ସାମ୍ନାକୁ ଆସିଲା ରିୟଲ ମହାଲ ମାଣ୍ଡା
ଆରେ ବିନ୍ଧିବନି ହାତ ଗୋଡ଼ କମର ଷଣ୍ଢା । ଚିପି ଦେବେ ବାପା ଏ ମହାଲ ମାଣ୍ଡା। ଆଉ ଜଣେ କହୁଛନ୍ତି, ବାଃ ବାଃ! ଆଲୋ ..ଆଲୋ.. ଆଲୋ ..ଆଲୋ.. ଆରେ ଗାଈ ଖାଉ ନାହିଁ ତୋରାଣି କୁଣ୍ଡା। ଇଏ କହୁଛନ୍ତି ଖୋଇ ଦେଏରେ ବାପା,ଏ ମହାଲ ମାଣ୍ଡା। ଏଇ ଯେଉଁ ଡାଇଲଗଟା ମହାଲ ମାଣ୍ଡା ଏହାର ମାନେ କଣ ? ଆଉ ଆପଣ କାହିଁକି ଏଇଟା ପ୍ରେଜେଣ୍ଟ କଲେ ଲୋକଙ୍କୁ । ତାପରେ ଯେଉଁଟା ବାବା ଯେଉଁଟା ଲଗା ଯାଏ ଏଇଟା କେମିତି ଡାଇଲଗଟା ଆସିଲା ଏହାର ମାନେଟା କଣ। ଏକ୍ଚୁଆଲି ଡାଇଲଗଟା ମାନେ ହେଉଛି ମହାଲ ମାଣ୍ଡା । ମୋତେ ସମସ୍ତେ କୁହନ୍ତି ଏ ମହାଲ ମାଣ୍ଡା କଣ।
ମୁଁ ବିଶେଷ କରି ଗୋଟେ ଟ୍ରେଣ୍ଡ୍ କଣ୍ଟେଣ୍ଟକୁ ନେଇ କରେ। ମୁଁ ଏଇଟା ଗୋଟେ ଟ୍ରେଣ୍ଡ୍ କଣ୍ଟେଣ୍ଟକୁ ଦେଇଥିଲି। ଏଇ ବାବା ଯେଉଁ ରୂପା ଇଟା ଦେଇ ସବୁ ଫ୍ଲଟ୍ କରୁଥିଲେ ସେଇଟା ଗୋଟେ ନ୍ୟୁଜ୍ ଭାଇରାଲ୍ ହେଇଥିଲା ମଝିରେ। ଆଉ ଭୁତ ଧରେ ତାକୁ ନେଇ ମୁଁ ଫାଷ୍ଟ କଣ୍ଟେଣ୍ଟ କରିଥିଲି। ମୁଁ ଯେତେବେଳେ କଣ୍ଟେଣ୍ଟ ଲେଖିଲି ତା ଦେହରେ ପ୍ରେମ ସିକ୍ୱେନ୍ସ୍ ରହିଲା।
ପ୍ରେମ ଖବର ନେଇ ବାବାଙ୍କ ପାଖକୁ ଆସୁଛନ୍ତି ବାବା ସବୁ ସୋଲ୍ଭ କରୁଛନ୍ତି।ତ ତେଣୁ କରି ବାବା ହେଉଛି ପ୍ରେମିକ ସଭାପତି। ମହାଲ ମାନେ ହେଉଛି ମହାନ୍। ଆଉ ମାଣ୍ଡୁକୁ ଯଦି ପ୍ରେମିକା କହୁଛନ୍ତି ତାହାଲେ ମାଣ୍ଡାକୁ କଣ କୁହାଯିବ ପ୍ରେମିକ। ତାହାଲେ ପ୍ରେମିକ ମାନଙ୍କର ସମ୍ରାଟ୍ ମହାଲ୍ ମାଣ୍ଡା। ମାଣ୍ଡୁରୁ ମଣ୍ଡା କରିଛି। ଲକ୍ ଡାଉନର ଡାଇଲଗ୍ ଥିଲା ସେଇଟା, ‘ଏ ଇଲେକ୍ସନ୍ ଇଲେକ୍ସନ୍କହି ମେତେ ଜମା ଚମକେଇବ ନାଇଁ।
ଏ ମେଟର୍ କରିବ କାକା କଥା କହିବ। ଗଲ୍ ବଗଲ୍ ଯାଅ ଯାଅ ଯାଅ ନିଜ କାମରେ ଲାଗିଯାଅ। ବିହାରିକି କହିଦିଅ କାକା ମନା କଲା। ଇଲେକ୍ସନ୍ ଲଢ଼ିବ ହାଁ’। ତେବେ ଗିରିଜା କାକାଙ୍କର ବହୁତ୍ ଫ୍ୟାନ୍ସ୍ ଅଛନ୍ତି। ଆଉ ବୋଧ ହୁଏ ସମସ୍ତେ ଚାହୁଁ ଥିବେ କି ଆମେ ଗିରିଜା କାକାଙ୍କର ଗୋଟେ ଗାର୍ଲ୍ ଫ୍ରେଣ୍ଡ୍ ଦେଖୁ। ପ୍ରେମ ଏକ ପ୍ରକାର ଭଲ ଏକ ପ୍ରକାର ଖରାପ୍। ନାରୀ ପଛରେ ପଡ଼ିବା ବହୁତ୍ ଖରାପ୍।
ତ କର୍ମ କରି ଚାଲ। ଆଉ ପଛରେ ଯଦି ନାରୀ ପଡ଼ିଲେ ତାଙ୍କୁ ବୁଝାଅ। ମାନ୍ୟବର ଆପଣ ମାନେ ଧୈର୍ଯ୍ୟ ଧରନ୍ତୁ ଘର ଅଛି । ବାପା ମାଆଙ୍କ ସହିତ କଥା ହୁଅନ୍ତୁ। ବେଳେ ବେଳେ ଘରେ ବି ଗାଇଡ୍ କରନ୍ତି ମୋତେ ସେଇଟା ଖୁସି ଲାଗେ। କି ଯଦି ଖରାପ କୌଣସି ଶବ୍ଦ ପୁରେଇ ଦେଇଥିବେ କହିବେ ସେଇଟା ଭଲ ନୁହଁ ସେଇଟା ପୁରାନା। ବହୁତ୍ ସପୋର୍ଟ କରନ୍ତି, ଭଲ ଲାଗେ। ମୁଁ ମୋ ଅଭିନୟ ଦୁନିଆଁରେ ଠିକ୍ ଅଛି। ଅଭିନୟ କରିବି, ଲୋକ ଗୋଟେ ମୋତେ କମେଡିଆନ୍ ହିସାବରେ ଦେଖିଛନ୍ତି। ଆଉ ସେ କମେଡି ହିସାବରେ ଯେତେ ଯାହା ଭଲ ପ୍ରେରଣା ଦେଇ ପାରିବି,ଭଲ ଶିକ୍ଷା ଦେଇ ପାରିବି ମୁଁ ସେଇଟା ହିଁ ଚିନ୍ତା କରିବି ଆଉ କିଛି ନୁହଁ। କାକା ନାଁଟା ଓଡ଼ିଶା ବାସୀଙ୍କର ମୋ ପାଇଁ ଗୋଟେ ଆଶୀର୍ବାଦ। ସେଇଟା ତ ଜୀବନରେ କେବେ ଚେଞ୍ଜ ହବନି। ସେଇଟା ନେଇକି ମୁଁ ଉପରକୁ ଯିବି।