ଇଏ କେମିତି ସମ୍ଭବ ? ମୃ-ତ୍ୟୁ ପରେ ଯୁବକ ପାଲଟିଗଲେ ଝିଅ ! ଏହାକୁ ଦେଖି ଦ୍ୱନ୍ଦ୍ୱରେ ପରିବାର ଲୋକେ I
ଘଞ୍ଚ ଜଙ୍ଗଲ ଆଉ ଜଙ୍ଗଲ ଭିତରେ ଝଙ୍କାଳିଆ ଗଛ ପାଖରେ ପଡ଼ି ରହିଛି ଶବ। ଆଉ ସେ ଶବକୁ ଘେରି ରହିଛନ୍ତି ଶହ ଶହ ଲୋକ । ହେଲେ ପରିବାର ଲୋକେ ଦ୍ଵନ୍ଦରେ । ପୁଅ ମରିଥିବା ବେଳେ ତାହା ଝିଅର ଶବ ହେଲା କେମିତି । ବଦଳିଗଲା କେମିତି ଶବ । ଯୁବକଙ୍କର ମୃତ୍ୟୁ ହେଲା ପରେ ତାଙ୍କ ଶରୀର ଗୋଟେ ଝିଅରେ ପରିବର୍ତ୍ତନ ହେଲା କିପରି । ଏମିତି କିଛି କହି କାନ୍ଦୁଛନ୍ତି ପରିବାର ଲୋକେ । ଭେଣ୍ଡିଆ ପୁଅ କେଶବର ମୃତ୍ୟୁ ହୋଇଛି କିନ୍ତୁ ଶବ ମିଳିଛି ଏକ ଝିଅର । ଚେହେରା ପୁଅ ସହ ମିଶୁଛି ହାତ ଗୋଡ଼ ପୂରା ଶରୀର ତାଙ୍କର ବୋଲି ସେମାନେ ଚିହ୍ନି ପାରୁଛନ୍ତି ।
ହେଲେ ବେଶ ପୋଷାକ ପୂରା ଅଲଗା । ଶବ ଦେହରେ ଏକ ନାଲି ରଙ୍ଗର ଶାଢ଼ୀ ଥିବା ବେଳେ ମଥାରେ ରହିଛି ସିନ୍ଦୂର ଆଉ ହାତରେ ରହିଛି ଶଙ୍ଖା । ତେବେ ଶବ ଯଦି ତାଙ୍କ ପୁଅ କେଶବର ତାହେଲେ ସେ ଶାଢ଼ୀ ଶଙ୍ଖା ସିନ୍ଦୂର ପିନ୍ଧି ନୂଆ ବୋହୂଟେ ପରି କାହିଁକି ସଜେଇ ହେଇଛନ୍ତି । ଖାଲି ସେତିକି ନୁହେଁ ଜଙ୍ଗଲ ଭିତରୁ ଏଭଳି ଅବସ୍ଥାରେ ତାଙ୍କର ଶାଢ଼ୀ ପିନ୍ଧା ଏକ ଶବ ମିଳିଛି ।
ଯାହାକୁ ଦେଖିବା ପରେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଆଉ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିବା ପରେ ତାଙ୍କ ଝିଅ ଜୀବନ ହାରିନି ବରଂ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଆଜ୍ଞା ହଁ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭଳିଆ ଗ୍ରାମରେ । ତେବେ ଘଟଣାଟି ଯେତେ ଦୁଃଖଦ ସେତେ ବିଚିତ୍ର ଆଉ ଆଶ୍ଚର୍ୟ୍ଯକର ମଧ୍ୟ ।
ଯାହା ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଚହଳ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଭାଲିଆ ଗ୍ରାମର ସ୍ବର୍ଗତ କମଳାକାନ୍ତ ମହାନ୍ତଙ୍କ ପୁଅ କେଶବ ଚନ୍ଦ୍ର ମହାନ୍ତ । ବୟସ ପାଖାପାଖି ୪୦ ହେବ । ପୁଅ ଝିଅ ସ୍ତ୍ରୀକୁ ନେଇ ଚାଲୁଥିଲା ସୁଖର ସଂସାର । ହେଲେ କଣ ହେଲା କେଜାଣି କେଶବଙ୍କ ଏଭଳି ହଠାତ୍ ରହସ୍ୟକନକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି । ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ଘଟଣାର ପୋଲିସ ତଦନ୍ତ ଦାବି କରିଛନ୍ତି I ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି I