ଦିନକ ଆଗରୁ ଆମ ଭିତରେ ଝଗଡା ହୋଇଥିଲା… ସେଥିପାଇଁ ରୋଜ୍ ଡେ’ରେ ଗୋଲାପ ଆଣିଲିନି ।

ବନ୍ଧୁଗଣ ଫେବୃଆରୀ ମାସ ଯେତେବେଳେ ଆସେ ସେବେ କପଲ୍ ମାନେ ଟିକେ ବେଶୀ ଉତ୍ସାହିତ ଥାଆନ୍ତି କାହିଁକି ନା ପ୍ରେମ ଦିବସ ଆରମ୍ଭ ହୁଏ । ତେବେ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ ୱିକ୍ । ଆଉ ଆମେ ଯେତେବେଳେ କପଲ୍ ମାନଙ୍କ କଥା କୁହନ୍ତି ସେତେବେଳେ ସେମାନେ ଚାହିଁ ରହିଥାନ୍ତି ବର୍ଷର ଏହି ସମୟକୁ । ଫେବୃଆରୀ ମାସର ୭ ତାରଖ ରୋଜ ଡେ’ରୁ ଆରମ୍ଭ ହୁଏ ଲଭର୍ସ ମାନଙ୍କ ଡେ’ । କପଲ୍ ମାନେ ରୋଜ ଡେ’ ରେ ଉଭୟ ଉଭୟଙ୍କୁ ଗୋଲାପ ଫୁଲ ଦେଇଥାନ୍ତି । ଆଜ୍ଞା ହଁ ଗୋଲାପ ଦିବସ ଅର୍ଥାତ୍ ରୋଜ୍‌ ଡେ’ରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ ।

ଲାଲ୍‌ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ତେବେ ଏହି ରୋଜ ଡେ’ରେ ଜଣେ କପଲ୍ ଙ୍କ ସହିତ ସାକ୍ଷାତକାର ସମୟରେ ତାଙ୍କ ଷ୍ଟୋରି କଣ ଜାଣିବା । ସେ କିଭଳି ପ୍ରେମରେ ପଡ଼ିଲେ ଏବଂ ପ୍ରେମ ସପ୍ତାହରେ କଣ କଣ କରୁଛନ୍ତି ଜାଣିବା । ତେବେ ଯେଉଁ କପଲ୍ ନିଜ ଷ୍ଟୋରି କହିଛନ୍ତି ସେମାନେ ହେଲେ ମିଷ୍ଟର ବଭୁ ଆଉ ମିସ୍ ଅଲିଭା । ଦୁହେଁ ହେଉଛନ୍ତି ବୟଫ୍ରେଣ୍ଡ୍ ଆଉ ଗାର୍ଲ୍ଫ୍ରେଣ୍ଡ୍ । ତେବେ ପୁଅ ଜଣଙ୍କ କହିଛନ୍ତି ଯେ ରୋଜ ଡେ’ରେ ସେମିତି କିଛି ପ୍ଲାନ୍ ନଥିଲା ଦେଖା କରିବାର କାରଣ ଗୋଟେ ଦିନ ଆଗରୁ ଦୁହିଁଙ୍କର ଝଗଡ଼ା ହୋଇଥିଲା।

https://youtu.be/6YKl82jCflY?si=dteLOQBPllYKPbmp

ତେଣୁ ଦୁଇଜଣ ମ୍ୟୁଚୁଆଲ୍ କରିବାକୁ ଏକାଠି ହେଇଛନ୍ତି । ଯେହେତୁ ଝଗଡ଼ା ହେଇଥିଲା ରାଗିକି ଆସିଥିଲେ ସେଥିପାଇଁ ସେ ତାଙ୍କ ଗାର୍ଲ୍ଫ୍ରେଣ୍ଡ୍ ପାଇଁ ଗୋଲାପ ଫୁଲ ନେଇ ଆସିନଥିଲେ । ତେଣୁ ପାର୍କ ଭିତରୁ ଗୋଟେ ଗୋଲାପି ରଙ୍ଗର ଫୁଲ କାମ ଚଳାଇବା ପାଇଁ ଦେଇଥିଲେ ନିଜ ପ୍ରେମିକାକୁ । ତେବେ ଦୁହିଁଙ୍କର କିପରି ପ୍ରେମ ଆରମ୍ଭ ହୋଇଥିଲା ବୋଲି ପ୍ରଶ୍ନରେ ଯୁବତୀ ଜଣକ କହିଛନ୍ତି ଯେ ତାଙ୍କ ବେଷ୍ଟଫ୍ରେଣ୍ଡ୍ ଙ୍କ ସେ ଜଣେ ସାଙ୍ଗ ଥିଲେ । ଆଉ ଥରେ ସେ ତାଙ୍କ କଲେଜ୍ ପାଖକୁ ଆସିଥିଲେ ।

ସେଇଠି ପ୍ରଥମ ଦେଖାରେ ହିଁ ସେ ତାଙ୍କ କ୍ରସ ହେଇ ଯାଇଥିଲେ । ତାପରେ ସେଇଠି ଦେଖା ହୋଇ କଥା ହେଇଥିଲେ ପରେ ଇନ୍ଷ୍ଟାଗ୍ରାମରେ ପୁଅ ଜଣକ ଫଲୋ କଲେ ସେଇଠୁ ଧୀରେ ଧୀରେ ସମ୍ପର୍କ ଆଗକୁ ବଢ଼ିଥିଲା । ଦୁହିଁଙ୍କ ରିଲେସନସିପ୍ କୁ ୧ବର୍ଷ ପାଖାପାଖି ହେଇଯିବ କିନ୍ତୁ ଏପର୍ଯ୍ୟନ୍ତ କେହି କାହାରିକୁ ପ୍ରପୋଜ୍ କରି ନାହାଁନ୍ତି । ହେଲେ ଆଗକୁ ପ୍ରାପୋଜ ଡେ’ ଆସୁଛି ସେହିଦିନ ପ୍ରପୋଜ୍ କରିବେ ବୋଲି କହିଥିଲେ ଯୁବକ ଜଣକ । ତେବେ ରୋଜ ଡେ’ରେ ଯୁବକ ଜଣକ ରୋଜ ଆଣିଥିଲେ ଆଉ କହିଥିଲେ ଯେ ସେ ଯଦି ଆଣିନାହାଁନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ୍ ମଧ୍ୟ ରୋଜ ନ ଆଣିକି ଖାଲି ନିଜେ ରୋଜ ହେଇକି ପଳେଇ ଆସିଛି ।

Leave a Reply

Your email address will not be published. Required fields are marked *