“ପ୍ରଜ୍ଞା ଗୋଟେ ଡବା ହେଲେ ମୁଁ ତା ଖୋପ । ସେ ଗୋଟେ ଗାଡ଼ି ହେଲେ ମୁଁ ତା ଡ୍ରାଇଭର୍” : ଶଙ୍କର ।

ଲୋକମାନଙ୍କୁ ହଁସାଇବା ତାଙ୍କର ଧର୍ମ ବୋଲି ସେ ବୋଧହୁଏ ଭାବନ୍ତି । ନିକଟରେ ତାଙ୍କ ସହିତ ବାର୍ତ୍ତାଳାପ ସମୟରେ ସେ କହିଥିଲେ କାହିଁକି ସେ ଲୋକମାନଙ୍କୁ ବେଶୀ ହଁସାଇବାକୁ ଭଲ ପାଆନ୍ତି । ଅନେକ ଦିନ ପରେ ମଧ୍ୟ ତାଙ୍କର ଏକ ଫିଲ୍ମ ଆସୁଛି ଯାହାର ନାଁ ହେଉଛି ସିନ୍ଦୂରା । ସେଥିରେ ସେ କଣ ଆକ୍ଟିଂ କରିଛନ୍ତି ଏବଂ କହି ରଖିବୁ ଯେ ସେଥିରେ ମଧ୍ୟ ସେ ଲୋକଙ୍କୁ ହଁସାଇବାକୁ ଛାଡ଼ି ନାହାଁନ୍ତି ।

ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଶଙ୍କର ଭାଇ । ତେବେ ସେ ତାଙ୍କ ଫିଲ୍ମ ସିନ୍ଦୂରା ବିଷୟରେ କହିଛନ୍ତି, ସିନ୍ଦୂରାର ଅର୍ଥ ହେଉଛି ଗୋଟେ ସକାଳର ସୂର୍ଯ୍ୟଙ୍କର୍ ଉଦୟ ହେବା ପୂର୍ବ ଅବସ୍ଥା ଯେଉଁ ଆକାଶରେ ଲାଲ୍ ରଙ୍ଗର ଆଚ୍ଛାଦ ଥାଏ ତାକୁ ହିଁ ଆମେ କହୁ ସିନ୍ଦୂରା ଫାଟିଛି । ଏହି ଫିଲ୍ମଟି ସେମିତି ଆମ ଓଡ଼ିଶା ହେଉଛି କୃଷି ପ୍ରବଣ ରାଜ୍ୟ । ଆଉ କୃଷି ହେଉଛି ମୁଖ୍ୟ ଜିନିଷ ଓ କୃଷକ ଉପରେ ହିଁ ସମସ୍ତେ ନିର୍ଭର କରନ୍ତି ।

ଆଉ ମାଟିରୁ ହିଁ ଯେଉଁ ଫଳ, ଖାଦ୍ୟଶସ୍ୟ ବାହାରେ ତାକୁ ଖାଇକରି ଆମେ ବଞ୍ଚୁ । ଏଠି ପେଷ୍ଟିସାଇଡ ଯାହା ଦ୍ଵାରା ଫଳ ପରିବା ବହୁତ୍ ବଡ଼ ଓ ଓଜନଦାର୍ ହେଉଛି । ସେହିପରି ଫିଲ୍ମ ସିନ୍ଦୂରା ର ପ୍ରଯୋଜକ ବିରଞ୍ଚି ସାର୍ ଚେଷ୍ଟା କରିଛନ୍ତି ସିନେମା ମାଧ୍ଯମରେ ଗୋଟେ ସଂସ୍କାର ଆଣିବା ପାଇଁ । ଅର୍ଥାତ୍ ଆମେ ପ୍ରକୃତରେ ପୃଷ୍ଟିକର ଖାଦ୍ୟ ଖାଇବା ଦରକାର ଏବଂ ଜୈବସାର ଅର୍ଥାତ୍ ଗୋବର, ଖତ ମାଟିରୁ ଉତ୍ପାଦ ଫଳ ପନିପରିବା ହୁଏ ତାକୁ ଖାଇବା ଦରକାର । ସେହି କଥା ହେଉଛି ଫିଲ୍ମ୍ ସିନ୍ଦୂରାର ମୂଳ ଲକ୍ଷ୍ୟ ।

ତାକୁ ନେଇକରି ଏହି ଚଳଚ୍ଚିତ୍ର କରାଯାଇଛି । ଏଥିରେ ଓଡ଼ିଆ ସିନେମା ଜଗତର ଅନେକ ଜଣାଶୁଣା ଅଭିନେତା ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେପରି ଉଷଷୀ ମିଶ୍ର, ଜୀବନ ଭାଇ, ପ୍ରଜ୍ଞା ଆଉ ସୁପ୍ରିୟା ବୋଲି ଶଙ୍କର କହିଛନ୍ତି । ଏହି ଫିଲ୍ମରେ ଲୋକେସନ୍ ସହିତ ଚିଟିଂ କରାଯାଇନାହିଁ । ପ୍ରକୃତ ଧାନବିଲରେ ସୁଟିଂ ହେଇଛି । ଯେଉଁ ଗୋଟେ ଅଫିସ୍ ହେଇଛି କୃଷକ ବନ୍ଧୁ, ସେଇ ଅଫିସ୍ ରେ ଶଙ୍କର ଗୋଟେ ଅଫିସ ଆସିଷ୍ଟାଣ୍ଡ ରୋଲ୍ କରିଛନ୍ତି । ଆଉ ତାଙ୍କ ସିନିୟର୍ ଅଛନ୍ତି ଜୀବନ ଭାଇ ।

Leave a Reply

Your email address will not be published. Required fields are marked *