ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା… କଲେଜ ପିଲାଙ୍କୁ ମିଳିବ ଏତିକି ଟଙ୍କାର ସ୍କଲାରସିପ।
ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ଏମିତି ଘୋଷଣା କରିଛନ୍ତି ଯାହାକୁ ଜାଣିଲେ ସମସ୍ତେ ହୋଇଯିବେ ଖୁସି। ଏଣିକି +୩ ଓ ପିଜି ପିଲାଙ୍କୁ ମିଳିବ ହଜାର ହଜାର ଟଙ୍କାର ସ୍କଲାରସିପ। ଜାଣନ୍ତୁ କାହାକୁ କେତେ ଟଙ୍କାର ସ୍କଲାରସିପ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଚାଲିଛନ୍ତି 5t ଅଧ୍ୟକ୍ଷ VK ପାଣ୍ଡିଆନ। ରାଜ୍ୟରେ ଶିକ୍ଷାକୁ ନେଇ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରତ୍ୱ ଦେଇ ଆସିଛନ୍ତି। ଆଉ ଏବେ VK ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଏମିତି ଘୋଷଣା କରିଛନ୍ତି ଯାହାକୁ ଶୁଣିବା ପରେ ସବୁ ଛାତ୍ରଛାତ୍ରୀଙ୍କର ଖୁସିର ସୀମା ରହିବ ନାହିଁ।
ହଁ ଆଜ୍ଞା ଏବେ +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ। ଯେଉଁ ଟଙ୍କା ଛାତ୍ରଛାତ୍ରୀଙ୍କ ପାଠ ପଢାରେ ହେବ ବହୁତ ବଡ଼ ସହାୟକ। ଯାଜପୁର ଯାଇ 5t ଅଧ୍ୟକ୍ଷ VK ପାଣ୍ଡିଆନ ସ୍କଲାରସିପର ବଡ଼ ଘୋଷଣା କରିଛନ୍ତି। ଏବେ ଆପଣ ମାନେ ଭାବୁଥିବେ ଏହି ଟଙ୍କା କେମିତି ମିଳିବ ବୋଲି। ତେବେ ଆମେ ଆଜି ଏହି ସ୍କଲାରସିପକୁ ନେଇ ଦେବୁ ସବୁ ତଥ୍ୟ।
ମୁଖ୍ୟମନ୍ତ୍ରୀଙ୍କର ଏଭଳି ଘୋଷଣା ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢାରେ ହେବ ବହୁତ ବଡ଼ ସହାୟକ। ଛାତ୍ର ମାନଙ୍କୁ ୯ ହଜାର ଟଙ୍କା ସ୍କଲାରସିପ ମିଳିବାକୁ ଥିବା ବେଳେ ଛାତ୍ରୀ ମାନଙ୍କୁ ମିଳିବ ୧୦ ହଜାର ଟଙ୍କାର ସ୍କଲାରସିପ। ତେବେ ଏହି ସ୍କଲାରସିପ କେବଳ +୩ ଏବଂ ପିଜି ପିଲାଙ୍କ ପାଇଁଆସୁଥିବା ୨୦ ରୁ ୨୫ ତାରିଖରେ ମିଳିବାକୁ ଯାଉଛି। ଛାତ୍ରଛାତ୍ରୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧା ଆସି ଜମା ହେବ ଏହି ସ୍କଲାରସିପର ଟଙ୍କା।
ତେବେ ଚଳିତ ବର୍ଷରୁ ଏହି ସ୍କଲାରସିପର ବ୍ୟବସ୍ଥା କରାଯାଇଛି। ଯାହାକି ୯୫% ଛାତ୍ରଛାତ୍ରୀଙ୍କୁ ବହୁତ ସହାୟକ ହେବ ବୋଲି VK ପାଣ୍ଡିଆନ କହିଛନ୍ତି। ସେହିଭଳି ରାଜ୍ୟରେ ୩୫ ହଜାର ପିଜି ଛାତ୍ରଛାତ୍ରୀଙ୍କୁ ବି ମିଳିବ ଏହି ବୃତି। ତେବେ ଏହି ଛାତ୍ର ବୃତି ସରକାରୀ କର୍ମଚାରୀ ଓ ଆୟକର ଭରୁଥିବା ଅଭିଭାବକଙ୍କର ପିଲାଙ୍କୁ ମିଳିବ ନାହିଁ। ତେବେ ଦେଖିବା ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତି ଦେବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ।
ତେବେ ଛାତ୍ର ବୃତି ସହ ଅଧିକ ଟଙ୍କା ମଧ୍ୟ ପାଇ ପାରିବେ ଛାତ୍ରଛାତ୍ରୀ। ଯେଉଁଥିପାଇଁ ରହିଛି ୩ ଶହ କୋଟିର କର୍ପସ ଫୋଣ୍ଡ ଯାହା ଆସନ୍ତା ବର୍ଷରୁ ଲାଗୁ ହେବ ବୋଲି କହିଛନ୍ତି 5t ଅଧ୍ୟକ୍ଷ VK ପାଣ୍ଡିଆନ। ନୂଆ ଓ କାର୍ଯ୍ୟକାରୀ ଲାଗି କର୍ପସ ଫୋଣ୍ଡ କାରୀକୁଲାର ଆକ୍ଟିଭିଟି ପାଇଁ ଏକ୍ସଟ୍ରା ପଏଣ୍ଟ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ। କୋ କରିକୁଲାର ଆକ୍ଟିଭିଟି ଅନୁସାରେ ମିଳିବ ପଏଣ୍ଟ। ଅଧିକ ପଏଣ୍ଟ ପାଇଁ ଅଧିକ ଟଙ୍କାର ସ୍କଲାରସିପ ମିଳିବ।
ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ହେବ। ଏ ସବୁଥିରେ ଭାଗ ନେଲେ ସ୍କଲାରସିପ ଟଙ୍କା ବଢି ଚାଲିବ। ଅଂଶଗ୍ରହଣ କଲେ ଅଧିକ ଇନ୍ସେଟିଭ ବି ମିଳିବ। ଛାତ୍ରମାନେ ୯ ହଜାରରୁ ଆରମ୍ଭ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇ ପାରିବେ। ସେହିଭଳି ଛାତ୍ରୀମାନେ ୧୦ ହଜାରରୁ ଆରମ୍ଭ କରି ୧୫ ହଜାର ପର୍ଯ୍ୟନ୍ତ ସ୍କଲାରସିପ ପାଇ ପାରିବାର ସକ୍ଷମତା ପାଇବେ। ସେହିପରି ଆସନ୍ତା ୧୫ ତାରିଖରୁ ନୂଆ ଓ ମ୍ୟାଜିକ କାର୍ଡର ଘୋଷଣା କରିଛନ୍ତି 5t ଅଧ୍ୟକ୍ଷ VK ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ ଓ ମ୍ୟାଜିକ କାର୍ଡ। ଏହି ନୂଆ ଓ ମ୍ୟାଜିକ କାର୍ଡ ଅନୁସାରେ ଛାତ୍ରଛାତ୍ରୀଙ୍କୁ ମିଳିବ ବିଭିନ୍ନ ସୁବିଧା ମିଳିବ। କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ରିହାତି ଦରରେ ଯାତ୍ରା ସୁବିଧା ଉପଲବ୍ଧ ହେବ। ସରକାରୀ ବସ ଟ୍ରେନ ଫ୍ଲାଇଟରେ ରିହାତି ଦରରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ।