ୍କୁ ଖାଇବାକୁ ଦେଉଥିଲେ ରାଣୀ ପଣ୍ଡା। ମନ ଖୁସିରେ ଲୋକେ ବି ଅରୁଆ ଡାଲମା ଖଟା ଆଉ ଖିରି ଖାଉଥିଲେ କିନ୍ତୁ ହଠାତ ପୋଲିସ ପହଂଚିଥଲେ। ଆଉ ରାଣୀ ପଣ୍ଡାଙ୍କ ଖାଇବା ଷ୍ଟଲକୁ ଭାଙ୍ଗି ଦେଇଥିଲେ। ଯାହା ପରେ ରାଣୀ ପଣ୍ଡାଙ୍କ ଆଖିରୁ ଲୁହ ଝରି ଯାଇଛି।

ଟିକେ ଏହି ଦୃଶ୍ୟକୁ ଭଲ ଭାବରେ ଦେଖନ୍ତୁ ପୋଲିସକୁ ବୁଝାଉଛନ୍ତି ରାଣୀ ପଣ୍ଡା। କିନ୍ତୁ ପୋଲିସ କିଛି ବି ଶୁଣୁନାହିଁ। ରାଣୀଙ୍କ ଖାଇବା ଷ୍ଟଲକୁ ନେଇ ପୋଲାଇଯାଉଛନ୍ତି। ଏହିଠାରେ ଲାଗିଥିଲା ଷ୍ଟଲ। ଆଉ ଏବେ ଦେଖନ୍ତୁ ପୋଲିସ କେମିତି ପହଁଚି ଷ୍ଟଲକୁ ଉଠାଇ ନେଇଛି।

ଖବର ମୁତାବିକ ରାଣୀ ପଣ୍ଡା ଯାତ୍ରୀଙ୍କ ପାଇଁ ଖାଇବା ଷ୍ଟଲ ଖୋଲିଥିଲେ। ଅଧିକ ଗହଳି ହେବା ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ସମୟ ମଧ୍ୟ ଅଧିକ ହୋଇଯାଇଥିଲା। ଯେଉଁଥିପାଇଁ ପୋଲିସ ପହଁଚି ଷ୍ଟଲକୁ ଉଠାଇ ଦେଇଥିଲେ। ରାଣୀଙ୍କ ଅନୁରୋଧ ପରେ ମଧ୍ୟ ଶୁଣିନଥିଲେ ପୋଲିସ। ଯାହା ପରେ ରାଣୀ ପଣ୍ଡାଙ୍କ ଆଖିରୁ ଲୁହ ଆସିଯାଇଥିଲା। ସେପଟେ ଆମେ ଦେଖିଛୁ ରାଣୀ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ଆଗେଇ ଆସିଥାନ୍ତି।

ନିଜ ରୋଜଗାରର ୪୦% ଅର୍ଥ ସମାଜସେବାରେ ଲଗାଇ ଦିଅନ୍ତି। ଯେଉଁଥିପାଇଁ ରାଣୀଙ୍କ ଅନେକ ଫ୍ୟାନ ମଧ୍ୟ ରହିଛନ୍ତି।ତେବେ ବୋହୁ ବିବାଦ ପରେ ରାଣୀ ପଣ୍ଡାଙ୍କ ଯାତ୍ରା ଖଣ୍ଡଗିରିରେ ପଡିଛି। ରାଣୀଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଯାତ୍ରା ଦେଖିବା ପାଇଁ ପହଁଚି ଯାଉଛନ୍ତି। ରାଣୀ ପଣ୍ଡାଙ୍କ ଯାତ୍ରା ଏବେ ହାଉସଫୁଲ ରହିଛି।

Leave a Comment

Your email address will not be published. Required fields are marked *

Scroll to Top