ସ୍ଵାମୀ ତଥା ଅଭିନେତା ଚକ୍ରଧରଙ୍କ ଶେଷ ସମୟ କେମିତି କଟିଥିଲା କାନ୍ଦି କାନ୍ଦି କହିଲେ ସ୍ତ୍ରୀ ।
ବନ୍ଧୁଗଣ ନିକଟରେ ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ଘଟିଛି । ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ଚିକିତ୍ସା ପାଇଁ ସେ ଭୁବନେଶ୍ୱର ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି । ତେବେ ଚକ୍ରଧରଙ୍କ ପରି ଜଣେ ବରିଷ୍ଠ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେ ଜଗତ । ଚକ୍ରଧର ନିଜର ଅଭିନୟ ପାଇଁ ଓଡ଼ିଆ ସିନେ ଜଗତରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ । ଅନେକ ସିନେମାରେ ସେ ଖଳନାୟକ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଥିଲେ ।
ଚକ୍ରଧରଙ୍କ ଦେହାନ୍ତକୁ ନେଇ ବର୍ତମାନ ସବୁଠି ଶୋକର ଛାୟା ଖେଳିଯାଇଛି । ତେବେ ଇତି ମଧ୍ୟରେ ଏକ ସାକ୍ଷାତକାରରେ ସ୍ଵାମୀ ତଥା ଅଭିନେତା ଚକ୍ରଧରଙ୍କ ଶେଷ ସମୟ କେମିତି କଟିଥିଲା କାନ୍ଦି କାନ୍ଦି କହିଛନ୍ତି ସ୍ତ୍ରୀ । ଆଜ୍ଞା ହଁ ଚକ୍ରଧରଙ୍କ ଧର୍ମପତ୍ନୀ କହିଛନ୍ତି ଯେ, ଗତ ଜୁଲାଇରେ ତାଙ୍କ ଦେହ ଖରାପ ହୋଇଥିଲା ତା ପରଠାରୁ ସେ ଚାଲି ପାରୁନଥିଲେ ୱାକର ଧରି ଧରି ଚାଲୁଥିଲେ କିନ୍ତୁ ତାଙ୍କ ପତ୍ନୀ ସେତେବେଳେ ରାତି ଦିନ ଏକ କରି ସ୍ଵାମୀଙ୍କ ଦେହ କଥା ବୁଝିଛନ୍ତି ସେବା କରିଛନ୍ତି।
ଆଉ ଆଇସିୟୁରେ ଗଲା ପରେ ମଧ୍ୟ ଚକ୍ରଧର ଯେତେବେଳେ ଟିକେ କଥା ହୋଇ ପାରୁଥିଲେ ସେତେବେଳେ ସେ ଗୋଡ଼ ଦେଖେଇଥିଲେ ଆଉ ଯେମିତି କହୁଥିଲେ ଆଉଁସି ଦେବାକୁ ଟିକେ । ଆଉ ସେ କହିନଥିଲେ ମଧ୍ୟ ତାଙ୍କ ପତ୍ନୀ ବୁଝିପାରି ଆଉଁସି ଦେଇଥିଲେ ଟିକେ । ଆଉ ସେ ଶାଗ ଖାଇବାକୁ ଟିକେ ବେଶୀ ଭଲ ପାଆନ୍ତି । ଗାଁକୁ ଯାଆନ୍ତି ସେ ସେଠି ମଧ୍ୟ ପିଲାମାନେ ତାଙ୍କୁ ବହୁତ୍ ଭଲ ପାଆନ୍ତି । ଲୋକମାନେ ମଧ୍ୟ ବହୁତ୍ ଭଲ ପାଆନ୍ତି ।
ତାଙ୍କ ପତ୍ନୀ ଜଣେ ସ୍କୁଲ ହେଡ ମିଷ୍ଟ୍ରେସ ହେଇ ମଧ୍ୟ ଲୋକଙ୍କୁ ସେ ଏତେ ଚିହ୍ନି ନାହାଁନ୍ତି କିନ୍ତୁ ଚକ୍ରଧରଙ୍କ ପାଇଁ ପ୍ରାୟ ଲୋକ ପରିଚିତ ଥିଲେ । ତାଙ୍କ ସୁଃଖ ଦୁଃଖ ସବୁଥିରେ ତାଙ୍କ ସ୍ଵାମୀ ତାଙ୍କ ସହିତ ଥିଲେ । କିନ୍ତୁ ଏବେ ଜୀବନର ଅନୁଭୂତି ବାଣ୍ଟିବା ପାଇଁ ତାଙ୍କ ପାଖରେ ଏବେ ଆଉ ତାଙ୍କ ସାଥୀ ନାହାଁନ୍ତି ତେଣୁ ସେ ଏକୁଟିଆ ହୋଇଗଲେ ବୋଲି କହିଛନ୍ତି ଚକ୍ରଧରଙ୍କ ସ୍ତ୍ରୀ । ସେ ଚାଲିଗଲା ପରେ ତାଙ୍କ ପତ୍ନୀଙ୍କ କଣ ହେବ ବୋଲି ସେ ବିଷୟରେ କେବେ କଥା ହୋଇ ନାହାଁନ୍ତି କାରଣ ସେ ଏମିତି ହଠାତ୍ ଚାଲିଯିବେ ବୋଲି କେହି ଜାଣି ନଥିଲେ । ପତି ପତ୍ନୀଙ୍କ ସମ୍ପର୍କ ଗୋଟାଏ ଜନ୍ମର ନୁହେଁ ୭ ଜନ୍ମର ଚକ୍ରଧରଙ୍କ ପତ୍ନୀଙ୍କ ପାଇଁ ଏ ଜନ୍ମରେ ଆଉ ତାଙ୍କ ସ୍ଵାମୀଙ୍କ ସେଇ ଫିଗର୍ ମିଳିବ ନାହିଁ ଯାହାକୁ ସେ ଆଉଁସି ଦେବେ କି ଯତ୍ନ ଦେଇ ପାରିବେ ବୋଲି କହିଛନ୍ତି ସ୍ୱର୍ଗତ ଅଭିନେତା ଚକ୍ରଧରଙ୍କ ସ୍ତ୍ରୀ।