“ଡ୍ୟାନ୍ସ ଶିଖିବା ସମୟରେ କିସ କରିଥିଲେ । ତାପରେ ଆମେ ୫ ବର୍ଷ ଲିଭ ଇନରେ ରହିଥିଲୁ” :ଖୁସି ।

ପ୍ରେମ ସବୁବେଳେ ଶାଶ୍ୱତ । ପ୍ରେମର ଅନୁଭବ ମଧ୍ୟ ବେଶ୍‌ ନିଆରା । ଯେଉଁ ବ୍ୟକ୍ତି ପ୍ରେମରେ ପଡ଼ିଥାଏ, ସେ ଜୀବନର ସବୁ ମୁହୂର୍ତ୍ତଗୁଡ଼ିକୁ ପ୍ରେମମୟ କରିବାକୁ ଚାହିଁଥାଏ । ଆଜ୍ଞା ହଁ ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରେମ ତୋ ସମସ୍ତେ କରନ୍ତି । ଆଉ ବାହା ହେବାର ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି କିନ୍ତୁ ଉଦାହରଣ କିଏ ସୃଷ୍ଟି କରିଛି । କିଏ ଅଧା ବାଟରୁ ହାତ ଛଡ଼ାଇ ପଳାଏ କିମ୍ଵା ତାର ପ୍ରତିଶ୍ରୁତି ଭୁଲିଯାଏ । କିନ୍ତୁ ଏଠାରେ ବାରମ୍ବାର ସେଇ ଉଦାହରଣ ଦେଇ ହେବନି ଯେ ସ୍ଵାମୀ ଟିଏ ହିଁ ସ୍ତ୍ରୀର ଜୀବନ ବଞ୍ଚାଇଦେଲା ।

କିନ୍ତୁ ସେଇ ପ୍ରୋମିଜ୍ ଯେଉଁଟା କି ବେଦୀରେ ଦୁହେଁ ଦୁହିଁଙ୍କୁ ପ୍ରତିଜ୍ଞା କରିଥିଲେ ଯେ ଦୁଇଜଣ ସବୁ ପରିସ୍ଥିତିରେ ସାଙ୍ଗରେ ରହିବା ବୋଧହୁଏ ସେଇ ପ୍ରତିଜ୍ଞାକୁ ସ୍ଵାମୀ ଭୁଲି ନଥିଲେ ଆଉ ନାହିଁ ସ୍ତ୍ରୀ ଭୁଲି ନଥିଲେ ।ବର୍ତ୍ତମାନ୍ ଭାଲେଣ୍ଟାଉନ୍ ୱିକ ଅବସରରେ ଅର୍ଜୁନ ଓ ଖୁସିଙ୍କ ସହିତ ଏକ ସାକ୍ଷାତକାର କରାଯାଇଥିଲା । ତେବେ ଦୁହିଁଙ୍କ ଯୋଡ଼ିକୁ ଲୋକେ ବହୁତ୍ ସାରା ଭଲପାଇବା ଦେଉଛନ୍ତି । ତେବେ ହସ୍ପିଟାଲରୁ ଆସିବା ପରେ ସମସ୍ତେ କହୁଥିଲେ ଖୁସିଙ୍କୁ ଯେ ସେ କଳା ପଡ଼ିଗଲେଣି କିନ୍ତୁ ଏବେ ସେ ପୂରା ଠିକ୍ ହୋଇଗଲେଣି ।

ଆଉ ଖୁସି କହିଛନ୍ତି ଯେ ତାଙ୍କର ଏବେ ମଧ୍ୟ ହାର୍ଟ ମେଡିସିନ ଚାଲିଛି ତେଣୁ ସେ କୌଣସି ଡର୍ମାଟୋଲୋଜିସ୍ଟକୁ ଦେଖାଇ ନାହାଁନ୍ତି । ଧୀରେ ଧୀରେ ପରିବର୍ତ୍ତନ ହେଉଛନ୍ତି ସବୁ ଅର୍ଜୁନଙ୍କ ଲଭ୍ ଆଉ ବ୍ଲେସିଙ୍ଗର କମାଲ । ଆଉ ଅର୍ଜ୍ଜୁନଙ୍କ ମୁହଁରୁ ଖୁସି ରେ ହଁସ ବନ୍ଦ ହେଉନଥିଲା ଆଉ ଅର୍ଜୁନ କହିଥିଲେ ଯେ ଏବେ ସେ ମନ ଖୋଲିକି ହଁସୁଛନ୍ତି । ଏବେ ତାଙ୍କ ପତ୍ନୀ ଖୁସିରେ ଅଛନ୍ତି ସେ ମଧ୍ୟ ଖୁସିରେ ଅଛନ୍ତି ।

କପଲ୍ ମାନଙ୍କ ଉଦ୍ଦେଶ୍ୟରେ ଅର୍ଜୁନ କହିଛନ୍ତି ଯେ, ସେ କେବଳ ଏତିକି କହିବେ ଭଲ ଯଦି ପାଉଛ ତାହେଲେ ସବୁବେଳେ ସାଙ୍ଗରେ ରୁହ ହାତ ଛାଡ଼ି ଯାଅନି ଟାଇମ୍ ପାସ୍ କରନି । ତେବେ ଅର୍ଜୁନ କହିଛନ୍ତି ରୋଜ୍ ଡେ’, ଚକୋଲେଟ୍ ଡେ’ ଯେତିକି ପରନ୍ତି ସେତିକି କରନ୍ତି ବେଶୀ ହାଇଫାଇ ନାଇଁ । ତେବେ ଖୁସି ନିଜ ଲଭ୍ ଷ୍ଟୋରି ବିଷୟରେ କହିଥିଲେ ଯେ ଅର୍ଜୁନ ତାଙ୍କୁ ପ୍ରପୋଜ୍ କରିବା ଆଗରୁ ହିଁ କିସ୍ କରିଥିଲେ । ଗୋଟେ ଆଲବମ୍ ପାଇଁ ଡ୍ୟାନ୍ସ ଶିଖିବା ସମୟରେ କିସ କରିଥିଲେ । ତାପରେ ସେହିଦିନ ତାଙ୍କୁ ବିବାହ ପାଇଁ ମଧ୍ୟ ପ୍ରପୋଜ୍ କରିଥିଲେ । ତାପରେ ଦୁହେଁ ୫ ବର୍ଷ ଲିଭ ଇନରେ ରହିଥିଲେ ଆଉ ମ୍ୟାରେଜ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top