କାରଖାନା ଭାଉଜଙ୍କ ପ୍ରେମ କାହାଣୀ, ୧୩ ବର୍ଷ ହେଇଗଲା ଆମେ ସାଙ୍ଗରେ ଅଛୁ…
ୟାଠୁ ଦୁଃଖର କଥା ତ ଆଉ କିଛି ନାହିଁ। ଯେ ସମାଜରେ ଗୋଟେ ନାରୀର ଚରିତ୍ରକୁ ସଂହାର କରିବା । ସେଇ ପ୍ରେସ୍ ମିଡ଼ିଆକୁ ମୁଁ କହୁଛି କି ଯେ ସେମାନେ କଣ ଭାବି କି ଏଇଟାକୁ ପବ୍ଲିଶ କରିଥିଲେ। ଲୋକ ମାନଙ୍କ ପାଖରେ ଆମ ସମାଜରେ କଣ ଭଲ ମେସେଜ ଯିବ ନା ଖରାପ ମେସେଜ ଯିବ। ଯେଉଁମାନେ ଆମ ପାଇଁ କାମ ହେଉଛନ୍ତି, ଆମ ଦ୍ୱାରା ଉପକୃତ ହେଉଛନ୍ତି ସେମାନେ କଣ ଭାବିବେ। ଯେଉଁ ଲେଡିଜମାନେ ଆମ ସହିତ ଯୋଡ଼ି ହେଇଛନ୍ତି ସେମାନଙ୍କ ଫ୍ୟାମିଲି ଆଉ ସେମାନଙ୍କୁ ଆଲାଓ କରିବ ତ। ମୁଁ ଆସିଥିଲି ସେଦିନ ଆପଣ ନଥିଲେ। ଆଉ ବାକି ଦିନରେ ତ ଅଫିସ୍ ଥାଏ। ଆଉ ମୁଁ ଅଫିସ୍ ଛାଡ଼ି ଆସି ପାରିଲିନି।
ମୁଁ ଲକି କି ସେ ମୋତେ ସପୋର୍ଟ କରୁଛନ୍ତି।୧୩ ବର୍ଷ ହେଇଗଲା ଆମେ ସାଙ୍ଗରେ ଅଛୁ ଗାର୍ଲ୍ ଫ୍ରେଣ୍ଡ୍- ବୟ ଫ୍ରେଣ୍ଡ୍ ହିସାବରେ। ଏବଂ ବାହାଘରକୁ ଏବେ ଚାରି ବର୍ଷ ହେଇଯିବ। ସେବେଠାରୁ ମୁଁ ତାଙ୍କୁ ଜାଣିଛି। ଆଉ ସେଥିପାଇଁ ମୁଁ ତାଙ୍କୁ ପସନ୍ଦ କଲି କି ମୁଁ ତାଙ୍କୁ ବାହା ହେବି ବୋଲି। ସେ ମୋର ପ୍ରତ୍ୟେକ କାମକୁ ସପୋର୍ଟ କରନ୍ତି। କାହାର ଡ୍ରେସିଂ ସେନ୍ସ ଦେଖିକି କାହାକୁ ଜଜ୍ କରିବା ସେଇଟା ତାଙ୍କର ନେଚର୍ ନୁହଁ। ଘରର ମହିଳା ଯେତେବେଳେ ବାହାରକୁ ଯାଆନ୍ତି କିଛି ଗୋଟେ କାମ କରିବା ପାଇଁ ସେ କର୍ପୋରେଟ ଯବ ହଉ କି ସଙ୍ଘର୍ଷ ହଉ କିଛି ବି କରିବା ପାଇଁ ଯାଆନ୍ତି ସେତେବେଳେ ମନରେ ଗୋଟେ ଡର ଥାଏ ଲୋକ କଣ କହିବେ।
ଆପଣ ଯେତେବେଳେ ଛାଡ଼ିଲେ ଦୁଇ ବିବାହିତ ମହିଳାଙ୍କୁ ଘରୁ ଛାଡ଼ିଲେ ଆପଣଙ୍କୁ ଡର ଥିଲା କି ଯେ କଣ ହବ କଣ ନାଇଁ ଲୋକ କଣ କହିବେ। କେମିତି ବ୍ୟବସାୟ ଚାଲିବ କି ଲୋକ ପୁଣି କହିବେ କି ସ୍ତ୍ରୀଲୋକଙ୍କୁ କାହିଁକି ବାହାରକୁ ଛାଡ଼ୁଛନ୍ତି। ମୁଁ କେବେ ଭାବି ନଥିଲି କି ଲୋକ କଣ କହିବେ। ମୁଁ ଭାବିଥିଲି କି ଏମାନେ କେମିତି ମ୍ୟାନେଜ୍ କରିବେ। ହଠାତ୍ ମୁଁ ଦେଖିଛି ସେଠି ଲୋକ ଏକାଥରକେ ମାଡ଼ି ଆସନ୍ତି। ତ ସେମାନେ କେମିତି ମ୍ୟାନେଜ୍ କରିବେ ସେଇ ଜିନିଷ ପାଇଁ ପାନିକ୍ ଥିଲି ।
କିନ୍ତୁ ଲୋକ କଣ କହିବେ ସେଥିରେ ମୋର କିଛି ମତଲବ୍ ନାହିଁ। ନାଁ ଆମ ଭିତରେ କିଛି ଦିଷ୍ଟର୍ବମାନ୍ସ୍ ଆସିବନି । କାରଣ ଆମେ ପରସ୍ପର ପରସ୍ପରକୁ ସପୋର୍ଟ କରୁ। ଖରାପ ସମୟରେ ଆମେ ରହିବୁନି ତ କିଏ ରହିବ। ଏଇ ଯେଉଁ ଛୋଟ ଛୋଟ ଅସରପା ଚାନେଲ୍ ସବୁ ଅଛନ୍ତି ଯେଉଁ ରୋଷ୍ଟ କରୁଛନ୍ତି, ସେମାନେ ଚାଲୁ ରଖନ୍ତୁ। ତାଙ୍କର ଭିୟୁ କମାନ୍ତୁ, ତାଙ୍କର ପଇସା କମାନ୍ତୁ। ଆଶା କରେ କି ସେମାନେ ସେଇ ଲିମିଟ କ୍ରସ୍ ନ କରନ୍ତୁ। ନ ହେଲେ ଆମେ ବି ଜାଣିଛୁ ଉପଯୁକ୍ତ ପଦକ୍ଷେପ କେମିତି ନିଆଯାଏ। ଆମେ ତ କାହାରି କିଛି କ୍ଷତି କରିନୁ ନା କାହିଁକି ଆମ ବିରୁଦ୍ଧରେ ଅପପ୍ରଚାର କରାଯାଉଛି। ଆମର ମୂଳ ଲକ୍ଷ୍ୟ ହେଲା କାରଖାନା ଖୋଲିବା। ଯେଉଁଟାକି ଫିଫ୍ଟି ପର୍ସେଣ୍ଟ ସକ୍ସେସ ହେଇ ସାରିଲାଣି। ଏବଂ ଆଶା କରେ କି ଆଗକୁ ବି ଚାଲିବ। ଏବଂ ଜଲଦି ଖୋଲିବୁ କାରଖାନା।
ଯଦି ଆପଣ ଶୁଣି ଥିବେ କି ଆପଣ ମାନଙ୍କର ପଡ଼ୋଶୀ ମାନେ କହିଲେ କି ଆପଣ ଦୁଇ ଜଣ ବାଘୁଣୀ ହେବେ। ଆଉ କାରଖାନା ହେବ ଜଙ୍ଗଲର ରାଜା।ପଡ଼ୋଶୀ କମ୍ ଭାଈ ମୋର ସେ ସବୁବେଳେ ସପୋର୍ଟ କରନ୍ତି। ସେ ଆମକୁ ଏମିତି ମୋଟିଭେଟ୍ କରନ୍ତି। ହଁ ସତରେ କାରଖାନା ଆସିବ ମାର୍କେଟକୁ। ନିହାତି ଭାବରେ ଆଶା କରୁଛି ଆପଣମାନେ ଆହୁରି ଭଲ ପାଇବା ଦେବେ। ଆଉ କାରଖାନାକୁ ଆମେ ପୁଣିଥରେ ଫେରି ପାଇବା। ଆଉ ପୁଣିଥରେ ସେ ଭିଡ଼ ଦେଖିବାକୁ ମିଳିବ। ଆଉ ପୁଣିଥରେ ସେଇ ଦୁଇ ଭଉଣୀଙ୍କୁ ଦେଖିବାକୁ ମିଳିବ। ଯିଏକି ବାର୍ତ୍ତା ଦେଉଥିଲେ ସମାଜକୁ କି ଆମେ ଦୁଇ ଯାଆ ନୁହେଁ ଆମେ ହେଉଛୁ ଦୁଇ ଭଉଣୀ। ଆଉ ଏମିତି ଆମ ଭଳି ସମସ୍ତେ ଚଳିବା ଦରକାର। ଆଉ ସମାଜକୁ ବାର୍ତ୍ତା ଦେଲା ଭଳି ସେଇ କାରଖାନାକୁ ଆମେ ପୁଣିଥରେ ଫେରି ପାଇବା।