ଓଡ଼ିଶାରେ ପହଞ୍ଚି ଓଡିଶା ପାଇଁ ବଡ଼ ଘୋଷଣା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀ କହିଛନ୍ତି ଓଡିଶାକୁ ଆସି ମୋତେ ବହୁତ ଖୁସି ଲାଗୁଛି। ଓଡିଶାବାସୀ ମାନେ ମୋତେ ଏତେ ଭଲ ପାଉଛନ୍ତି ସମ୍ମାନ ଦେଉଛନ୍ତି ଆଉ ମୋତେ ଏତେ ପ୍ରେମରେ ସ୍ୱାଗତ କରିଛନ୍ତି ତ ମୋତେ ବହୁତ ଭଲ ଲାଗୁଛି। ଆଜିକାଲି ଦୁନିଆରେ ଯେଉଁଠି ହିଂସା ରାଗ ଚାଲିଛି ସେଇଠି ଆପଣ ମାନେ ଭଲପାଇବାର ଦୁକାନ ଖୋଲିଛନ୍ତି।

ଦୁଇ ମିନିଟରେ ମୁଁ ଯାତ୍ରା ବିଷୟରେ ସବୁକିଛି କହିଥିବି। ତେବେ ଆସନ୍ତୁ ଜାଣିନେବା କଣ ଥିଲା ରାହୁଲ ଗାନ୍ଧୀଙ୍କ ଯାତ୍ରା।ପୂର୍ବରୁ ଯାତ୍ରା ମୁଁ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ କରିଥିଲି। ୪ ହଜାର କିଲୋମିଟରର ଯାତ୍ରା ପାଦରେ କରିଥିଲି ତ ମୋର ଲକ୍ଷ୍ୟ ଥିଲା କି କନ୍ୟାକୁମାରୀ ରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିବି ଆଉ ପୁରା ଦେଶରେ ଯେଉଁ ରାଗ କ୍ରୋଧର ମାହଲ ଅଛି ତା ବିରୋଧରେ ମୁଁ ଯାତ୍ରା କରିବି। ଆଉ ତାହା ବହୁତ ସଫଳ ଯାତ୍ରା ହୋଇଥିଲା। ଲକ୍ଷ ଲକ୍ଷ ଲୋକ ଆମ ସହିତ ଜଡ଼ିତ ହେଲେ। କିନ୍ତୁ ସେହି ଯାତ୍ରାରେ ଆମକୁ ଅନ୍ୟ ଦେଶର ଲୋକେ ସାକ୍ଷତ ହେଲେ। ଝାଡ଼ଖଣ୍ଡର ଲୋକଙ୍କ ସହିତ ସାକ୍ଷତ ହେଲା। ଓଡିଶାର ଲୋକଙ୍କ ସହିତ ସାକ୍ଷତ ହେଲା ୱେଷ୍ଟବେଙ୍ଗଲର ଲୋକଙ୍କ ସହ ସାକ୍ଷତ ହେଲା।

ଆଉ କହିଲେ ଆପଣ କନ୍ୟାକୁମାରୀ କାଶ୍ମୀର ଷ୍ଟେଟରେ ଯାତ୍ରା କଲେ କିନ୍ତୁ ଆମ ଷ୍ଟେଟରେ କ’ଣ ହେବ। ଆମର ବି ଷ୍ଟେଟରେ ଲୋକମାନେ କ୍ରୋଧ ବଢ଼ାଉଛନ୍ତି। ଆମର ବି ଷ୍ଟେଟରେ ଲୋକମାନେ ଆଦିବାସୀ ମାନଙ୍କ ଜମି ଛଡାଇ ନେଉଛନ୍ତି ଆମର ବି ଷ୍ଟେଟରେ ଲୋକମାନେ ଅନ୍ୟାୟ କରୁଛନ୍ତି। ସେଥିପାଇଁ ଆପଣଙ୍କୁ ବି ଆମ ଷ୍ଟେଟକୁ ଯିବା ଉଚିତ।

ସେଥିପାଇଁ ଏହି ବର୍ଷ ଆମେ ମଣିପୁର ଠାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଯାତ୍ରା କରିଥିଲୁ। ମୁଁ ଚାହୁଁଥିଲି କି ପାଦରେ ଯାତ୍ରା କରିବା ପାଇଁ କିନ୍ତୁ ନିର୍ବାଚନର ସମୟ ଅଟେ ତ ସେଥିପାଇଁ ପାର୍ଟି ନିଷ୍ପତ୍ତି ନେଲା କି ଅଳ୍ପ ଆମେ ପାଦରେ ଚାଲିବୁ କିନ୍ତୁ ଏହା ପରେ ଏହି ଯାତ୍ରା ବସରେ ହେବ। ତ ଆଜି ମୁଁ ଆପଣଙ୍କ ସାମ୍ନାରେ ଉପସ୍ଥିତ ଅଛି।

