ବନ୍ଦ ହେବ ଧଉଳି ଗଣନାଟ୍ୟ ! କୁନି ପିଲାଙ୍କୁ କାମ କରେଇବା ପାଇଁ କାହାଠୁ ନେଇଛି ଅନୁମତି?
ବନ୍ଦ ହୋଇଯିବ କି ଧଉଳି ଗଣନାଟ୍ୟ! କେତେ ଛୋଟ ପିଲା କାମ କରୁଛନ୍ତି ଧଉଳି ଗଣନାଟ୍ୟରେ? ଯାହାଙ୍କ ବୟସ ୧୮ ବର୍ଷରୁ କମ୍ । ଛୋଟ ପିଲାଙ୍କୁ କାମ କରାଇବା ପାଇଁ କାହାଠୁ ନେଇଛି ଅନୁମତି ଧଉଳି ଗଣନାଟ୍ୟ ।କାହିଁକି ଆସିଲେନି ମାଲିକ ଓ ମ୍ୟାନେଜର? କେତେ ଟଙ୍କା ଲାଭ କଲେ ବଡ଼ ଲୋକଙ୍କୁ ନେଇ କାମ କରିବ ଯାତ୍ରା ମାଲିକ । କେତେ ଟଙ୍କା ଲାଭ କଲେ ସରକାରଙ୍କ ନିୟମକୁ ମାନିବ ଯାତ୍ରା ମାଲିକ।
କେତେ ଟଙ୍କା ଲାଭ କଲେ ଗାତ ଖୋଳି ବାଉଁଶ ପୋତୁଥିବା ଲୋକଙ୍କୁ ଟ୍ରକରେ ନୁହେଁ ବରଂ ବସ୍ ରେ ନେବେ ଯାତ୍ରା ମ୍ୟାନେଜର । ଗୋଟାଏ ରାତି ନାଟକ କଲେ ଆଉ କେତେ ଟଙ୍କା ଦରକାର । ପ୍ରଶ୍ନ ଉଠୁଛି ୧୪ ବର୍ଷର ପିଲାଙ୍କୁ କାମ କରେଇବା ପାଇଁ କିଏ ଦେଇଥିଲା ଅନୁମତି ? ଗୋଟେ ଯାତ୍ରାପାଟି ଚଲେଇବାକୁ ଯାଇ କେତେ ନିୟମ ଉଲଂ-ଘନ କରୁଛି ଧଉଳି ଗଣନାଟ୍ୟ?ବନ୍ଧୁଗଣ ସୂଚନାଯୋଗ୍ୟ ବନ୍ଧୁଗଣ ଯାତ୍ରା ପାର୍ଟି ବସ୍ ଦୁର୍ଘ-ଟଣା ଘଟିବାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଆ-ହତ ଟେକ୍ନିସିଆନ୍ଙ୍କୁ ଭେଟିବାକୁ ଯାଇ ନଥିଲେ ଯାତ୍ରା ପାର୍ଟି ମାଲିକ ।
ଏପରି ଅଭି-ଯୋଗ ଆଣି ଅସନ୍ତୋଷ ଝାଡ଼ିଥିଲେ ଆହତ ଯାତ୍ରା ଟେକ୍ନିସିଆନ୍ । ଅନ୍ୟପକ୍ଷରେ ଆଇଟମ୍ ଡ୍ୟାନ୍ସର ରାନୀ ପଣ୍ଡା ମେଡ଼ିକାଲ୍ରେ ଆ-ହତ ଟେକ୍ନିସିଆନ୍ଙ୍କୁ ଭେଟିଥିଲେ । ସୂଚନାଯୋଗ୍ୟ ବାରିପଦା ବାଙ୍ଗିରିପୋଷୀ ଦ୍ୱାରଶୁଣୀ ଘାଟିରେ ଘଟିଥିବା ବସ୍ ଦୁର୍ଘ-ଟଣାରେ ୬ ଜଣ ଯାତ୍ରା ପାର୍ଟି କର୍ମଚାରୀଙ୍କ ମୃ-ତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁ-ତର ଆ-ହତ ହୋଇଥିଲେ । ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରୁ କଟକ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତରିତ କରାଯାଇଛି ।
ତେବେ ବର୍ତ୍ତମାନ ବାରିପଦାରେ ୮ ଜଣଙ୍କ ଚିକିତ୍ସା ଚାଲିଛି । ଏହି ଖବର ପାଇ ଭାଙ୍ଗି ପଡ଼ିଥିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ଆଜି ସେ ମେଡ଼ିକାଲ୍ରେ ପହଞ୍ଚିଥିଲେ ଓ ଆହ-ତଙ୍କ ସହିତ ଆଲୋଚନା କରିଥିଲେ । ମେଡ଼ିକାଲ୍ରେ ଚାଲିଥିବା ଚିକିତ୍ସା ସେବା ସମ୍ପର୍କରେ ପଚାରି ବୁଝିଥିଲେ । କଥାବାର୍ତ୍ତା ସମୟରେ ଅସନ୍ତୋଷ ଝାଡ଼ିଥିଲେ ଆହ-ତ ଯାତ୍ରା କର୍ମଚାରୀମାନେ ।