ମଣିଷ ପଣିଆ ଆଗରେ ଯମ ବି ଫେରିଗଲା, ଆଉ ଏହି ବ୍ୟକ୍ତିଙ୍କୁ ମିଳିଲା ନୂଆ ଜୀବନ।
ସତରେ ଏ ମଣିଷ ପଣିଆ ଆଉ ପରୋପକାର ଆଗରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଟଙ୍କା ପଇସା ସବୁକିଛି ଯେମିତି ତୁଚ୍ଛ ଲାଗିବ। ଜୀବନ ଯାଉଥିବା ବେଳେ ଯଦି କିଏ ମୁହଁରେ ଠୋପେ ପାଣି ଦିଏ ତା ଠାରୁ ବଡ଼ ଉପକାର କ’ଣ ବା ହୋଇପାରେ। ସେମିତି ଆମ ପାଖରେ ଟଙ୍କା ପଇସା ସୁନା ଗହଣା ଯେତେ ଥାଉ ନାଁ କାହିଁକି କିନ୍ତୁ ଯିଏ ଅସୁବିଧାରେ ସାଥ ଦେଇଥାଏ ସିଏ ଆମ ପାଇଁ ମହାନ। ଆପଣ ମାନେ ଦେଖୁଥିବେ ପ୍ରତିଦିନ କେଉଁଠି ନାଁ କେଉଁଠି ଦୁର୍ଘଟଣା ହେଉଛି ଆଉ କିଏ ନାଁ କିଏ ଏହି ଦୁର୍ଘଟଣାରେ ଶିକାର ହେଉଛି। ଏମିତିକି ଅନେକ ଜୀବନ ଏଇ ଦୁର୍ଘଟଣାରେ ଚାଲି ଯାଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ।
ଠିକ ସେହିଭଳି ଗତ କାଲି ଘଟି ଯାଇଛି ଏକ ବଡ଼ ଦୁର୍ଘଟଣା। ଆଉ ଏହି ଦୁର୍ଘଟଣା ବେଳେ ଦେବଦୂତ ସାଜି ପହଞ୍ଚିଥିଲେ ଯୁବକ ସଙ୍ଘର ସଦସ୍ୟ। ଯମ ମୁହଁରୁ ସତେ ଯେମିତି ତାଙ୍କୁ ଟାଣି ଆଣିଛନ୍ତି ଆଉ ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି। ସେମାନଙ୍କୁ ନିଜ ଲୋକଙ୍କ ଭଳି ମେଡିକାଲକୁ ନେବା ସହିତ ତାଙ୍କର ସେବା ଚିକିତ୍ସା କରୁଛନ୍ତି। ସେ ଦୃଶ୍ୟକୁ ଦେଖିଲେ ସମ୍ମାନରେ ମୁଣ୍ଡ ନଇଁ ଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସରୋଡ଼ା ଥାନା ଅନ୍ତର୍ଗତ ଭଞ୍ଜନଗର ମୁଖ୍ୟ ରାସ୍ତାର ବିଭୁତିଆ ଗ୍ରାମ ନିକଟରେ।
ସୂଚନା ମୁତାବକ ଏକ ସ୍କୁଟିରେ ଜଣେ ବ୍ୟକ୍ତି ଯାଉଥିବା ବେଳେ ବୁଲାଣି ରାସ୍ତାରେ ସେ ଭାରସାମ୍ୟ ହରାଇ ବସିଥିଲେ। ତା’ପରେ ସ୍କୁଟିଟି ଅନେକ ବାଟ ଘୋଷାଡି ହୋଇ ପଡ଼ିଥିବା ବେଳେ ସେହି ବାଟ ଦେଇ ବରଦା ପଞ୍ଚାୟତର ଯୁବକ ସଙ୍ଘର ସଭାପତି ଗୋପାଳକୃଷ୍ଣ ପଟନାୟକ ସମ୍ପାଦକ କାଂହୁ ଚରଣ ସାହୁ ଭଞ୍ଜ ନଗରରୁ ଫେରୁଥିବା ବେଳେ ଏଭଳି ଅବସ୍ଥାରେ ଏହି ବ୍ୟକ୍ତିଙ୍କୁ ବିଳମ୍ବ ନକରି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ଉଦ୍ଧାର କରି ସରୋଡା ମେଡିକାଲକୁ ନେବା ସହ ସରୋଡ଼ା ଥାନାକୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।
ତେବେ ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଙ୍କର ପରିଚୟ ଗାଙ୍ଗୁପୁର ଥାନା ବଇରୀ ଡିସ୍କ ସ୍ୱାଇଁ ବୋଲି ଜଣା ପଡ଼ିଛି ତେବେ ବ୍ୟକ୍ତି ଜଣକର ଅବସ୍ଥା ଗୁରୁତ୍ୱର ହେବା ଯୋଗୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ସହ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଛନ୍ତି। ତେବେ ଯୁବକ ସଙ୍ଘର ଏଭଳି ମହତ କାର୍ୟ୍ଯ ପାଇଁ ସେ ବ୍ୟକ୍ତିଙ୍କର ପରିବାର ସହ ସରୋଡା ଥାନା ଅଧିକାରୀ ମଧ୍ୟ ପ୍ରଶଂସା କରିଛନ୍ତି। ସତରେ ଏଠାରେ ମାନବିକତା ଆଗରେ ମୃତ୍ୟୁ ବି ହାରିଯାଇଛି। ଆଉ ଏଭଳି କାର୍ଯ୍ୟ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।