ଏହି ଯାତ୍ରାର ମଧ୍ୟ ସେହି ଲକ୍ଷ୍ୟ ଅଛି ଭାରତକୁ ଯୋଡିବାର ଲକ୍ଷ୍ୟ। ଆଉ ଯେଉଁ ୫ ଟି ଅଲଗା ଅଲଗା ପ୍ରକାରର ଅନ୍ୟାୟ ହିନ୍ଦୁସ୍ତାନର ଗରିବ ଲୋକଙ୍କ ବିରୋଧରେ କରୁଛନ୍ତି। ଆର୍ଥିକ ଅନ୍ୟାୟ ବେରିଜଗାରୀ ଅନ୍ୟାୟ ମେହେଙ୍ଗାୟି Public sector unitକୁ ବନ୍ଦ କରିବା ପ୍ରାଇଭେଟାଇଜେସନ ସାମାଜିକ ଅନ୍ୟାୟ ଯେଉଁ ଆଦିବାସୀ ଲୋକଙ୍କ ସହିତ ଗରିବଙ୍କ ସହିତ ଅନ୍ୟାୟ କରାଯାଉଛି ମହିଳାଙ୍କ ସହିତ ଅନ୍ୟାୟ କରାଯାଉଛି କୃଷକଙ୍କ ସହିତ ଅନ୍ୟାୟ ଆଉ ଯେଉଁ ଆମର ଶ୍ରମିକ ଅଛନ୍ତି ସେମାନଙ୍କ ସହିତ ଯେଉଁ ଅନ୍ୟାୟ କରାଯାଉଛି ଏହା ବିରୋଧରେ ବି ଏହି ଯାତ୍ରା ଆରମ୍ଭ କରିଛୁ। ଭାରତ ଯୋଡନ୍ତୁ ନ୍ୟାୟ ଯାତ୍ରାର ଗୋଟେ ଶବ୍ଦ ଯୋଡି ଦେଇଛୁ।

ମୋର ଲକ୍ଷ୍ୟ ହେଉଛି ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଓଡ଼ିଶାରେ ଥିବି। ସନ୍ଧ୍ୟାରେ ମୋର ମାତ୍ର ୧୫ ମିନିଟର ଭାଷଣ ହୁଏ। ୭ ରୁ ୮ ଘଣ୍ଟା ମୁଁ ଓଡ଼ିଶାର ଜନତାଙ୍କ କଥା ଶୁଣିବାକୁ ଆସିବି। ଯିଏ ବି ମୋ ସହିତ କଥା ହେବାକୁ ଚାହିଁବ ବହୁତ ଲୋକ ଅଛନ୍ତି ସମସ୍ୟା ରଖନ୍ତି କୃଷକ ଆସନ୍ତି ଶ୍ରମିକ ଆସନ୍ତି ଆଦିବାସୀ ଲୋକମାନେ ଆସନ୍ତି କାହାର ଲୋକାଲ ଇସୁ ଥାଏ ଯେମିତି ଆଜି ସକାଳୁ ଆମେ ଆସୁଥିଲୁ କାହାର ଜମିର ମାମଲା ଥିଲା ସରକାର ତାଙ୍କର ଜମି ଛଡେଇ ନେଇଥିଲା ତ ସେଠାରେ ଆମେ ସେହି ମାମଲାକୁ ଠିକ କରି ଦେଇ ଆସିଲୁ।

ତେବେ ଆମର ପ୍ରଶ୍ନ ଏହା ଅଟେ କି ଆପଣ ଯାହାବି କହିବାକୁ ଚାହୁଁଛନ୍ତି ଆପଣଙ୍କ ମନରେ ଯାହା ବି କିଛି ଦୁଃଖ ଅଛି ତାହା ମୋତେ କୁହ। ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ମୁଁ ରହିବି ଆପଣଙ୍କ କଥା ଶୁଣିବି। ବହୁତ ଲୋକ ଆମର କଂଗ୍ରେସ ଲୋକ ଅନ୍ୟ ଲୋକମାନେ ଆମର ସେଲ୍ଫି ନେବାକୁ ଚାହୁଁଛନ୍ତି ତ ତାହା ବି ହୋଇଯିବ। ଏମିତି କିଛି କଥା କହି ରାହୁଲ ଗାନ୍ଧୀ ଆମ ଓଡ଼ିଶା ବାସୀଙ୍କୁ ଆଶ୍ୱସନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *