ମୂର୍ତ୍ତି ତିଆରି ବେଳେ ଘଟିଥିଲା ଆଶ୍ଚର୍ଯ୍ୟକର ଘଟଣା, ଏମିତି କହି ଭାବ ବିହୁଳ ହୋଇଗଲେ ମୂର୍ତ୍ତିକାର ଯୋଗୀରାଜ…।

ହନୁମାନ ଜାଣିଥିଲେ ଗଢ଼ା ହେଉଛି ପ୍ରଭୁ ଶ୍ରୀରାମଲଲାଙ୍କ ମୂର୍ତ୍ତି। ରାମଲଲାଙ୍କ ମୂର୍ତ୍ତି ତିଆରି ବେଳେ ଆସୁଥିଲେ ହନୁମାନ। ଭୋର ୪-୫ଟାରେ ଆସି ଦୁଆର ମୁହଁରେ ପହଞ୍ଚିଯାଉଥିଲେ। ତେବେ ଏମିତି କାହିଁକି କହିଲେ ମୂର୍ତ୍ତିକାର ଯୋଗୀରାଜ।ଆଜ୍ଞା ହଁ ବନ୍ଧୁଗଣ କୋଟି କୋଟି ରାମ ଭକ୍ତଙ୍କ ବିଶ୍ୱାସ ସ୍ପନ୍ଦନ ଆଉ ହୃଦୟର ସମ୍ରାଟ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ରାମଲଲାଙ୍କୁ ଦେଖିବାକୁ ଏବେ କୋଟି କୋଟି ଭକ୍ତଙ୍କ ଭିଡ଼ ଲାଗୁଛି। ହେଲେ ଏହା ପୂର୍ବରୁ ଯାହା ସବୁ ଘଟିଛି ଜାଣିଲେ ଆପଣ ବି ବିଶ୍ୱାସ କରି ପାରିବେନିI

ମୂର୍ତ୍ତିକାର ଅରୁନଯୋଗୀ ରାଜ ୟାଙ୍କୁ ଅବା କିଏ ବା ନଜାଣିଛି। ବର୍ତ୍ତମାନ ସେ ଏବେ ଯାହା କହିଛନ୍ତି ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ରାମଲଲାଙ୍କ ମୂର୍ତ୍ତି ତିଆରି କରିବା ସମୟରେ ଅରୁଣଯୋଗୀ ରାଜଙ୍କ ସହ କ’ଣ କ’ଣ ସବୁ ବିତିଥିଲା ତାହାକୁ ନେଇ ସେ ଅନେକ ପ୍ରତିକ୍ରିୟା ଦେଇ ସାରିଛନ୍ତି। ହେଲେ ନିକଟରେ ପୁଣି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ କହିଛନ୍ତି।

ଅରୁଣଯୋଗୀ ରାଜ ନିଜର ଅନୁଭୂତି ବୋଖାଣି କହିଛନ୍ତି ଯେ ମୁଁ ଯେତେବେଳେ ରାମଲଲାଙ୍କ ମୂର୍ତ୍ତି ତିଆରି ଆରମ୍ଭ କରିଥିଲି ସେ ସମୟରେ ପ୍ରତିଦିନ ସନ୍ଧ୍ୟା ୪ରୁ ୫ ଟା ଭିତରେ ଏକ ମାଙ୍କଡ଼ ଆସିଥାଏ। ମଝିରେ ଥଣ୍ଡା ପଡିବାରୁ ମୁଁ ମୂର୍ତ୍ତି ତିଆରି କରୁଥିବା ଘରର ଦ୍ୱାର ବନ୍ଦ କରିଦେଇଥିଲି। ଏହି ସମୟରେ ଉକ୍ତ ମାଙ୍କଡ଼ ଆସି କବାଟ ବାଡେଇଥିଲା। ମୁଁ ଦ୍ୱାର ଖୋଲିବାରୁ ସେ ଚୁପ ହୋଇ ସେଠାରେ ବସି ରହିଥିଲା। ଆଉ ଏକ ଲୟରେ ମୂର୍ତ୍ତିକୁ ଚାହିଁ ରହିଥିଲା।

ଯେମିତି ଲାଗୁଥିଲା ଉକ୍ତ ମାଙ୍କଡ଼ ପ୍ରଭୁ ହନୁମାନ ବେଶରେ ପ୍ରତିଦିନ ରାମଲଲାଙ୍କ ଦର୍ଶନ ପାଇଁ ଆସୁଥିଲା। ମୁଁ ଏ ବିଷୟରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ରର ମହା ସଚିବଙ୍କୁ ବି ଜଣାଇଥିଲି। ମୂର୍ତ୍ତି ତିଆରି କରିବା ସମୟରେ କେମିତି ଗଢିବି ଚିନ୍ତା କରୁଥିବା ବେଳେ ମୋର ହାତ ଆପଣାଛାଏଁ ଚାଲିଥାଏ। ୭ ମାସ ମୁଁ ଶୋଇ ପାରିନାହିଁ। ଆଖି ଖୋଲିଲେ ବୁଜିଲେ ମୋତେ ରାମଲଲା ହିଁ ଦେଖାଯାନ୍ତି।

ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବା ପରେ ଯାଇ ମୋତେ ଶାନ୍ତି ମିଳିଛି। ମୁଁ ଏବେ ନିଶ୍ଚିତରେ କିଛି ଦିନ ଏବେ ଶୋଇବାକୁ ଚାହୁଁଛି। ଆଜ୍ଞା ହଁ ବନ୍ଧୁଗଣ ଯୋଗୀରାଜଙ୍କ ଏହି କଥା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସମସ୍ତେ ଭାବ ବିହୁଳ ହୋଇପଡିଛନ୍ତି।

Leave a Reply

Your email address will not be published. Required fields are marked *