ସିଙ୍ଗଡା କଚୋଡ଼ି ହେଲା ବ୍ୟାନ। ଆଉ ଖାଇ ପାରିବେନି ଏସବୁ ଜଳଖିଆ।

ବର୍ତ୍ତମାନ ଆସିଲା ସବୁଠାରୁ ବଡ଼ ଖବର। ଏଣିକି ଆଉ କେହି ଖାଇ ପାରିବେନି ସିଙ୍ଗଡା ଓ କଚୋଡି। ସିଙ୍ଗଡା ଓ କଚୋଡି ଉପରେ ଲଗାଯାଇଛି ବ୍ୟାନ। ଏହି କାରଣରୁ ସିଙ୍ଗଡା ଓ କଚୋଡି ଉପରେ ସରକାର ଲଗାଇଛନ୍ତି ବ୍ୟାନ।ହଁ ଆଜ୍ଞା ଭାରତର ପ୍ରତି ବ୍ୟକ୍ତି ସରକାରୀ ଚାକିରିର ସ୍ୱପ୍ନ ଦେଖିଥାନ୍ତି ଏହି ଚାକିରୀରେ ସ୍ଥିରତା ସହିତ ବୁଢା ହେବା ପର୍ଯ୍ୟନ୍ତ ସାହାରା ମିଳିଥାଏ। ଲୋକମାନେ ଆରାମରେ ସରକାରୀ ଅଫିସରେ ବସି କାମ କରିବା ସହ ଚା ଜଳଖିଆର ସ୍ୱାଦ ନେଇଥାନ୍ତି। ତେବେ ସରକାରୀ ମିଟିଂରେ ପ୍ରାୟତଃ ସିଙ୍ଗଡା ଓ କଚୋଡି ସହିତ ଜିଲାପି ବି ଦିଆଯାଇଥାଏ। କିନ୍ତୁ ଆଗକୁ ଏସବୁ ଜଳଖିଆ ଆଉ ମିଳିବ ନାହିଁ।

ସରକାରୀ ମିଟିଂରେ ମିଳୁଥିବା ସ୍ନାକ୍ସର ମେନୁ ବଦଳି ଯାଇଛି। ଏଥିପାଇଁ ଏକ ଵିଭାଗୀୟ ନୋଟିସ କରାଯାଇଛି ଯେ ଯାହା ଏବେ ଜୋରସୋରରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ନୂଆ ମେନୁ ନେଇ ବୋହୁ ଚର୍ଚ୍ଚା ହେଉଛି।ଭଜନନାଲ ସରକାର ଶ୍ରମ ବିବାଗ ପକ୍ଷରୁ ଏକ ସରକାରୀ ବୈଠକରେ ଏକ ନୂଆ ମେନୁ ହିସାବରେ ଖାଦ୍ୟ ପରସା ଯିବ। ଏଥିରେ ଆଉ ସିଙ୍ଗଡା କଚୋଡି ଓ ଜିଲାପି ରହିବ ନାହିଁ। କେବଳ ରସଷ୍ଟେଡ଼ ଆଇଟମ ରହିବ।

ତେଲ ଛଣା ଆଉ ଫ୍ରାଇଡ଼ ପଦାର୍ଥ ଖାଇବା ଯୋଗୁ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଏହି କାରଣରୁ ମେନୁ ବଦଳା ଯାଇଛି। ତେବେ ଏବେ ମିଟିଂରେ ସିଝା ବୁଟ ବାଦାମ ଲୋହୁଣୀ ବିସ୍କୁଟ ଖାଇବାକୁ ଦିଆଯିବ।ଏହା ସହିତ ପାଣିକୁ ନେଇ ମଧ୍ୟ ନିୟମ ବଦଳାଯାଇଛି। ଆଉ ପ୍ଲାଷ୍ଟିକ ବୋତଳରେ ପାଣି ପିଆଜିବ ନାହିଁ। ଏହା ପରିବର୍ତ୍ତେ କାଚ ଗ୍ଲାସ ଓ ବୋତଲରେ ପାଣି ପିଆଯିବ। ଯାହା ଫଳରେ କି ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଭଲ ରହିପାରିବ।

Leave a Reply

Your email address will not be published. Required fields are marked *