ଯୋଗୀ ଆଦିତ୍ୟନାଥଙ୍କୁ ପଛରେ ପକାଇ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ।
ଦେଶରେ ଯୋଗୀ ନୁହଁନ୍ତି ନବୀନ ଆଗରେ। ଯୋଗୀଙ୍କୁ ପଛରେ ପକାଇଲେ ନବୀନ। ପ୍ରଥମ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ଵିତୀୟରେ ମୁଖ୍ୟମନ୍ତ୍ରୀ ଯୋଗୀ।ଏବେ ଦେଶରେ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା। ସବୁଠି ନବୀନ ଓ ଯୋଗୀଙ୍କୁ ନେଇ ଆଲୋଚନା। ଜଣେ ପ୍ରଥମ ହେଲେ ଆଉ ଜଣେ ଦ୍ୱିତୀୟ। ଉଭୟ ରାଜ୍ୟର ବିକାଶ ପାଇଁ ତତ୍ପର। କିନ୍ତୁ ବିକାଶର କ୍ଷେତ୍ରରେ ଯୋଗୀଙ୍କ ଉପରେ ରହିଛନ୍ତି ଯୋଗୀ। ଦେଶରେ ନଂ-୧ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଯୋଗୀ ହୋଇଛନ୍ତି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ। ଆଉ ତୃତୀୟରେ ରହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବର୍ମା। ଏହା ଆମେ ନୁହେଁ ଆଜ୍ଞା ଏହା ସର୍ଭେ କହୁଛି। ଯାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା।
ଯଦି ଦେଖିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଏହି ସଫଳତା ପାଇଁ ସେ ଓଡିଶାବାସୀ ଓ ପ୍ରଭୁ ଜଗନ୍ନାଥଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ଉତ୍ତରପ୍ରଦେଶରେ ଯୋଗୀ ସରକାର ଆସିବା ପରେ ଅନେକ ପରିବର୍ତ୍ତନ ହୋଇଛି। ଯେଉଁ ରାଜ୍ୟକୁ କେହି କେବେ ଉଚ୍ଚ ଦୃଷ୍ଟିରେ ଦେଖୁନଥିଲେ ସେହି ସ୍ଥାନରେ ଏବେ ମୁଖ୍ୟମନ୍ତ୍ରୀ ଦ୍ଵିତୀୟ ସ୍ଥାନ ଅଗତିଆର କରିଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବା ପରେ ଅନେକ କିଛି ପରିବର୍ତ୍ତନ ହୋଇଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶ ଏବେ ବିକାଶର ରାସ୍ତାରେ ରହିଛି। ଶିକ୍ଷା ଠାରୁ ଆରମ୍ଭ କରି ସୁରକ୍ଷା। ସବୁଥିରେ ଏବେ ଆଗେଇ ଚାଲିଛି। ପୂର୍ଣ୍ଣତିତ କହିଲେ ନସରେ। ଯୋଗୀଙ୍କର ଆଭିମୁଖ୍ୟ ଉତ୍ତରପ୍ରଦେଶର ଉନ୍ନତିର ସହାୟକ ହୋଇଛି। ଯେଉଁଥିପାଇଁ ଦ୍ୱିତୀୟ ଥର ମଧ୍ୟ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମସ୍ତେ କହୁଛନ୍ତି।
ଏପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ବର୍ଷେ କି ଦୁଇ ବର୍ଷ ନୁହେଁ ଲଗାତର ୨୪ ବର୍ଷ ଧରି ଦେଶର ନଂ-୧ ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛନ୍ତି ତାଙ୍କୁ ସେହି ସ୍ଥାନରେ କାଟିବାରେ କେହି ସକ୍ଷମ ହୋଇ ପାରୁନାହାନ୍ତି। ଓଡ଼ିଶାର ଅନେକ ବିକାଶ ମୂଳକ ପଦକ୍ଷେପ ପାଇଁ ଆଜି ଓଡ଼ିଶାର ବିକାଶ ହେଉଛି। ଓଡିଶାବାସୀଙ୍କ ବିଶ୍ୱାସ ଓ ଭରସା ପାଇଁ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ହେଲା ପ୍ରଥମ ସ୍ଥାନରେ ରହି ଆସୁଛନ୍ତି ବୋଲି ସେ କହିଛନ୍ତି। ଓଡିଶା ପ୍ରତି ଯେକୌଣସି ବିପଦ ଆସିଲେ କ୍ଷଣିକରେ ସମାଧାନ କରିଦିଅନ୍ତି ନବୀନ ପଟ୍ଟନାୟକ। ଉନ୍ନତ ରଣନୀତି ପାଇଁ ଆଜି ପର୍ଯ୍ୟନ୍ତ ଓଡିଶା ଆଗେଇ ଚାଲିଛି।
ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୨.୭ ପ୍ରତିଶତରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫୧.୩ ପ୍ରତିଶତରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବର୍ମା ୪୮.୬ ପ୍ରତିଶତରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ୪୨.୬ ପ୍ରତିଶତ ରଖି ଚତୁର୍ଥ ସ୍ଥାନରେ ରହିଛନ୍ତି।