ଓଡ଼ିଶାରେ ପର ପୁରୁଷ ସହିତ ଶୋଇ ସ୍ତ୍ରୀ ରିଲ ବନାଉଛି, ସେପଟେ କର୍ଣ୍ଣାଟକ ଯାଇଥିବା ସ୍ୱାମୀ ସ୍ତ୍ରୀ ପାଇଁ କାନ୍ଦୁଛି।
ଓଡ଼ିଶାରେ ପର ପୁରୁଷ ସହିତ ଶୋଇ ସ୍ତ୍ରୀ ରିଲ ବନାଉଛି,ଆଉ ସେପଟେ କର୍ଣ୍ଣାଟକରେ ସ୍ୱାମୀ କାନ୍ଦୁଛି। ନିଖୋଜ ହେଲା ପରେ ପୁଅ ଆଉ ସ୍ତ୍ରୀ ସ୍ୱାମୀ କହୁଥିଲା ମୋର ବିଶ୍ୱାସ ଅଛି ମୋ ସ୍ତ୍ରୀ ମୋତେ ବହୁତ ଭଲ ପାଉଛି ସେ ଘରକୁ ଫେରି ଆସିବ। ହେଲେ ଆଜି ଅନ୍ୟ ପୁରୁଷ ସହ ସ୍ତ୍ରୀର ଗୋଟିଏ ଶେଯରେ ଶୋଇ ରିଲ କରୁଥିବାରୁ ଦେଖିଛି କର୍ଣ୍ଣାଟକରେ ଥିବା ସ୍ୱାମୀ। ଆଉ ଶଶୁରକୁ ଫୋନ କରି କହିଛି ସ୍ୱାମୀ ମୋତେ ଆଉ ସ୍ତ୍ରୀ ଦରକାର ନାହିଁ। ମୋ ପୁଅକୁ ଫେରାଇ ଆଣ।
ଆଉ ଶଶୁର ଆସି ଏବେ ଓଡ଼ିଶାରେ ପହଞ୍ଚିଛନ୍ତି। କର୍ଣ୍ଣାଟକର ବିଜେପୁର ଖୁଣ୍ଡୁଆନ ଗାଁର ସୁନିତା ସିଂ ଦେ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ୧୦ ବର୍ଷର ଗୋଟିଏ ପୁଅ ସନ୍ତାନ ଆଉ ୫ ବର୍ଷର ଏକ କନ୍ୟା ମଧ୍ୟ ଅଛି।କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୋଳି ହୋଇଥିଲା। ଯାହା ଫଳରେ ସୁନିତା ବାପ ଘରକୁ ଆସିଥିଲେ। ଆଉ ସୁନିତାଙ୍କ ବାପା ସିରିଡିସାଇଙ୍କର ବଡ଼ ଭକ୍ତ ଆଉ ସେ ଗାଡି ଧରି ସିରିଡିବାବାଙ୍କର ମହିମା ପ୍ରଚାର କରନ୍ତି।
ଆଉ ସେଇଥିରେ ଝିଅକୁ ମଧ୍ୟ ଧରି ବୁଲୁଥିଲେ। ଦିନେ ବାପା କର୍ଣ୍ଣାଟକରୁ ଓଡିଶାକୁ ଆସିଥିଲେ ସିରିଡିବାବାଙ୍କର ମହିମା ପ୍ରଚାର କରିବା ପାଇଁ। ଆଉ ଝିଅ ବି ଆସିଥିଲା। ଆଉ ସେଇ ଝିଅକୁ ଓଡ଼ିଶାରେ ଅଜଣା ପୁଅ ପ୍ରେମ କରି ଫସାଇ ଦେଲା। ଆଉ ଝିଅ କୁଆଡେ ଗଲା ବୋଲି ବାପା ମଧ୍ୟ ଦୁଇ ବର୍ଷ ତଳେ ଭଦ୍ରକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଝିଅ ମିଳିନଥିଲା।
ହେଲେ ଏବେ କିଛି ମାସ ହେଲା ସୁନିତା ଓ ଅପରିଚିତ ଯୁବକ ଜଣଙ୍କର ଭିଡିଓ ଦେଖିଥିଲେ। ଯାହାକି ଗୋଟିଏ ଶେଯରେ ସ୍ୱାମୀ ସ୍ତ୍ରୀ ପରି ଶୋଇ ହିନ୍ଦୀ ଗୀତରେ ରିଲ ବନାଇଥିଲେ। ଏହାକୁ ସ୍ୱାମୀ ଦେଖିବା ପରେ କର୍ଣ୍ଣାଟକରେ ଥାଇ ରାଗି ଯାଇଥିଲା। ଆଉ ସୁନିତାଙ୍କ ବାପାଙ୍କୁ କହିଥିଲେ ଏଭଳି ସ୍ତ୍ରୀ ମୋତେ ଆଉ ଦରକାର ନାହିଁ। ମୋତେ ମୋ ପୁଅକୁ ଫେରାଇ ଆଣ। ଯେଉଁ ପୁଅକୁ ଧରି ଫେରାର ହୋଇଯାଇଛି ସ୍ତ୍ରୀ।ବାପା ଶେଷରେ ଏବେ ଓଡିଶା ଆସି ପଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଉ କହିଛନ୍ତି ମୁଁ ବିବାହିତ ଝିଅ ସହିତ ୧୦ ବର୍ଷର ନାତିକୁ ପଟାମୁଣ୍ଡାଇ ଅଞ୍ଚଳର ମାଟିଆ ଗାଁର କୁନା ଦାସ ନେଇଯାଇଛି। ମୋତେ ମୋ ନାତିକୁ ଫେରାଇ ଦିଅ।