ପୁଣି ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଏହି ମାନଙ୍କ ଖାତାକୁ ସିଧା ଯିବ ୧୫ ହଜାର ଟଙ୍କା।
ଆଜି ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ଼ ଘୋଷଣା। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ହିତାଧିକାରୀର ଖାତାକୁ ଯିବ ୧୫ ହଜାର ଟଙ୍କା। ତେବେ ବନ୍ଧୁଗଣ କେଉଁ ମାନେ ୧୫ ହଜାର ଟଙ୍କା ପାଇବେ ଆସନ୍ତୁ ଜାଣିବା।
ଆପଣ ଜାଣିଛନ୍ତି ବିଭିନ୍ନ ସମୟରେ ରାଜ୍ୟ ସରକାର ସମସ୍ତଙ୍କ ପାଇଁ କିଛି ନାଁ କିଛି ସୁବିଧା କରିଥାନ୍ତି। ଏବେ ପୁଣି ହିତାଧିକାରୀଙ୍କ ପାଇଁ କରିଛନ୍ତି ଯୋଜନା। ଏହି ଯୋଜନା ଲୋକଙ୍କ ପାଖରେ ପହଁଚିବା ପରେ ହିତାଧିକାରୀ ମାନେ ଖୁସିରେ ଝୁମି ଉଠିବେ। ସିଧାସଳଖ ଖାତାକୁ ଯିବ ୧୫ ହଜାର ଟଙ୍କା। ତେବେ ବନ୍ଧୁଗଣ ଆପଣ ଜାଣିଛନ୍ତି ପୂର୍ବରୁ ରାଜ୍ୟ କ୍ୟାବିନେଟରେ SHG ମହିଳା ମାନଙ୍କ ପାଇଁ ଆସିଥିଲା ଖୁସି ଖବର।
ଆଉ ସେମାନଙ୍କ ସହାୟତା ପାଇଁ ୩ ହଜାର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। SHG ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ନିଷ୍ପତ୍ତିକୁ ଜାଣିବା ପରେ SHG ମହିଳାମାନେ ଖୁସି ହୋଇଯାଇଥିଲେ। ମିଶନଶକ୍ତିରେ ଥିବା ମା’ ମାନଙ୍କ ପାଇଁ ୩ହଜାର ଟଙ୍କା ଘୋଷଣା କରିଥିଲେ ରାଜ୍ୟ ସରକାର। ଏବେ ପୁଣି ଆଉ ଏକ ଯୋଜନା କରିଛନ୍ତି ରାଜ୍ୟ ସରକାର। ଯେଉଁଥିରେ କୁହାଯାଇଛି ଯେ ଏମାନଙ୍କୁ ମିଳିବ ୧୫ ହଜାର ଟଙ୍କା।
ଆଜି ଅର୍ଥାତ ସୋମବାର ଦିନ ଏଭଳି କିଛି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହଷ୍ଟେଲ ମାଟ୍ରନ ମାନଙ୍କ ପାଇଁ କରିଛନ୍ତି ବଡ଼ ଘୋଷଣା। ରାଜ୍ୟରେ ବିଭିନ୍ନ ହଷ୍ଟେଲରେ କାର୍ଯ୍ୟ କରୁଥିବା ମାଟ୍ରନ ମାନଙ୍କ ପାଇଁ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲୋକ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡିକରେ କାର୍ଯ୍ୟରତ ମହିଳା ମାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କା ରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ଘୋଷଣା କରାଯାଇଛି।
ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଘଟଣା ବଶତଃ ମୃତ୍ୟୁ ବରଣ କରିଥାଏ ତେବେ ସେମାନଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି। ସେହିପରି ୬୦ ବର୍ଷରେ କାର୍ଯ୍ୟ ନିବୃତ ହେବା ସମୟରେ ସେମାନଙ୍କୁ ଏକକାଳୀନ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏଭଳି କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆଉ ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ବାର୍ଷିକ ୧୫ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା। ତେବେ ଏହି ଖବର ପ୍ରସରଣ ହେବା ପରେ ହଷ୍ଟେଲ ମାଟ୍ରନମାନେ ଖୁସିରେ ଝୁମି ଉଠିଛନ୍ତି।